Posted inଖେଳ

ବାପା କାରଗିଲ୍‌ ହିରୋ, ମା’ ଗହଣା ବନ୍ଧା ରଖି ପୁଅକୁ କଲେ କ୍ରିକେଟର୍‌: ଆଉ ଏବେ…

ରାଜକୋଟ,୧୯।୨: ଇଂଲଣ୍ଡ ବିପକ୍ଷରେ ରାଜକୋଟ ଟେଷ୍ଟରେ ସରଫରାଜ ଖାନଙ୍କ ସହ ଧ୍ରୁବ ଜୁରେଲ ମଧ୍ୟ ଡେବ୍ୟୁ କରିଥିଲେ। ଏବେ ୨୩ ବର୍ଷୀୟ ଖେଳାଳି ଧ୍ରୁବ ଜୁରେଲଙ୍କ ବିଷୟରେ ମଧ୍ୟ ଆଲୋଚନା ହେଉଛି। ଏହି ସ୍ଥାନରେ ପହଞ୍ଚିବା ପାଇଁ ଧ୍ରୂବଙ୍କ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡିଥିଲା। ଧ୍ରୁବଙ୍କ ପିତା କାରଗିଲ ଯୁଦ୍ଧର ହିରୋ ହୋଇଥିବାବେଳେ ତାଙ୍କ ମା’ ତାଙ୍କ ପୁଅ ପାଇଁ କ୍ରିକେଟ କିଟ କିଣିବା ପାଇଁ ଗହଣା ବନ୍ଧା ରଖିଥିଲେ।
ଧ୍ରୁବ ୧୬ ଫେବୃଆରୀ ୨୦୨୪ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ। ସେ ପ୍ରଥମ ଇନିଂସରେ ୪୬ ରନ ସଂଗ୍ରହ କରିଛନ୍ତି। ଟିମ ଇଣ୍ଡିଆରେ ଉଇକେଟ କିପର-ବ୍ୟାଟ୍ସମ୍ୟାନ କେ.ଏସ ଭରତଙ୍କ ସ୍ଥାନ ନେଇଛନ୍ତି ସେ।
ଧ୍ରୁବ ଉତ୍ତରପ୍ରଦେଶର ଆଗ୍ରା ନିବାସୀ। ତାଙ୍କ ପିତା ନେମ ସିଂ ଭାରତୀୟ ସେନାର ଅବସରପ୍ରାପ୍ତ ସୈନିକ। ନେମ ସିଂ ହାଭିଲଦାର ପଦରୁ ଅବସର ନେଇଥିଲେ। ଏକ ସମୟ ଥିଲା ଯେତେବେଳେ ଧ୍ରୁବଙ୍କ ମା’ ତାଙ୍କ ପୁଅର କିଟ କିଣିବା ପାଇଁ ଅଳଙ୍କାର ବନ୍ଧା ରଖିଥିଲେ।
ନେମ ସିଂ କହିଛନ୍ତି ଯେ, ଏହା ମଧ୍ୟ ତାଙ୍କ ପାଇଁ ଏକ ସ୍ବପ୍ନ ଭଳି। ନାମ ସିଂ କହିଛନ୍ତି, ଧ୍ରୁବ ଆଇପିଏଲ ଖେଳିଥିଲେ ଏବଂ ବର୍ତ୍ତମାନ ସେ ଭାରତୀୟ ଦଳ ପାଇଁ ମନୋନୀତ ହୋଇଛନ୍ତି। ଏହା ଆମ ପାଇଁ ଏକ ସ୍ବପ। ଲୋକମାନଙ୍କୁ ଏବଂ ଭଗବାନଙ୍କୁ କିପରି ଧନ୍ୟବାଦ ଦେବାକୁ ମୋ ପାଖେରେ ଶବ୍ଦ ନାହିଁ। ଏପରି ଏକ ସମୟ ଥିଲା ଯେତେବେଳେ ମୁଁ ଚାହୁଁଥିଲି ମୋ ପୁଅ ନ୍ୟାଶନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସୈନିକ ଭାବରେ ଦେଶ ସେବା କରିବ। କିନ୍ତୁ ଧ୍ରୁବ କ୍ରିକେଟକୁ ଏତେ ଭଲ ପାଉଥିଲେ ଯେ ସେ ତାଙ୍କ ପିତାଙ୍କ ପଦାଙ୍କ ଅନୁସରଣ କରିବାକୁ ଚାହୁଁ ନ ଥିଲେ। ମୋ ପରିବାରର କେହି କ୍ରିକେଟ ଖେଳି ନାହାଁନ୍ତି। କିନ୍ତୁ ମୁଁ ଜଣେ ପିତା ଏବଂ ତାଙ୍କ ଭବିଷ୍ୟତ ପାଇଁ ମଧ୍ୟ ଚିନ୍ତିତ ଥିଲି। ଯଦି କ୍ରିକେଟ ନ ଘଟେ ତେବେ କ’ଣ ହେବ? ଅଧ୍ୟୟନରେ ଧ୍ରୁବ ମଧ୍ୟ ସେତେଟା ଭଲ ନ ଥିଲେ। କିନ୍ତୁ ସେ ପରିବାରର ନାଁ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2025: ପ୍ରଶଂସକଙ୍କୁ ବଡ଼ ଝଟ୍‌କା, ଏଣିକି ମାଗଣାରେ ଦେଖିପାରିବେ ନାହିଁ ଆଇପିଏଲ୍‌ ମ୍ୟାଚ୍‌, ଗଣିବାକୁ ପଡ଼ିବ…

ନୂଆଦିଲ୍ଲୀ,୧୪।୨: ସମସ୍ତ କ୍ରିକେଟ ପ୍ରେମୀ ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫିକୁ ଅପେକ୍ଷା କରିଛନ୍ତି। ଏହା ପରେ ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରିକେଟ ଲିଗ୍‌ ’ଇଣ୍ଡିଆନ ପ୍ରିମିୟର ଲିଗ(IPL)’...

Unbelievable: ୫୦ ବଲ୍‌ରେ ଗୋଟିଏ ବି ରନ୍‌ କରି ନ ଥିଲେ, ତଥାପି ଶତକ ମାରି ବୋଲର୍‌ଙ୍କୁ ଘାଇଲା କରିଦେଲେ ଏହି ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୪।୨: ଶ୍ରୀଲଙ୍କାର ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ କୁସାଲ ମେଣ୍ଡିସ ପୁଣି ଥରେ ଶତକ ହାସଲ କରି ନିଜ ପ୍ରତିଭାର ପ୍ରମାଣ ଦେଇଛନ୍ତି। କଲମ୍ବୋରେ ଖେଳାଯାଉଥିବା ଦ୍ୱିତୀୟ ତଥା ଶେଷ...

ICC ଚାମ୍ପିଅନ୍ସ ଟ୍ରଫି ୨୦୨୫: ବିଜେତାଙ୍କ ପାଇଁ ରେକର୍ଡ ପୁରସ୍କାର ରାଶି ଘୋଷଣା

ନୂଆଦିଲ୍ଲୀ,୧୪।୨: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶୁକ୍ରବାର, ଫେବୃଆରୀ ୧୪ ତାରିଖରେ ଆଗାମୀ ଚାମ୍ପିଅନ୍ସ ଟ୍ରଫି ପାଇଁ ରେକର୍ଡ ମୋଟ ୬.୯ ମିଲିୟନ ଆମେରିକୀୟ ଡଲାର...

ଭାଜପା କୋର୍‌ କମିଟି ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୨: ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଶୁକ୍ରବାର କୋର୍‌ କମିଟି ବୈଠକ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିଛନ୍ତି।...

ବିବାହ ବନ୍ଧନରେ ବାନ୍ଧି ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ପୂର୍ବତନ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ଶେଷ ହେବା ପରେ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ଆରମ୍ଭ ହେବ। ସମସ୍ତ ୧୦ଟି ଫ୍ରାଞ୍ଚାଇଜ ଲିଗ ପାଇଁ ସେମାନଙ୍କର...

Video: ବିଜୟ ଟ୍ରଫି ନେବାକୁ ଭୁଲିଗଲେ ରୋହିତ ଶର୍ମା; ଭାଇରାଲ ହେଉଛି ଭିଡ଼ିଓ

ନୂଆଦିଲ୍ଲୀ,୧୪।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ, ଇଂଲଣ୍ଡ ଧଳା ବଲ ସିରିଜ ପାଇଁ ଟିମ ଇଣ୍ଡିଆ ଗସ୍ତ କରିଥିଲା। ଉଭୟଙ୍କ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ...

ଶିଖର ଧାଓ୍ବନଙ୍କୁ ବଡ଼ ଦାୟିତ୍ୱ ଦେଲା ICC: ଏବେ କରିବେ ଏହି କାମ

ନୂଆଦିଲ୍ଲୀ,୧୩।୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଚାରି ଜଣ କ୍ରିକେଟର୍‌ଙ୍କୁ ବ୍ରାଣ୍ଡ ଆମ୍ବାସାଡରଙ୍କୁ ନିଯୁକ୍ତ କରିଛି। ଏଥିରେ ପୂର୍ବତନ ଭାରତୀୟ...

Champions Trophy 2025: ପରିବାରକୁ ସାଥିରେ ନେବେନି ଟିମ୍‌ ଇଣ୍ଡିଆ ଖେଳାଳି

ନୂଆଦିଲ୍ଲୀ,୧୩।୨: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପରେ ଏବେ ଟିମ ଇଣ୍ଡିଆକୁ ଚାମ୍ପିଅନ୍ସ ଟ୍ରଫିରେ ତାର ଶକ୍ତି ପ୍ରଦର୍ଶନ କରିବାକୁ ପଡିବ। ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri