ନୃଶଂସ କାଣ୍ଡ: ପୁଅର ଶିଳପୁଆ ମାଡରେ ବାପର ମୃତ୍ୟୁ

ଆଠଗଡ,୨।୫(ସତ୍ୟ ପ୍ରସାଦ ରଥ): ଆଠଗଡ ଥାନା ଅନ୍ତର୍ଗତ ଜାଗିଆପଡା ଗ୍ରାମ ତଅଁଳା ସାହିରେ ଶନିବାର ସକାଳୁ ଘଟିଯାଇଛି ଅଘଟଣ।ନିଶାଶକ୍ତ ପୁଅ ବିଭୂତି ନାଏକ(୪୦)ର ଶିଳପୁଆ ମାଡରେ ବାପା ବିକଳ ନାଏକଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିବା ପରେ ଗ୍ରାମବାସୀ ବିଭୂତିକୁ କାବୁ କରି ପୋଲିସର ଜିମା ଦେଇଛନ୍ତି। ଆଠଗଡ ପୋଲିସ ବିଭୂତିଙ୍କୁ ଅଟକ ରଖିବା ସହିତ ମୃତ ବାପାଙ୍କ ମୃତଦେହକୁ ଜବତ କରି ଆଠଗଡ ଡାକ୍ତରଖାନାକୁ ଆଣିଛି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ। ତେବେ ଖବର ଲେଖା ହେଲା ବେଳକୁ ଥାନାରେ କୌଣସି ଏତଲା ହୋଇନଥିବା ଥାନା ଅଧିକାରିଣୀ ସୁମତି କୁମାରୀ ମହାନ୍ତି ସୂଚନା ଦେଇଛନ୍ତି।

 

 

Dharitri – Odisha’s No.1 Odia Daily

Share