ବାପ-ପୁଅଙ୍କୁ ଧକ୍କା ଦେଲା ତହସିଲଦାରଙ୍କ ଗାଡ଼ି

ଦେବଗଡ଼, ୮ା୯(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ବଣିଆକିଲିଣ୍ଡା ଗ୍ରାମ ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ବୁଧବାର ବାରକୋଟ ତହସିଲଦାରଙ୍କ ଗାଡ଼ି ଧକ୍କାରେ ଜଣେ ଯୁବ ବ୍ୟବସାୟୀ ଓ ତାଙ୍କର ୧୧ବର୍ଷର ପୁଅ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇିଛି l

ମିଳିଥିବା ସୂଚନା ମୁତାବକ, ଏକ ବୋଲେରୋ ଗାଡିରେ ତହସିଲଦାର ରୁବି ବେହେରା ଏକ ସରକାରୀ କାର୍ଯ୍ୟରେ ଯୋଗଦେବାକୁ ଦେବଗଡ଼ କଲେକ୍ଟରେଟ ଆସୁଥିଲେ। ବଣିଆକିଲିଣ୍ଡା ଗ୍ରାମ ନିକଟରେ ଥିବା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ବୋଲେରୋ ବାଇକ୍‌ ଯୋଗେ ଆସୁଥିବା ଯୁବବ୍ୟବସାୟୀ ରାଜେଶ ଗୋଏଲ (୩୮)ଓ ତାଙ୍କ ପୁଅ ରିସବ (୧୧)ଙ୍କୁ ଧକ୍କା ଦେଇଥିଲେ l ଫଳରେ ବାଇକରୁ ଉଭୟେ ଛିଟିକି ପଡି ଗୁରୁତର ହୋଇଥିଲେ l ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ l ଦେବଗଡ଼ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାଗସ୍ତ ବୋଲେରୋ ଓ ବାଇକକୁ ପୋଲିସ ଜବତ କରିିଛି l