Categories: ଖେଳ

ଫାଓ ଲିଗ୍‌: କିଶୋର କ୍ଲବ ବିଜୟୀ

କଟକ, ୧୧ା୭(ସୁପ୍ରିୟା ପ୍ରିୟଦର୍ଶିନୀ): ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଫାଓ ଲିଗର ସୋମବାର ଖେଳାଯାଇଥିବା ଏକ ମ୍ୟାଚରେ କିଶୋର କ୍ଲବ ୩-୧ ଗୋଲରେ ଚାନ୍ଦ କ୍ଲବକୁ ପରାସ୍ତ କରିଛି। ମ୍ୟାଚର ୩ୟ ମିନିଟରେ କିଶୋର କ୍ଲବ ପକ୍ଷରୁ ଗୋପାଳ ଓରାମ ଏକମାତ୍ର ଗୋଲ ଦେଇଥିଲେ। ପରବର୍ତ୍ତୀ ସମୟରେ କିଶୋର କ୍ଲବ ପକ୍ଷରୁ ଅମର ଲାକ୍ରା, ପ୍ରଭାତ ଦଣ୍ଡସେନା, ଅଙ୍କିତ ବେହେରା ଗୋଟିଏ ଲେଖାଏଁ ଗୋଲ ସ୍କୋର କରିବା ସହ ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ। ଦ୍ୱିତୀୟ ମ୍ୟାଚରେ ରୋଭର୍ସ କ୍ଲବ ଏବଂ ୟଙ୍ଗ ଉତ୍କଳ କ୍ଲବ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୨-୨ ଗୋଲରେ ଡ୍ର ରହିଥିଲା। ୟଙ୍ଗ ଉତ୍କଳ ପକ୍ଷରୁ ଦୀନବନ୍ଧୁ ଦାସ ଦୁଇଟି ଯାକ ଗୋଲ ଦେଇଥିଲେ। ରୋଭର୍ସ ଦଳର ସୁନୀଲ ମୁଣ୍ଡା ଏବଂ ସୁନୀଲ ଖିଲା ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ।

Share