ପୁଅ ଗୁଳିମାଡ଼ରେ ବାପା ମୃତ

ଗୁଣପୁର,୨୭ା୨(ଡି.ଏନ୍‌.ଏ.): ରାୟଗଡା ଜିଲା ଗୁଣପୁର ବ୍ଲକ କୁଲୁସିଂ ପଞ୍ଚାୟତ ଗୁଡି ଗ୍ରାମରେ ରବିବାର ପାରିବାରିକ କଳହର ଏକ କୁପରିଣତି ଦେଖିବାକୁ ମିଳିଛି। ପୁଅ ଗୁଳିମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କାନ୍ତିନ ଦଳବେହେରା (୬୦)। ଅଭିଯୁକ୍ତ ପୁଅ ମେଜନ ଦଳବେହେରା(୩୨)ଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ଦେଶୀ ବନ୍ଧୁକକୁ ଜବତ କରାଯାଇଛି।
ପ୍ରକାଶ ଯେ, କୌଣସି ଏକ କଥାକୁ ନେଇ ରବିବାର ବାପ-ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ପୁଅ ମେଜନ ଉତ୍ତ୍ୟକ୍ତ ହୋଇ ଘରୁ ଦେଶୀ ବନ୍ଧୁକ ଆଣି ବାପାଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ କାନ୍ତିନଙ୍କ ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡ ସମ୍ପର୍କରେ ପୁଟାସିଂ ପୋଲିସ ଖବରପାଇ ସେଠାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୋଲିସ ଏ ନେଇ ଥାନାରେ ନଂ.୩/୨୦୨୩ରେ ଦଫା ୩୦୨,୨୫/୨୭ ଆର୍ମସ ଆକ୍ଟରେ ମାମଲା ରୁଜୁ କରିଥିଲା। ମେଜନଙ୍କୁ ଥାନାକୁ ଆଣି ପଚରାଉଚରା ଚାଲିଥିବା ବିଷମକଟକ ଏସ୍‌ଡିପିଓ ତଥା ଗୁଣପୁର ଭାରପ୍ରାପ୍ତ ଏସ୍‌ଡିପିଓ ଆକାଶ ସାହୁ ସୂଚନା ଦେଇଛନ୍ତି। ଡିଏସ୍‌ପି ଅସିତ ମହାନ୍ତି ଘଟଣାର ତଦନ୍ତ ଭାର ନେଇଛନ୍ତି। ଗୁଣପୁର ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟ ନେଇ ଏନଏସି କାର୍ଯ୍ୟାଳୟ ଯାଇଥିଲେ ଯୁବଗୋଷ୍ଠୀ: କନିଷ୍ଠ ଯନ୍ତ୍ରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

ଗଞ୍ଜାମ, ୨୪।୯ (ବିଦ୍ୟାଧର ସାହୁ):ଗଞ୍ଜାମ ଏନଏସିରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ମାନସ ଜେନା ସ୍ଥାନୀୟ ଲୋକଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ବାତ୍ୟା ପ୍ରଭାବରେ…

ଗାଁରେ ପଶିଲା ସମୁଦ୍ର ଜୁଆର: ଅପହଞ୍ଚ ସାନ୍ତାଳୀ ଗାଁ ପାଣିଖିଆରେ ଦୁଇଟି ଘାଇ

ମହାକାଳପଡ଼ା, ୨୪।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ି ଆସି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ଏକ…

ଉଚ୍ଚତା ମାତ୍ର ୪ ଫୁଟ ୭ ଇଞ୍ଚ, ୨୧୫ କିଲୋ ଭାର ଉଠାଇ ଚମତ୍କାର କଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୪।୯: ଏସିଆନ ଗେମ୍ସର ୪୯ କିଲୋଗ୍ରାମ ମହିଳା ଭାରୋତ୍ତୋଳନ ବର୍ଗରେ ଭାରତକୁ ରୌପ୍ୟ ପଦକ ମିଳିଛି। ଭାରତୀୟ ଷ୍ଟାର୍‌ ଭାରୋତ୍ତୋଳକ ମୀରାବାଇ ଚାନୁ ରୌପ୍ୟ ପଦକ ଜିତିଥିବା…

ଦେଶରେ ପୁଣି ବଢ଼ିବ ପେଟ୍ରୋଲ-ଡିଜେଲ ଦର! ସରକାର ଦେଲେ ବଡ଼ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ,୨୪।୯: ପଶ୍ଚିମ ଏସିଆରେ ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ଏବଂ ହର୍ମୁଜ ସଙ୍କଟ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ବା କ୍ରୁଡ୍‌ ଅଏଲ ଦର ଗତ କିଛି…

ରୋହିତଙ୍କ ସହ ସମ୍ପର୍କକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଗମ୍ଭୀର, କହୁ କହୁ କହିଦେଲେ… ଚାରିଆଡ଼େ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଓ ଖେଳାଳିଙ୍କ ମଧ୍ୟରେ ସମ୍ପର୍କ ସବୁବେଳେ ଚର୍ଚ୍ଚାରେ ରହିଥାଏ। ବିଶେଷକରି ଅଧିନାୟକ ଓ କୋଚ୍‌ଙ୍କ ସମ୍ପର୍କ…

ବାତ୍ୟା ଅର୍ଣ୍ଣବ ପ୍ରଭାବ: ପରିସ୍ଥିତିର ସମୀକ୍ଷା କରିବେ ବିଧାୟକ

କୋରାପୁଟ, ୨୪।୯ (ଅମିତାଭ ବେହେରା): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କୋରାପୁଟ ଜିଲାରେ ଜାରି ରହିଛି ବର୍ଷା। ବୁଧବାର ସକାଳ ୮ଟାରୁ ଗୁରୁବାର ସକାଳ ୮ଟା ପର୍ଯ୍ୟନ୍ତ ୨୪…

ପେଟରେ ଥିଲା ଭୋକ, ଆଖିରେ ଥିଲା ସ୍ବପ୍ନ: ଏବେ ଏସିଆନ ଗେମ୍ସରେ ଭାରତ ପାଇଁ ପଦକ ଜିତିଲେ କ୍ୟାବ୍‌ ଡ୍ରାଇଭର

ନୂଆଦିଲ୍ଲୀ,୨୪।୯: ଜାପାନର ନାଗୋୟାରେ ପୁରୁଷ ଡବଲ ସ୍କଲ୍ସ ରୋଇଂ ଫାଇନାଲ ଶେଷ ହେବା ପରେ ଯେତେବେଳେ ଆକାଶରେ ଭାରତର ତ୍ରିରଙ୍ଗା ଉଡିଥିଲା,ସେତେବେଳେ ୨୦୦୦ ମିଟର ଓ୍ବାଟର କୋର୍ସରେ…

‘ବିରାଟ-ରୋହିତଙ୍କୁ ପାଇ ଶୁଭମନ ଗିଲ ଭାଗ୍ୟଶାଳୀ’, ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ କଥା

ନୂଆଦିଲ୍ଲୀ,୨୪।୯: ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମତରେ, ଶୁଭମନ ଗିଲ ଦିନିକିଆ କ୍ରିକେଟରେ ଜଣେ ଅଧିନାୟକ ଭାବେ ଭଲ ପ୍ରଦର୍ଶନ କରିବେ। ଯଦିଓ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?