Posted inଖେଳ

୩୯୧୧ ଦିନ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌

ସାଉଥାମ୍ପଟନ, ୧୩।୮: ଦୀର୍ଘ ଏକ ଦଶନ୍ଧିର ବ୍ୟବଧାନ ପରେ ପାକିସ୍ତାନ ଟେଷ୍ଟ ଦଳକୁ ଫେରିଛନ୍ତି ବ୍ୟାଟ୍ସମ୍ୟାନ ଫାଓ୍ବଦ ଆଲାମ୍‌। ଗୁରୁବାରଠାରୁ ସାଉଥାମ୍ପଟନରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଲାଗି ପାକିସ୍ତାନ ପକ୍ଷରୁ ଘୋଷିତ ଚୂଡ଼ାନ୍ତ ଏକାଦଶରେ ଆଲମ୍‌ଙ୍କୁ ସ୍ଥାନ ମିଳିଛି। ଫଳରେ ୩୪ ବର୍ଷୀୟ ଏହି ବାମହାତୀ ବ୍ୟାଟ୍ସମ୍ୟାନ ଦୀର୍ଘ ୧୦ ବର୍ଷ ୮ ମାସ ୧୬ ଦିନ ପରେ ପୁଣିଥରେ ପାକିସ୍ତାନ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି। ଶେଷଥର ପାଇଁ ସେ ନଭେମ୍ବର ୨୦୦୯ରେ ପାକିସ୍ତାନ ପକ୍ଷରୁ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଏହି ସମୟ ମଧ୍ୟରେ ପାକିସ୍ତାନ ଦଳ ୮୮ ଟେଷ୍ଟ ମ୍ୟାଚ୍‌ ଖେଳିସାରିଛି। କିନ୍ତୁ ଆଲାମ୍‌ଙ୍କ କ୍ୟାରିୟରର ଏହା ୪ର୍ଥ ଟେଷ୍ଟ ମ୍ୟାଚ୍‌ ହୋଇଛି।
୨୫ତମ କ୍ରିକେଟର୍‌ ଭାବେ ଆଲାମ୍‌ ୧୦ ବର୍ଷର ଅପେକ୍ଷା ପରେ ଜାତୀୟ ଦଳ ପକ୍ଷରୁ ପୁନର୍ବାର ଟେଷ୍ଟ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଛନ୍ତି। ସେହିଭଳି ଦ୍ୱିତୀୟ ପାକିସ୍ତାନ କ୍ରିକେଟର୍‌ ଭାବେ ସେ ଏହି କ୍ଲବରେ ସାମିଲ ହୋଇଛନ୍ତି। ପୂର୍ବରୁ ୟୁନିସ୍‌ ଅହମ୍ମଦ ୧୭ ବର୍ଷର ବ୍ୟବଧାନ ପରେ ୧୯୮୭ରେ ପାକିସ୍ତାନ ପକ୍ଷରୁ ପୁଣିଥରେ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ମାତ୍ର ୧୯ ବର୍ଷ ବୟସରେ ପଦାର୍ପଣ କରିଥିବା ଫାଓ୍ବଦ ୩ଟି ଟେଷ୍ଟ ପରେ ୨୦୦୯ରେ ଦଳରୁ ବାଦ୍‌ ପଡ଼ିଥିଲେ। କିନ୍ତୁ ପୁନର୍ବାର ଦଳକୁ ପ୍ରତ୍ୟାବର୍ତ୍ତନ ଲାଗି କଠୋର ପରିଶ୍ରମ କରିଥିଲେ। ପାକିସ୍ତାନ ଘରୋଇ କ୍ରିକେଟ୍‌ରେ ସିନ୍ଧ ପକ୍ଷରୁ ଖେଳୁଥିବା ଫାଓ୍ବଦ ପ୍ରଥମଶ୍ରେଣୀ କ୍ରିକେଟ୍‌ରେ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ୬୫.୭୮ ଆଭରେଜରେ ସେ ୧୨,୨୬୫ ରନ୍‌ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୩୪ ଶତକ ସାମିଲ ରହିଛି। ୨୦୦୯ ପରେ ଯଦି ବିଶ୍ୱ କ୍ରିକେଟ୍‌ରେ ପ୍ରଥମ ଶ୍ରେଣୀ ମ୍ୟାଚ୍‌କୁ ନଜର ପକାଯାଏ ତେବେ ବିରାଟ କୋହଲି ଓ ଏବି ଡି ଭିଲର୍ସଙ୍କଠାରୁ ଆଲାମ୍‌ଙ୍କ ଆଭରେଜ ବହୁତ ଭଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri