ଗୋଟିଏ ଶ୍ମଶାନରେ ଜଳିଲା ବାପ-ପୁଅଙ୍କ ଜୁଇ

ସୋନପୁର,୩୦ା୪(ନି.ପ୍ର.): ଶ୍ମଶାନରେ ଜଳୁଛି ଜୁଇ। ଗୋଟିଏ ନୁହେଁ ଦୁଇ ଦୁଇଟି ଜୁଇ। ତାହାପୁଣି ଦୁଇ ବାପ ପୁଅଙ୍କର। ଶନିବାର ପୁଅ ଆର୍ତ୍ତତ୍ରାଣ ବାପା ଆଦି ସା’ଙ୍କ ଦେହ ଭଲ ନ ଥିବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ନେଇଥିଲେ। ମାତ୍ର ବାପ-ପୁଅ ଦୁହେଁ ସେଠାରୁ ଶବ ହୋଇ ଘରକୁ ଫେରିଲେ। ଏମିତି ଏକ ଦୁଃଖଦ ଖବର ଆସିଛି ସୁବର୍ଣ୍ଣପୁର ଜିଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦରୁ। ବାପା ଆଦିଙ୍କ ଦେହ ଭଲ ନ ଥିବାରୁ ପୁଅ ବାପାଙ୍କୁ ନେଇ ବଳାଙ୍ଗୀର ମେଡିକାଲ ଯାଇଥିଲେ। ସେଠାରେ ବାପାଙ୍କୁ ବେଡ୍‌କୁ ନିଆଯାଉଥିବା ବେଳେ ପୁଅ ଆର୍ତ୍ତତ୍ରାଣ ଭଲ ଲାଗୁନି ବୋଲି କହିଥିଲେ ଓ ସେଠାରେ ହିଁ ତାଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା। ପୁଅଙ୍କ ମୃତ୍ୟୁ ଘଟଣାକୁ ସହ୍ୟ କରିପାରି ନ ଥିଲେ ବୃଦ୍ଧ ବାପା ଆଦି। ଆଉ ସେଠାରେ ହିଁ ଆଦିଙ୍କର ମଧ୍ୟ ପ୍ରାଣବାୟୁ ଉଡ଼ିଯାଇଥିଲା। ବାପ-ପୁଅଙ୍କ ମୃତଦେହ ତରଭାସ୍ଥିତ ନିଜ ବାସଭାବନକୁ ଆଣି ଆଜି ଏକା ସାଥିରେ ଗୋଟିଏ ଶ୍ମାଶନରେ ଦାହ କରାଯାଉଛି। ଏପରି ହୃଦୟ ବିଦାରକ ଘଟଣା ଦେଖି ତରଭା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।