ଭୟ

ସଂସାରରେ ବୋଧହୁଏ ଏମିତି କେହି ନାହିଁ, ଯିଏ ସମ୍ପୂର୍ଣ୍ଣ ରୂପେ ଭୟଶୂନ୍ୟ ହୋଇ ଜୀବନ ଧାରଣ କରେ। କେହି ହୁଏତ ନିଜକୁ ଭୟଶୂନ୍ୟ ବୋଲି ଦାବି କରି କହିପାରେ, କିନ୍ତୁ କିଛି ନା କିଛି ଭୟ ତା’ ମନରେ ନିଶ୍ଚୟ ରହିଛି। ଧନୀ ଲୋକଟିକୁ ତା’ ଧନ ସରିଯିବାର ଅଥବା ନଷ୍ଟହେବାର ଭୟ ସର୍ବଦା ଘାରୁଥାଏ। ମାନୀ ଲୋକର ଅପମାନ ପ୍ରତି ଭୟ ଥାଏ। ଭର୍ତ୍ତୃହରି ତାଙ୍କ ବୈରାଗ୍ୟଶତକ ଗ୍ରନ୍ଥରେ ଏକ ଶ୍ଳୋକରେ ଲେଖିଛନ୍ତି ଯେ, ବିଷୟ ଭୋଗରେ ରୋଗର ଭୟ, ବିଭବ ଥିଲେ ରାଜାଙ୍କଠାରୁ ଭୟ, ମୌନତାରେ ଦୈନ୍ୟର ଭୟ, ବଳବାନ୍‌ ପାଇଁ ଶତ୍ରୁର ଭୟ, ରୂପବାନ୍‌ ପାଇଁ ଜରାର ଭୟ, ଶାସ୍ତ୍ରଜ୍ଞାନ ପାଇଁ ବିବାଦର ଭୟ, ଗୁଣୀ ଲୋକ ପାଇଁ ଖଳ(ଦୁଷ୍ଟ)ର ଭୟ ଏବଂ ଏହି ଶରୀର ପାଇଁ ଯମରାଜଙ୍କଠାରୁ ଭୟ ଥାଏ। ତେଣୁ ଏହି ସଂସାରରେ କେହି ଭୟମୁକ୍ତ ନାହାନ୍ତି। ସମସ୍ତେ କିଛି ନା କିଛି ଭୟଦ୍ୱାରା ତ୍ରସ୍ତହୋଇ ଜୀବନ ବଞ୍ଚତ୍ଥାଆନ୍ତି।

ବଣରେ ବାସ କରୁଥିବା ପ୍ରାଣୀମାନଙ୍କ ମଧ୍ୟରେ ମଧ୍ୟ ଭୟର ବାତାବରଣ ଥାଏ ପ୍ରାୟ ସବୁବେଳେ। ବଳବାନ୍‌ ହିଂସ୍ର ପ୍ରାଣୀମାନଙ୍କ ପ୍ରତି ଦୁର୍ବଳ ଏବଂ ନିରୀହ ପ୍ରାଣୀଙ୍କ ମନରେ ଭୟ ରହିବା ସ୍ବାଭାବିକ। କୁହାଯାଏ, ସତ କହୁଥିବା ଲୋକଟି ଏବଂ ସତ୍‌ପଥରେ ଚାଲୁଥିବା ଲୋକଟି କେବେ କାହାକୁ ଭୟ କରେନାହିଁ। କଥାଟି କେତେକାଂଶରେ ସତ ହେଲେ ମଧ୍ୟ ତା’ ମନରେ ଯେ ଆଦୌ ଭୟ ନାହିଁ, ଏ କଥାଟି ସତ ହୋଇ ନ ପାରେ। କାରଣ ଅତିକମ୍‌ରେ ସତ୍‌ପଥରୁ ବିଚ୍ୟୁତ ହୋଇଯିବାର ଭୟ ତ ତା’ ମନରେ ନିଶ୍ଚୟ ରହିଛି। କିନ୍ତୁ ମିଥ୍ୟାଭାଷୀର ମନରେ ଭୟ ଥାଏ ଚାରିଦିଗରୁ। ମିଥ୍ୟା ଭାଷଣ ଦ୍ୱାରା ସ୍ବାର୍ଥ ହାସଲ କରୁଥିବା ଦୃଷ୍ଟିରୁ ଯେକୌଣସି ସମୟରେ ଯେକୌଣସି ଦିଗରୁ ତା’ ପ୍ରତି ଆକ୍ରୋଶ ଅବା ଆକ୍ରମଣର ଆଶଙ୍କା ତା’ ମନକୁ ଅବିରତ ଭୟବିଜଡ଼ିତ କରି ରଖେ। ଜନମଙ୍ଗଳ ଉଦ୍ଦେଶ୍ୟରେ ସରକାରୀ ଦପ୍ତରରେ ନିଯୁକ୍ତ ଲୋକଟି କୌଣସି କାର୍ଯ୍ୟନିମିତ୍ତ ସାଧାରଣ ଜନତାଙ୍କଠାରୁ ଲାଞ୍ଚ ନିଏ। ସତ କଥାଟା ହେଲା, ସହଜରେ ହୋଇପାରିବା କାମଟି ନ ହୋଇପାରିବାର ଆଳ ଦେଖାଇ ଲୋକଙ୍କଠାରୁ ଲାଞ୍ଚ ଆଦାୟ କରେ କର୍ମଚାରୀ। ଲାଞ୍ଚ ନିଏ ସିନା, କେବେ ଧରା ପଡ଼ିଯିବାର ଭୟ ତା’ ମନକୁ ସଦା ବିବ୍ରତ କରି ରଖେ। ସେଥିପାଇଁ ସେ ଲାଞ୍ଚ ହିସାବରେ ନେଉଥିବା ଅର୍ଥକୁ ସର୍ବସମକ୍ଷରେ ଗ୍ରହଣ କରେନାହିଁ।

ପ୍ରକୃତ କଥା ହେଲା, ସତ ସହିତ ସାମାନ୍ୟ ସମ୍ପର୍କ ଥିବା ଲୋକଟି କେବେ କିଛି ଭୁଲ୍‌ କରିବା ପରେ ତା’ ମନରେ ଗୋଟିଏ ଅପରାଧବୋଧର ଭାବନା ସୃଷ୍ଟିହୁଏ ଏବଂ ତାହା ତାକୁ ଚେତାଇଦିଏ। ତେଣୁ ସେ ପୁଣି ତା’ର ପୂର୍ବ ଅବସ୍ଥାକୁ ଫେରି ଆସିବା ପାଇଁ ଚେଷ୍ଟାକରେ। କିନ୍ତୁ ବାରମ୍ବାର ଭୁଲ୍‌ କରୁଥିବା ଲୋକଟିର ମନରେ ସେପରି ହୁଏନାହିଁ। ବାରମ୍ବାର ଭୁଲ୍‌ କରି କରି ସେ ଭୁଲ୍‌ କରିବା ସହିତ ଅଭ୍ୟସ୍ତ ହୋଇଥାଏ। ତେଣୁ ଅପରାଧବୋଧର ଭାବନା ତା’ ମନରେ ପ୍ରାୟ ରହିନଥାଏ। ଏହି ହେତୁରୁ ତା’ ମନରେ ଭୟ ପ୍ରାୟ ନଥାଏ କହିଲେ ଚଳେ। ଏପରିକି ବିଭିନ୍ନ ପ୍ରକାର ଶାସ୍ତି ଓ ଭୋଗାଭୋଗ ପରେ ବି ତାର ଚୈତନ୍ୟ ଉଦୟ ହୁଏନାହିଁ ଏବଂ ତାହା ହିଁ ଆଶ୍ଚର୍ଯ୍ୟର ବିଷୟ ହୋଇ ରହେ।

ଭୟର ଆଉ ଗୋଟିଏ ସୁନ୍ଦର ରୂପ ଅଛି। ତାହା ସମ୍ଭ୍ରମ, ସମ୍ମାନ ଏବଂ ଭକ୍ତିରୂପରେ ଆମମାନଙ୍କ ମଧ୍ୟରେ ପ୍ରକାଶିତ ହୁଏ। ତାହା ସମାଦର, ଗୌରବ ଏବଂ ମର୍ଯ୍ୟାଦାର କଥା। ତାହା ହୋଇପାରେ ଭୟମିଶ୍ରିତ ଶ୍ରଦ୍ଧା, ଭକ୍ତି ଅଥବା ହର୍ଷଭୟାଦିଜନିତ ଆବେଗ ଏବଂ ଅନ୍ୟ ପ୍ରତି ସମ୍ମାନ ପ୍ରଦର୍ଶନ ନିମିତ୍ତ ବ୍ୟଗ୍ରତା। ଏମିତି ଅନେକ ରୂପରେ ତାହା ଆମ ଭିତରେ ଆମତ୍ପ୍ରକାଶ କରେ। ଅବଶ୍ୟ ସେଥିପାଇଁ ମନ ଏବଂ ହୃଦୟରେ ଶୁଚିତାର ଆବଶ୍ୟକତା ଥାଏ। ଶ୍ରୀବିଷ୍ଣୁ ଖମ୍ବ ମଧ୍ୟରୁ ନୃସିଂହ ରୂପରେ ଆବିର୍ଭୂତ ହୋଇ ହିରଣ୍ୟକଶିପୁକୁ ନିଜର ଜଙ୍ଘ ଉପରେ ରଖି ନଖ ଦ୍ୱାରା ବିଦାରଣ କରିବାର ଅପୂର୍ବ ଭୟାନକ ଦୃଶ୍ୟ ଦେଖି ମଧ୍ୟ ଭକ୍ତରାଜ ଶିଶୁ ପ୍ରହ୍ଲାଦଙ୍କଠାରେ ଭୟର କୌଣସି ସୂଚନା ନ ଥିଲା। ବରଂ ସେ ତାଙ୍କର ଆରାଧ୍ୟ ପ୍ରଭୁଙ୍କୁ ନିଜ ସମ୍ମୁଖରେ ଦେଖି ପରମ ତୃପ୍ତି ଓ ଆନନ୍ଦରେ ତାଙ୍କର ସ୍ତୁତି କରି ଚାଲିଥିଲେ। ଜଗନ୍ମାତା ମହାକାଳୀଙ୍କର ଭୟାନକ ରୂପ ଦେଖି ସାଧାରଣ ଲୋକଟିଏ ଭୟରେ ଶିହରି ଉଠୁଥିବାବେଳେ ଭକ୍ତଟିଏ ମାତାଙ୍କୁ ସମ୍ମୁଖରେ ପାଇ ତାର ଅନ୍ତରର ଭକ୍ତିନୈବେଦ୍ୟ ଅର୍ପଣ କରିଥାଏ।

ଦଶରଥପୁର, ଯାଜପୁର
ମୋ: ୮୯୧୭୨୭୨୭୭୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri