୬୫ ବର୍ଷରେ ବି ବାପା ବକ୍ସ ଅଫିସରେ ହିଟ୍‌, ପୁଅଙ୍କ ଡେବ୍ୟୁ ଫିଲ୍ମ ଦେଖିବାକୁ ଆସୁନାହାନ୍ତି ଦର୍ଶକ

ବମ୍ବେ: ବାପାଙ୍କ ଫିଲ୍ମ ସୁପରହିଟ୍‌ ତ ପୁଅଙ୍କ ଫିଲ୍ମ ହେଲା ସୁପରଫ୍ଲପ। ଆମେ କହୁଛୁ ସନ୍ନି ଦେଓଲଙ୍କ ପୁଅ ରାଜବୀର ଦେଓଲଙ୍କ ବିଷୟରେ। ସନ୍ନିଙ୍କ ଫିଲ୍ମ ‘ଗଦର ୨’ ରିଲିଜର ୬୦ ଦିନ ପରେ ବି ବକ୍ସ ଅଫିସରେ ହିଟ୍‌ ହୋଇ ରହିଥିବା ବେଳେ ରାଜବୀରଙ୍କ ଡେବ୍ୟୁ ଫିଲ୍ମ ‘ଦୋନୋ’ ଦର୍ଶକଙ୍କ ମନ ଜିଣିବାରେ ହୋଇଛି ବିଫଳ। ଚଳିତ ସପ୍ତାହରେ ଫିଲ୍ମ ରିଲିଜ ହୋଇଥିଲେ ହେଁ ହଲ୍‌ ଖାଁ ଖାଁ ରହୁଛି। ଏହାକୁ ନେଇ ସିନେମା ହଲ ମାଲିକଙ୍କୁ ଅନେକ ଶୋ’ ବାତିଲ କରିବାକୁ ପଡ଼ିଛି।

‘ଦୋନୋ’ରେ ରାଜବୀରଙ୍କ ସହ ଅଭିନେତ୍ରୀ ପୁନମ୍‌ ଢ଼ିଲ୍ଲୋଙ୍କ ଝିଅ ପଲୋମା ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି। ଏଥିସହ ସୁରଜ ବଡଜାତ୍ୟାଙ୍କ ପୁଅ ଅବନୀଶ ବଡଜାତ୍ୟା ମଧ୍ୟ ନିର୍ଦ୍ଦେଶନାରେ ଡେବ୍ୟୁ କରିଛନ୍ତି। ଚଳଚ୍ଚିତ୍ରରେ ଗୋଟିଏ କିମ୍ବା ଦୁଇଟି ନୁହଁ ତିନି ନୂଆ ଚେହେରା ଥିବା ସତ୍ତ୍ୱେ ଫିଲ୍ମ ପ୍ରଶଂସକଙ୍କୁ ନିରାଶ କରିଛି।

କହିରଖୁଛୁ, ରାଜବୀର ସନ୍ନି ଦେଓଲଙ୍କ ସାନ ପୁଅ। ବଡ଼ ପୁଅ କରନ୍‌ ପୂର୍ବରୁ ବଲିଉଡରେ ପାଦ ରଖି ସାରିଛନ୍ତି। ‘ପଲ ପଲ ଦିଲ କେ ପାସ’ ଜରିଆରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ହେଲେ ଏହା ସେତେଟା ପ୍ରଭାବ ପକାଇ ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ଓକିଲ ସଂଘ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି । ଗତ କିଛିଦିନ ତଳେ ବରଗଡ଼ ସହରସ୍ଥିତ କୋର୍ଟ ସମ୍ମୁଖ ରାସ୍ତାରେ…

ସାଧାରଣ ଲୋକଙ୍କ ପାଇଁ ଖୁସିଖବର, କମିଗଲା…

ନୂଆଦିଲ୍ଲୀ,୧୫।୧୨: ନଭେମ୍ୱର ମାସରେ ଭାରତର ପାଇକାରୀ ମୁଦ୍ରାସ୍ଫୀତି ହାର ନକାରାତ୍ମକ ହୋଇଗଲା, ଯାହା ବର୍ଷ ବର୍ଷ ଧରି 0.32% ହ୍ରାସ ପାଇଲା। ଏହି ହ୍ରାସ ମୁଖ୍ୟତଃ ଖାଦ୍ୟ…

ଘରୋଇ ହିଂସା ରୋକିବା ଉପରେ ଗୁରୁତ୍ୱ

ନୂଆପଡ଼ା,୧୮।୧୨ (ମକାରୁ ବେମାଲ): ଜିଲା ମହିଳା ସଶକ୍ତୀକରଣ କେନ୍ଦ୍ର ଓ ଜିଲା ସମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ମଙ୍ଗଳବାର ସ୍ଥାନୀୟ ସଦ୍‌ଭାବନା ସଭାଗୃହଠାରେ ଘରୋଇ ହିଂସା ପ୍ରତିରୋଧ…

ବ୍ଲକ୍‌ସ୍ତରୀୟ ମତ୍ସ୍ୟ, ପ୍ରାଣିସମ୍ପଦ ମେଳା: ଚାଷୀଙ୍କୁ ପୁରସ୍କୃତ କଲେ…

ନୂଆପଡ଼ା,୨୪ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆଠାରେ ମଙ୍ଗଳବାର ବ୍ଲକ୍‌ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲା ଉପନିର୍ଦ୍ଦେଶକ ଡା. କୋଟନି ପାର୍ଥସାରଥି ଦୋରାଙ୍କ…

PEOଙ୍କୁ ଗିରଫ କଲା ଭିଜିଲାନ୍ସ: ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ହୋଇଥିଲା ଚଢାଉ

ବଞ୍ଚୋ,୩୧।୧୨ (ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ କରାଯାଇଛି।…

ଆନନ୍ଦାନୁଭୂତି

ଉପନିଷଦ ଯୁଗର ଦିବ୍ୟଦ୍ରଷ୍ଟା ମହାନ୍‌ ଋଷିଗଣ ମାନବ ଜୀବନର ଅନ୍ତିମ ଲକ୍ଷ୍ୟ ନିର୍ଦ୍ଧାରଣକରି କହିଛନ୍ତି,‘ପରମାନନ୍ଦ ପ୍ରାପ୍ତି କରିବା।’ ସାଧୁସନ୍ଥ ଓ ଦିବ୍ୟ ପୁରୁଷଗଣ ମନୁଷ୍ୟକୁ ଜୀବନର ଅନ୍ତିମ…

ନିଜ ସ୍ତ୍ରୀଙ୍କୁ ବିକ୍ରି କରିଦେଲେ ସ୍ବାମୀ, ଦୁବାଇରୁ ଉଦ୍ଧାର କରିବା ପାଇଁ ଅନୁରୋଧ କଲେ…

ବଲାଙ୍ଗୀର,୧୬।୧: ସ୍ତ୍ରୀଙ୍କୁ ବିକିଦେଲେ ସ୍ବାମୀ। ଏଭଳି ଘଟଣା ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ବୁରାବନ୍ଦ ଗାଁରୁ ସାମ୍ନକୁ ଆସିଛି। ଗାଁର ପ୍ରେମା ମହାନନ୍ଦ ସ୍ତ୍ରୀଙ୍କୁ ସାତ ବର୍ଷ…

ସିଡିଏରେ ଗ୍ୟାସ ପାଇପ ଲାଇନ ଲିକ୍‌: ଆତଙ୍କିତ ହୋଇ ପଡ଼ିଲେ ଲୋକେ

କଟକ, ୧୯।୧(କାର୍ତ୍ତିକ ସାହୁ) : ନିର୍ମାଣ କାମ ପାଇଁ ରାସ୍ତା ଖୋଳା ଯାଉଥିବା ବେଳେ ଗ୍ୟାସ ପାଇପ ଲାଇନ ଫାଟିବାରୁ ଆତଙ୍କିତ ହୋଇ ପଡ଼ିଥିଲେ ସିଡିଏ ସେକ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri