ବାପା ଉପରେ ଥାଇ ଆଶୀର୍ବାଦ କରିଛନ୍ତି, ମୁଁ ତାଙ୍କ ଅଧୁରା ସ୍ବପ୍ନପୂରଣ କରିବି

ଝାରସୁଗୁଡ଼ା ଅଫିସ, ୧୩।୫: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ବିଜୟ ହାସଲ କରିବା ପରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ପ୍ରତିକ୍ରିୟା ରଖିଛନ୍ତି। ଦୀପାଳି କହିଛନ୍ତି, ଏ ବିଜୟ ମୋ ବାପା ସ୍ବର୍ଗତ ନବ ଦାସଙ୍କୁ ଉତ୍ସର୍ଗୀକୃତ। ଏ ବିଜୟ କେବଳ ମୋର ନୁହଁ, ଏ ବିଜୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର,ଏ ବିଜୟ ମୋ ବାପାଙ୍କର, ଝାରସୁଗୁଡ଼ାବାସୀଙ୍କର। ଝାରସୁଗୁଡ଼ାବାସୀ ସୁଯୋଗ ଦେଇଥିବାରୁ ସେମାନଙ୍କ ନିକଟରେ ଋଣୀ ଓ କୃତଜ୍ଞ। ଏହା ସହ ସେ ବହୁତ ଖୁସିଥିବା କହିଥିବା ବେଳେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବାପା ମୋତେ ଉପରେ ଥାଇ ଆଶୀର୍ବାଦ ଦେଇଛନ୍ତି। ମୁଁ ବାପାଙ୍କ ଅଧୁରାସ୍ବପ୍ନକୁ ପୂରଣ କରିବି ବୋଲି ଦୀପାଳି କହିଛନ୍ତି।