ବାପାଙ୍କୁ ହତ୍ୟାକାରୀ ବନ୍ଧାହେଲେ ପୁଅ

ଶେରଗଡ଼,୨୮ା୨(ସୂର୍ଯ୍ୟ ନାରାୟଣ ଦାଶ): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ଗୁରୁବାର ରାତି ୧୦ଟାରେ ଏକ ହତ୍ୟାକାଣ୍ଡ ଘଟିଛି। ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କ ମୃତ୍ୟୁ ହୋଇଛି। ଖବର ପାଇ ଶେରଗଡ଼ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ଘଟଣାର ତଦନ୍ତ କରିଛି। ଅଭିଯୁକ୍ତ ପୁଅ ଯୁଗଳ ଶିଅଳଙ୍କୁ ଗିରଫ କରାଯାଇଛି।
ଖବରରୁ ଜଣାପଡିଛି, ବ୍ଲକର ତାକରଡା ଗ୍ରାମର ପନ୍ଦରା ସାହିରେ ତାରିଣୀ ମଳିକଙ୍କ ପରିବାର ବସବାସ କରନ୍ତି। ତାରିଣୀଙ୍କ ସ୍ତ୍ରୀଙ୍କ ଦୀର୍ଘଦିନ ହେଲା ମୃତ୍ୟୁ ଘଟିସାରିଛି। ପୁଅ ଯୁଗଳ ଓ ବୋହୁଙ୍କ ସହ ସେ ଚଳନ୍ତି। ମାତ୍ର ସେ ଅନେକ ଦିନ ହେଲା ଅସୁସ୍ଥ ହୋଇପଡିଥିଲେ। କିଛି ଦିନ ହେଲା ଯୁଗଳଙ୍କ ସ୍ତ୍ରୀ ବାପଘରକୁ ଯାଇଥିଲେ। ଏପରି ଅବସ୍ଥାରେ ଯୁଗଳ ବାପାଙ୍କ ସେବା କରି ଆସୁଥିଲେ। ଗୁରୁବାର ଯୁଗଳ ବାପାଙ୍କୁ ନେଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା କରି ଆଣିଥିଲେ। ରାତି ୧୦ଟାରେ ତାରିଣୀଙ୍କ ଗୋଡରେ ଭୀଷଣ ଯନ୍ତ୍ରଣା ଅନୁଭୂତ ହୋଇଥିଲା। ସେ କିଛି ବ୍ୟବସ୍ଥା କରିବାକୁ କହିଥିଲେ। ବାପାଙ୍କ ସେବାଶ୍ରୁଷସା କରି ଥକି ପଡିଥିବା ଯୁଗଳ ବାପାଙ୍କ ଉପରେ ବିରକ୍ତ ହୋଇଥିଲେ। ଫଳରେ ବାପା ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଯୁଗଳ ଏକ ଟାଙ୍ଗିଆ ଆଣି ତାରିଣୀଙ୍କ ବେକକୁ ହାଣି ଦେଇଥିଲେ। ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ପୋଲିସ ପହଞ୍ଚତ୍ ମୃତଦେହ ଡାକ୍ତରଖାନା ପଠାଇବା ସହ ଯୁଗଳଙ୍କୁ ଧରି ନେଇ ଥାନାରେ ଅଟକ ରଖିଥିଲା। ଶୁକ୍ରବାର ତାଙ୍କୁ ଗିରଫ କରଯାଇଛି। ଅନ୍ୟପକ୍ଷରେ ତାରିଣୀଙ୍କ ମୃତଦେହ ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ପଠାଯାଇଛି। ଯୁଗଳଙ୍କ ଦାଦା ନାରାୟଣ ନାୟକଙ୍କ ଏତାଲାକୁ ଭିତ୍ତିକରି ପୋଲିସ ନଂ. ୧୨୧/୨୫ରେ ମାମଲା ରୁଜୁ କରିଛି। ଥାନା ଅଧିକାରୀ ବିରେନ୍ଦ୍ର ସିଆଳଙ୍କ ନେତୃତ୍ୱରେ ଏସ୍‌ଆଇ ସତ୍ୟଜିତ ବେଣିଆ ଓ ଏଏସ୍‌ଆଇ କୃଷ୍ଣଚନ୍ଦ୍ର ଦାଶ, ଛତ୍ରପୁରରୁ ସାଇଣ୍ଟିଫିକ ଟିମ୍‌ ଗ୍ରାମରେ ପହଞ୍ଚତ୍ ତଦନ୍ତ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri