ଡାଲି ପାଇଁ କଳି: ବିଷ ପିଇ ଜୀବନ ହାରିଲେ ବାପା, ପୁଅ

କେସିଙ୍ଗା/ଭବାନୀପାଟଣା,୩।୭ (ଡି.ଏନ.ଏ.)-କଳାହାଣ୍ଡି ଜିଲା ଏମ.ରାମପୁର ବ୍ଲକ୍‌ ଅଧୀନ ଦୁଟା ଗ୍ରାମରେ ଡାଲି ପାଇଁ ବାପ ପୁଅ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଦୀନବନ୍ଧୁ ଦାସ (୫୭) ଓ ତାଙ୍କ ପୁଅ ଜଗା ଦାସ (୨୪)। ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଶୁକ୍ରବାର ସକାଳେ ପରିବାର ଲୋକେ ଉଭୟଙ୍କୁ ଏମ.ରାମପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରୁ ସେମାନଙ୍କୁ ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ବାଟରେ ବାପ, ପୁଅ ଆଖି ବୁଜିଥିଲେ। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୋଲିସ କହିଛି ଯେ, ଗୁରୁବାର ରାତିରେ ଘରେ ମାଂସ ତରକାରୀ ହୋଇଥିଲା। କିନ୍ତୁ ଡାଲି ହୋଇ ନ ଥିବାରୁ ପୁଅ ଜଗା ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ ବାପ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ବିଷ ପିଇ ଉଭୟ ଶୋଇ ପଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିଙ୍ଗାପୁର ମାଷ୍ଟର ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡରେ ଦୁର୍ଗା ଚରଣ ମିଶ୍ର ଜିତିଲେ ୨ ସ୍ବର୍ଣ୍ଣ

ଭବାନୀପାଟଣା,୧୧।୭(ଡି.ଏନ୍‌.ଏ.): ସିଙ୍ଗାପୁରରେ ଆରମ୍ଭ ହୋଇଥିବା ମାଷ୍ଟର ଟ୍ରାକ୍‌ ଆଣ୍ଡ ଫିଲ୍ଡ ପ୍ରତିଯୋଗିତାରେ କଳାହଣ୍ଡି ଜିଲା ଭବାନୀପାଟଣା ସହରର ଦୁର୍ଗା ଚରଣ ମିଶ୍ର ଡିସ୍‌କସ୍‌ ଥ୍ରୋ ଓ...

ପ୍ରଧାନମନ୍ତ୍ରୀ ଓଡ଼ିଆଙ୍କ ଦୃଢ଼ ଇଚ୍ଛାଶକ୍ତିକୁ ବିଶ୍ୱ ଆଗରେ ପ୍ରତିପାଦିତ କରିଛନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର,୧।୩ (ବ୍ୟୁରୋ) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭୁବନେଶ୍ୱରଠାରେ ଦଳର କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମ ଶୁଣିଛନ୍ତି। ଏହି...

ଗାଡ଼ିରେ ଡାକି ନେଇ ମହିଳାଙ୍କୁ ଗଣବଳାତ୍କାର

ବାରିପଦା ଅଫିସ, ୧୬ା୧୦: ମୟୂରଭଞ୍ଜ ଜିଲା ରରୁଆଁ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଲିଫ୍ଟ ଦେବା ବାହାନାରେ ୨ଜଣ ଯୁବକ ନଦୀକୂଳକୁ ନେଇ ଗଣବଳାତ୍କାର କରିବା...

ନାବାଳିକାଙ୍କୁ ଗଣବଳାତ୍କାର: ୨ କୋର୍ଟ ଚାଲାଣ

ସାକ୍ଷୀଗୋପାଳ,୩ା୮(ଡି.ଏନ୍‌.ଏ.): ଜନୈକା ୧୪ ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗରେ ପୁରୀ ଜିଲା ସତ୍ୟବାଦୀ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ...

ରାଜ୍ୟରେ ଆଜି ୬,୦୧୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୬,୦୧୯ କରୋନା ଆକ୍ରାନ୍ତ...

ସବୁ ସହରାଞ୍ଚଳରେ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନିର୍ମାଣ ଧୂଅଁ।ବାଣ

ବ୍ରହ୍ମପୁର ଅଫିସ,୨ା୯-ବ୍ରହ୍ମପୁର ମହାନଗର ନିଗମ ପାଇଁ ମହୁଡ଼ାରେ ପ୍ରସ୍ତାବିତ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ନିମନ୍ତେ ମୁଖ୍ୟମନ୍ତ୍ରୀ ୨୦୧୩ ଅକ୍ଟୋବର ୩ରେ ଶିଳାନ୍ୟାସ କରିଥିଲେ ।...

ସ୍ତ୍ରୀଙ୍କୁ ଗିରଫ ପରେ ଭିଜିଲାନ୍ସ ଅଫିସ୍‌ରେ ହାଜର ହେଲେ ମାହାଙ୍ଗା ଆଇଆଇସି

ଭୁବନେଶ୍ୱର,୧୪।୫(ବ୍ୟୁରୋ): ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରାଙ୍କ ଗିରଫ ଘଟଣାରେ ମାହାଙ୍ଗା ଆଇଆଇସି ଭିଜିଲାନ୍ସ ଅଫିସ୍‌ରେ ହାଜର ହୋଇଛନ୍ତି। ଭିଜିଲାନ୍ସ ନିର୍ଦ୍ଦେଶରେ ସେ ଭୁବନେଶ୍ୱର ଭିଜିଲାନ୍ସ...

ଅଣ୍ଡା, କୁକୁଡା ମାଂସ ଖାଇବା ନିରାପଦ: ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ

ଭୁବନେଶ୍ୱର,୩ା୬(ବ୍ୟୁରୋ)-ଚିକେନ ଓ ଅଣ୍ଡା ଖାଇବା ଦ୍ୱାରା କରୋନାଠୁ ଅଧିକ ଭୟଙ୍କର ରୋଗ ବ୍ୟାପିବା ନେଇ ଚାଲିଥିବା ଚର୍ଚ୍ଚା ଏକ ପ୍ରକାର ଗୁଜବ। ଏ ନେଇ ବୁଧବାର...

Advertisement
Archives

Model This Week