ଦିବ୍ୟାଙ୍ଗ ଝିଅ ପାଇଁ ପିତା ତିଆରି କଲେ ମା‘ ରୋବୋଟ…

ପଣଜୀ, ୨୫।୯ : ଅସୁସ୍ଥ ସ୍ତ୍ରୀଙ୍କ ଦ୍ୱାରା ଦିବ୍ୟାଙ୍ଗ ଝିଅଙ୍କୁ ଖାଇବାକୁ ଦେବାରେ ସମସ୍ୟା ଉପୁଜିବାରୁ ଗୋଆର ବିପିନ କଦାମ ନାମକ ଜଣେ ବ୍ୟକ୍ତି ମା’ ରୋବୋଟ ବିକଶିତ କରିଛନ୍ତି। ରୋବୋଟ ତାଙ୍କ ଝିଅଙ୍କୁ ଖାଦ୍ୟ ଖୁଆଇ ଦେଉଛି। ଗୋଆ ଷ୍ଟେଟ ଇନୋଭେଶନ କାଉନସିଲ ବିପିନ କଦାମଙ୍କୁ ତାଙ୍କର ଏଭଳି କାର୍ଯ୍ୟ ପାଇଁ ପ୍ରଶଂସା କରିଛି। ମେସିନରେ ଅଧିକ କାର୍ଯ୍ୟ କରିବା ଏବଂ ଏହାର ବ୍ୟବସାୟିକ କାର୍ଯ୍ୟକ୍ଷମତା ଅନୁସନ୍ଧାନ ପାଇଁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଖାଦ୍ୟ ଏକ ପ୍ଲେଟରେ ରଖାଯାଏ ଯାହା ରୋବୋଟର ଏକ ଅଂଶ । ମା’ ରୋବୋଟ ଭଏସ କମାଣ୍ଡରେ ଝିଅ କଣ ଖାଇବାକୁ ଚାହୁଁଛି ତାହା ଜାଣି ଖୁଆଇ ଦେଇଥାଏ। କଦମ ଦକ୍ଷିଣ ଗୋଆର ପୋଣ୍ଡା ତାଲୁକା ଅନ୍ତର୍ଗତ ବେଥୋରା ଗ୍ରାମର ବାସିନ୍ଦା। ସେ ଜଣେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କର ୧୪ ବର୍ଷର ଝିଅ ଦିବ୍ୟାଙ୍ଗ। ସେ ନିଜେ ଖାଦ୍ୟ ଖାଇ ପାରିବେ ନାହିଁ। ସେ ଖାଦ୍ୟ ପାଇଁ ତାଙ୍କ ମା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ।

ତେବେ ପ୍ରାୟ ଦୁଇ ବର୍ଷ ହେଲା ସ୍ତ୍ରୀ ଶଯ୍ୟାରେ ଅଛନ୍ତି। ତେଣୁ ଝିଅକୁ ଖାଇବାକୁ ଦେବା ପାଇଁ ତାଙ୍କୁ କାମରୁ ବାରମ୍ବାର ଘରକୁ ଆସିବାକୁ ପଡୁଥିଲା । ଶେଷରେ ସେ ଏହାର ଉପାୟ ଚିନ୍ତା କରି ମା’ ରେବୋଟ ବିକଶିତ କରିଥିବା କହିଛନ୍ତି। ସେ କାମ କରି ଘରକୁ ଫେରି ରୋବୋଟ ତିଆରି କାମ କରୁଥିଲେ। ଚାରିମାସ ସେ ରୋବୋଟ ଡିଜାଇନ କଲେ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ପ୍ରୋତ୍ସାହିତ କରୁଛନ୍ତି। ସେହିଭଳି, ମୁଁ ମୋ ପିଲାକୁ ଆତ୍ମନିର୍ଭରଶୀଳ କରିବାକୁ ଚାହୁଁଥିଲି। ଏବେ ତାହା ସମ୍ଭବ ହୋଇଛି। କଦମ କହିଛନ୍ତି ଯେ ସେ ଅନ୍ୟ ପିଲାମାନଙ୍କ ପାଇଁ ମଧ୍ୟ ସମାନ ରୋବଟ ତିଆରି କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି, ମୁଁ ଏହି ରୋବଟକୁ ସାରା ବିଶ୍ୱରେ ପହଞ୍ଚାଇବାକୁ ଚାହୁଁଛି।

ଗୋଆ ଷ୍ଟେଟ ଇନୋଭେଶନ କାଉନସିଲ କାଦାମଙ୍କ କାର୍ଯ୍ୟକୁ ପ୍ରଶଂସା କରିଛି ଏବଂ ରାଷ୍ଟ୍ରାୟତ୍ତ ସଂସ୍ଥା ତାଙ୍କୁ ତାଙ୍କ ରୋବଟକୁ ଆହୁରି ଉନ୍ନତ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛି। ଏହା ସହିତ ଉତ୍ପାଦ ବିକ୍ରି ଲାଗି ବଜାର ଖୋଜିବାରେ ମଧ୍ୟ କାର୍ଯ୍ୟ କରୁଛି। ପରିଷଦର ପ୍ରକଳ୍ପ ନିର୍ଦ୍ଦେଶକ ସୁଦୀପ ଫାଲଦେସାଇ କହିଛନ୍ତି ଯେ କଦମ ଏକ ଅନନ୍ୟ ଉତ୍ପାଦ ସୃଷ୍ଟି କରିଛନ୍ତି ଯାହା ସମାନ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଅନେକ ଲୋକଙ୍କୁ ସାହାଯ୍ୟ କରିପାରିବ। ଏହି ଉତ୍ପାଦର ମୂଲ୍ୟ ସ୍ଥିର ହୋଇ ନାହିଁ। କାରଣ ଏହାର ବ୍ୟବସାୟିକ ମୂଲ୍ୟାଙ୍କନ କରାଯିବା ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri