ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି): ପିକ୍ଅପ୍ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍.ଏଚ୍ ୫୭ ର ଟୋଲଗେଟ ନିକଟରେ।
ସୂଚନା ମୁତାବକ, ଡୁମ୍ବେରବାହାଲ ଗାଁର ରମାକାନ୍ତ ନାଏକ ନିଜ ସ୍ତ୍ରୀ ଓ ଦେଢ଼ ବର୍ଷର ପୁଅ ସହିତ ବାଇକରେ ବଲାଙ୍ଗୀର ପଟକୁ ଆସୁଥିଲେ। ଏକ ପିକ୍ଅପ୍ ଭ୍ୟାନ୍ ଦ୍ରୁତ ଗତିରେ ଆସି ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାପା ରମାକାନ୍ତ ଏବଂ ଦେଢ଼ ବର୍ଷର ପୁଅଙ୍କ ଜୀବନ ଚାଲିଯାଇଥିଲା। ଗୁରୁତର ଅବସ୍ଥାରେ ରମାକାନ୍ତଙ୍କ ସ୍ତ୍ରୀ ବୀଣାପାଣି ନାଏକଙ୍କୁ ବଲାଙ୍ଗୀର ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମାଆଙ୍କ ମୃତ୍ୟୁ ହୋଇଯାଇଛି। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଟୋଲଗେଟ ନିକଟରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଅନ୍ୟପଟେ ପୁଇଁତଲା ପୋଲିସ ପିକଅପ ଗାଡ଼ିକୁ ଜବତ କରିବା ସହିତ ଡ୍ରାଇଭର ଓ ମାଲିକଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି।
Dharitri – Odisha’s No.1 Odia Daily