ଦିବ୍ୟାଙ୍ଗ ଝିଅ ପାଇଁ ପିତା ତିଆରି କଲେ ମା‘ ରୋବୋଟ…

ପଣଜୀ, ୨୫।୯ : ଅସୁସ୍ଥ ସ୍ତ୍ରୀଙ୍କ ଦ୍ୱାରା ଦିବ୍ୟାଙ୍ଗ ଝିଅଙ୍କୁ ଖାଇବାକୁ ଦେବାରେ ସମସ୍ୟା ଉପୁଜିବାରୁ ଗୋଆର ବିପିନ କଦାମ ନାମକ ଜଣେ ବ୍ୟକ୍ତି ମା’ ରୋବୋଟ ବିକଶିତ କରିଛନ୍ତି। ରୋବୋଟ ତାଙ୍କ ଝିଅଙ୍କୁ ଖାଦ୍ୟ ଖୁଆଇ ଦେଉଛି। ଗୋଆ ଷ୍ଟେଟ ଇନୋଭେଶନ କାଉନସିଲ ବିପିନ କଦାମଙ୍କୁ ତାଙ୍କର ଏଭଳି କାର୍ଯ୍ୟ ପାଇଁ ପ୍ରଶଂସା କରିଛି। ମେସିନରେ ଅଧିକ କାର୍ଯ୍ୟ କରିବା ଏବଂ ଏହାର ବ୍ୟବସାୟିକ କାର୍ଯ୍ୟକ୍ଷମତା ଅନୁସନ୍ଧାନ ପାଇଁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଖାଦ୍ୟ ଏକ ପ୍ଲେଟରେ ରଖାଯାଏ ଯାହା ରୋବୋଟର ଏକ ଅଂଶ । ମା’ ରୋବୋଟ ଭଏସ କମାଣ୍ଡରେ ଝିଅ କଣ ଖାଇବାକୁ ଚାହୁଁଛି ତାହା ଜାଣି ଖୁଆଇ ଦେଇଥାଏ। କଦମ ଦକ୍ଷିଣ ଗୋଆର ପୋଣ୍ଡା ତାଲୁକା ଅନ୍ତର୍ଗତ ବେଥୋରା ଗ୍ରାମର ବାସିନ୍ଦା। ସେ ଜଣେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କର ୧୪ ବର୍ଷର ଝିଅ ଦିବ୍ୟାଙ୍ଗ। ସେ ନିଜେ ଖାଦ୍ୟ ଖାଇ ପାରିବେ ନାହିଁ। ସେ ଖାଦ୍ୟ ପାଇଁ ତାଙ୍କ ମା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ।

ତେବେ ପ୍ରାୟ ଦୁଇ ବର୍ଷ ହେଲା ସ୍ତ୍ରୀ ଶଯ୍ୟାରେ ଅଛନ୍ତି। ତେଣୁ ଝିଅକୁ ଖାଇବାକୁ ଦେବା ପାଇଁ ତାଙ୍କୁ କାମରୁ ବାରମ୍ବାର ଘରକୁ ଆସିବାକୁ ପଡୁଥିଲା । ଶେଷରେ ସେ ଏହାର ଉପାୟ ଚିନ୍ତା କରି ମା’ ରେବୋଟ ବିକଶିତ କରିଥିବା କହିଛନ୍ତି। ସେ କାମ କରି ଘରକୁ ଫେରି ରୋବୋଟ ତିଆରି କାମ କରୁଥିଲେ। ଚାରିମାସ ସେ ରୋବୋଟ ଡିଜାଇନ କଲେ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ପ୍ରୋତ୍ସାହିତ କରୁଛନ୍ତି। ସେହିଭଳି, ମୁଁ ମୋ ପିଲାକୁ ଆତ୍ମନିର୍ଭରଶୀଳ କରିବାକୁ ଚାହୁଁଥିଲି। ଏବେ ତାହା ସମ୍ଭବ ହୋଇଛି। କଦମ କହିଛନ୍ତି ଯେ ସେ ଅନ୍ୟ ପିଲାମାନଙ୍କ ପାଇଁ ମଧ୍ୟ ସମାନ ରୋବଟ ତିଆରି କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି, ମୁଁ ଏହି ରୋବଟକୁ ସାରା ବିଶ୍ୱରେ ପହଞ୍ଚାଇବାକୁ ଚାହୁଁଛି।

ଗୋଆ ଷ୍ଟେଟ ଇନୋଭେଶନ କାଉନସିଲ କାଦାମଙ୍କ କାର୍ଯ୍ୟକୁ ପ୍ରଶଂସା କରିଛି ଏବଂ ରାଷ୍ଟ୍ରାୟତ୍ତ ସଂସ୍ଥା ତାଙ୍କୁ ତାଙ୍କ ରୋବଟକୁ ଆହୁରି ଉନ୍ନତ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛି। ଏହା ସହିତ ଉତ୍ପାଦ ବିକ୍ରି ଲାଗି ବଜାର ଖୋଜିବାରେ ମଧ୍ୟ କାର୍ଯ୍ୟ କରୁଛି। ପରିଷଦର ପ୍ରକଳ୍ପ ନିର୍ଦ୍ଦେଶକ ସୁଦୀପ ଫାଲଦେସାଇ କହିଛନ୍ତି ଯେ କଦମ ଏକ ଅନନ୍ୟ ଉତ୍ପାଦ ସୃଷ୍ଟି କରିଛନ୍ତି ଯାହା ସମାନ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଅନେକ ଲୋକଙ୍କୁ ସାହାଯ୍ୟ କରିପାରିବ। ଏହି ଉତ୍ପାଦର ମୂଲ୍ୟ ସ୍ଥିର ହୋଇ ନାହିଁ। କାରଣ ଏହାର ବ୍ୟବସାୟିକ ମୂଲ୍ୟାଙ୍କନ କରାଯିବା ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri