ଦିବ୍ୟାଙ୍ଗ ଝିଅ ପାଇଁ ପିତା ତିଆରି କଲେ ମା‘ ରୋବୋଟ…

ପଣଜୀ, ୨୫।୯ : ଅସୁସ୍ଥ ସ୍ତ୍ରୀଙ୍କ ଦ୍ୱାରା ଦିବ୍ୟାଙ୍ଗ ଝିଅଙ୍କୁ ଖାଇବାକୁ ଦେବାରେ ସମସ୍ୟା ଉପୁଜିବାରୁ ଗୋଆର ବିପିନ କଦାମ ନାମକ ଜଣେ ବ୍ୟକ୍ତି ମା’ ରୋବୋଟ ବିକଶିତ କରିଛନ୍ତି। ରୋବୋଟ ତାଙ୍କ ଝିଅଙ୍କୁ ଖାଦ୍ୟ ଖୁଆଇ ଦେଉଛି। ଗୋଆ ଷ୍ଟେଟ ଇନୋଭେଶନ କାଉନସିଲ ବିପିନ କଦାମଙ୍କୁ ତାଙ୍କର ଏଭଳି କାର୍ଯ୍ୟ ପାଇଁ ପ୍ରଶଂସା କରିଛି। ମେସିନରେ ଅଧିକ କାର୍ଯ୍ୟ କରିବା ଏବଂ ଏହାର ବ୍ୟବସାୟିକ କାର୍ଯ୍ୟକ୍ଷମତା ଅନୁସନ୍ଧାନ ପାଇଁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଖାଦ୍ୟ ଏକ ପ୍ଲେଟରେ ରଖାଯାଏ ଯାହା ରୋବୋଟର ଏକ ଅଂଶ । ମା’ ରୋବୋଟ ଭଏସ କମାଣ୍ଡରେ ଝିଅ କଣ ଖାଇବାକୁ ଚାହୁଁଛି ତାହା ଜାଣି ଖୁଆଇ ଦେଇଥାଏ। କଦମ ଦକ୍ଷିଣ ଗୋଆର ପୋଣ୍ଡା ତାଲୁକା ଅନ୍ତର୍ଗତ ବେଥୋରା ଗ୍ରାମର ବାସିନ୍ଦା। ସେ ଜଣେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କର ୧୪ ବର୍ଷର ଝିଅ ଦିବ୍ୟାଙ୍ଗ। ସେ ନିଜେ ଖାଦ୍ୟ ଖାଇ ପାରିବେ ନାହିଁ। ସେ ଖାଦ୍ୟ ପାଇଁ ତାଙ୍କ ମା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ।

ତେବେ ପ୍ରାୟ ଦୁଇ ବର୍ଷ ହେଲା ସ୍ତ୍ରୀ ଶଯ୍ୟାରେ ଅଛନ୍ତି। ତେଣୁ ଝିଅକୁ ଖାଇବାକୁ ଦେବା ପାଇଁ ତାଙ୍କୁ କାମରୁ ବାରମ୍ବାର ଘରକୁ ଆସିବାକୁ ପଡୁଥିଲା । ଶେଷରେ ସେ ଏହାର ଉପାୟ ଚିନ୍ତା କରି ମା’ ରେବୋଟ ବିକଶିତ କରିଥିବା କହିଛନ୍ତି। ସେ କାମ କରି ଘରକୁ ଫେରି ରୋବୋଟ ତିଆରି କାମ କରୁଥିଲେ। ଚାରିମାସ ସେ ରୋବୋଟ ଡିଜାଇନ କଲେ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ପ୍ରୋତ୍ସାହିତ କରୁଛନ୍ତି। ସେହିଭଳି, ମୁଁ ମୋ ପିଲାକୁ ଆତ୍ମନିର୍ଭରଶୀଳ କରିବାକୁ ଚାହୁଁଥିଲି। ଏବେ ତାହା ସମ୍ଭବ ହୋଇଛି। କଦମ କହିଛନ୍ତି ଯେ ସେ ଅନ୍ୟ ପିଲାମାନଙ୍କ ପାଇଁ ମଧ୍ୟ ସମାନ ରୋବଟ ତିଆରି କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି, ମୁଁ ଏହି ରୋବଟକୁ ସାରା ବିଶ୍ୱରେ ପହଞ୍ଚାଇବାକୁ ଚାହୁଁଛି।

ଗୋଆ ଷ୍ଟେଟ ଇନୋଭେଶନ କାଉନସିଲ କାଦାମଙ୍କ କାର୍ଯ୍ୟକୁ ପ୍ରଶଂସା କରିଛି ଏବଂ ରାଷ୍ଟ୍ରାୟତ୍ତ ସଂସ୍ଥା ତାଙ୍କୁ ତାଙ୍କ ରୋବଟକୁ ଆହୁରି ଉନ୍ନତ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛି। ଏହା ସହିତ ଉତ୍ପାଦ ବିକ୍ରି ଲାଗି ବଜାର ଖୋଜିବାରେ ମଧ୍ୟ କାର୍ଯ୍ୟ କରୁଛି। ପରିଷଦର ପ୍ରକଳ୍ପ ନିର୍ଦ୍ଦେଶକ ସୁଦୀପ ଫାଲଦେସାଇ କହିଛନ୍ତି ଯେ କଦମ ଏକ ଅନନ୍ୟ ଉତ୍ପାଦ ସୃଷ୍ଟି କରିଛନ୍ତି ଯାହା ସମାନ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଅନେକ ଲୋକଙ୍କୁ ସାହାଯ୍ୟ କରିପାରିବ। ଏହି ଉତ୍ପାଦର ମୂଲ୍ୟ ସ୍ଥିର ହୋଇ ନାହିଁ। କାରଣ ଏହାର ବ୍ୟବସାୟିକ ମୂଲ୍ୟାଙ୍କନ କରାଯିବା ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମନମୋହନଙ୍କୁ ୯୦, ମୋଦି-ରାହୁଲ ଜଣାଇଲେ ଶୁଭେଚ୍ଛା…

ନୂଆଦିଲ୍ଲୀ, ୨୬।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କୁ ତାଙ୍କର ୯୦ ତମ ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି...

