ଗଞ୍ଜାମ,୨।୧୧(ବିଦ୍ୟାଧର ସାହୁ): ମହାବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜନଜୀବନ ଏବେ ବି ଅସ୍ତବ୍ୟସ୍ତ ରହିଥିବାବେଳେ ଅନେକ ଅଞ୍ଚଳର ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଏଭଳି କଠିନ ପରିସ୍ଥିତିରେ ଗଞ୍ଜାମ ଅଞ୍ଚଳର ଏକ ସ୍ବେଚ୍ଛାସେବୀ ଦଳ ରାକେଶ ରଞ୍ଜନ ଦାସ, ଲିଙ୍ଗରାଜ ମହାପାତ୍ର, ବାଦଲ ପ୍ରଧାନ, ଧରଣୀଧର ସାହୁ, ରାଜା ପ୍ରମୁଖ ଅଣ୍ଟାଏ ପାଣିରେ ବନ୍ୟାଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ କରି ମାନବିକତାର ପରିଚୟ ଦେଇଛନ୍ତି। ବନ୍ୟା ଓ ବାତ୍ୟାର ପ୍ରଭାବ କମିଥିଲେ ମଧ୍ୟ ଅନେକ ସ୍ଥାନରେ ଏବେ ବି ବନ୍ୟାଜଳ ହ୍ରାସ ପାଇନାହିଁ। ଲୋକେ ପାଣି ଘେରରେ ରହି ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।