ସ୍ବାମୀଙ୍କ ମୃତଦେହକୁ ଟ୍ରଲି ବ୍ୟାଗ୍‌ରେ ଭରି ଡ୍ରେନରେ ଫିଙ୍ଗିଦେଲେ

ନୂଆଦିଲ୍ଲୀ,୨୮।୮: ଗତ ୧୦ ତାରିଖରେ ରାଜଧାନୀର ସୁଖଦେବ ବିହାରର ଡ୍ରେନରୁ ଏକ ଟ୍ରଲି ବ୍ୟାଗରୁ ମିଳିଥିଲା ଜଣେ ପୁରୁଷଙ୍କ ମୃତଦେହ। ପାଣିରେ ରହି ରହି ମୃତଦେହ...

ମୁର୍ଶିଦାବାଦରେ ୧୭.୫୪ ପ୍ରତିଶତ ଭୋଟିଂ: ମତଦାନ କେନ୍ଦ୍ରରେ ଉତ୍ତେଜନା, ୩ ଟିଏମ୍‌ସି କର୍ମକର୍ତ୍ତା ଆହତ

ମୁର୍ଶିଦାବାଦ,୨୩।୪:  ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ସକାଳୁ ମତଦାତାମାନେ ବହୁ ଉତ୍ସାହର ସହ ଭୋଟଦାନ କରିଥିବା ବେଳେ ୧୧ ଆଶାୟୀ ପ୍ରାର୍ଥୀଙ୍କ...

୫ମ ମହାସାଗର ହେଲା ସଦର୍ନ ଓସେନ୍‌

ଦକ୍ଷିଣ ମହାସାଗର ବା ସଦର୍ନ ଓସେନ୍‌କୁ ପୃଥିବୀର ୫ମ ମହାସାଗର ମାନ୍ୟତା ପ୍ରଦାନ କରାଯାଇଛି। ୧୯୧୫ ମସିହାରୁ ଓସେନ୍‌ ମାନଚିତ୍ର ପ୍ରସ୍ତୁତ କରୁଥିବା ନ୍ୟାଶନାଲ ଜିଓଗ୍ରାଫି...

ଆଇସ୍‌-ସ୍ନୋ ଫେଷ୍ଟିଭାଲ୍‌: ୧୪ ଦେଶର କଳାକାର ନିର୍ମାଣ କରିଛନ୍ତି ୨ ଶହ କଳାକୃର୍ତ୍ତି

ବେଜିଂ,୩।୧: ଚାଇନାରେ ଆଇସ୍‌-ସ୍ନୋ ଫେଷ୍ଟିଭାଲ୍‌ ଆରମ୍ଭ ହୋଇଛି। ସ୍ଥାନୀୟ ହେଲୋଙ୍ଗୟାଙ୍ଗ୍‌ ପ୍ରଦେଶର ହାର୍ବିନ୍‌ଠାରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ୧୪ ଦେଶର କଳାକାର ଯୋଗଦେଇ ୨...

ମୁଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଲା, ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ, ୨୯।୧୨: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି...

ବୁଷ୍ଟର ଡୋଜ୍‌ ଭାବେ କୋର୍ବେଭାକ୍ସ ଟିକାକୁ ଖୁବ୍‌ଶୀଘ୍ର ମଞ୍ଜୁରୀ

ନୂଆଦିଲ୍ଲୀ,୧୦।୮(ପି.ଟି.): ବୁଷ୍ଟର ଡୋଜ୍‌ ଭାବେ ବାୟୋଲୋଜିକାଲ-ଇ ପ୍ରସ୍ତୁତ କୋର୍ବେଭାକ୍ସ କୋଭିଡ୍‌ ଟିକାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଖୁବ୍‌ଶୀଘ୍ର ମଞ୍ଜୁରୀ ପ୍ରଦାନ କରିବାକୁ ଯାଉଛି। ପୂର୍ବରୁ କୋଭାକ୍ସିନ...

ଗାଈ ଗୋବରରୁ ସାବୁନ ତିଆରି: ଦାମ୍‌ ୧୨୫ ଟଙ୍କା

ନୂଆଦିଲ୍ଲୀ,୨।୧୦: ଭାରତ ସରକାରଙ୍କ ଖଦୀ ଓ ଗ୍ରାମୋଦ୍ୟୋଗ ବିଭାଗ ପକ୍ଷରୁ ଗାଈ ଗୋବରରୁ ସାବୁନ ତିଆରି କରାଯାଇଛି। ଆୟୋଜିତ ଏକ ଉତ୍ସବରେ ସଡ଼କ ପରିବହନ ମନ୍ତ୍ରୀ...

Advertisement
Archives

Model This Week