Posted inଜାତୀୟ

ଏକସଙ୍ଗେ ପୋଲିସରେ ଭର୍ତ୍ତିହେଲେ ବାପପୁଅ

ଲକ୍ଷ୍ନୌ, ୧୯।୬: ଉତ୍ତର ପ୍ରଦେଶର ହାପୁର ଜିଲା ଉଦୟରାମପୁର ନଙ୍ଗଲା ଗ୍ରାମର ବାପପୁଅଙ୍କ ଯୋଡ଼ି ଏକସଙ୍ଗେ ରାଜ୍ୟ ପୋଲିସରେ କନ୍‌ଷ୍ଟେବଲ ଭାବେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର ଲକ୍ଷ୍ନୌସ୍ଥିତ ଡିଫେନ୍ସ ଏକ୍ସପୋ ଭେନ୍ୟୁରେ ପହଞ୍ଚି ଅବସରପ୍ରାପ୍ତ ସେନା ହାବିଲଦାର ୟଶପାଲ ସିଂ ନାଗର (୪୧) ଏବଂ ତାଙ୍କ ପୁଅ ଶେଖର ନାଗର (୨୧) ନିଜ ନିଯୁକ୍ତି ପତ୍ର ଆଣିଥିଲେ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଭୟଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ୟଶପାଲ ୨୦୦୩ରେ ଭାରତୀୟ ସେନାରେ ଭର୍ତ୍ତି ହୋଇଥିଲେ। ୧୬ ବର୍ଷ ଧରି ସେବା ଯୋଗାଇବା ପରେ ୨୦୧୯ରେ ସେ ସେନାରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଏହାପରେ ଦିଲ୍ଲୀରେ ଥିବା ଆର୍ମି ଅର୍ଡିନାନ୍ସ କର୍ପ୍ସରେ ସେ କିଛିଦିନ ପାଇଁ କାର୍ଯ୍ୟ କରିଥିଲେ। ୨୦୨୪ରେ ଉତ୍ତର ପ୍ରଦେଶର କନ୍‌ଷ୍ଟେବଲ ନିଯୁକ୍ତି ପରୀକ୍ଷା ପାଇଁ ୟଶପାଲ ପୁଅ ଶେଖରଙ୍କ ସହ ମିଶି ଆବେଦନ କରିଥିଲେ। ଉଭୟ ବାପପୁଅ ଏକସଙ୍ଗେ ଉକ୍ତ ପରୀକ୍ଷା ଦେଇଥିଲେ ଏବଂ ଏକସଙ୍ଗେ ଉଭୟଙ୍କର ସିଲେକ୍ସନ ମଧ୍ୟ ହୋଇଛି। ଦୁହେଁ ୨ ବର୍ଷ ଧରି ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ଉଭୟେ ଦିଲ୍ଲୀର ଏକ କୋଚିଂ ସେଣ୍ଟରରେ ମିଳିତ ଭାବେ ୟୁପି ପୋଲିସ କନଷ୍ଟେବଲ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ବୋଲି ଶେଖର କହିଛନ୍ତି।
ଏବେ ୟଶପାଲ ଶାହଜହାନ୍‌ପୁର ଏବଂ ପୁଅ ଶେଖର ବରେଲିରେ ୟୁପି ପୋଲିସ କନଷ୍ଟେବଲ ଭାବେ ଟ୍ରେନିଂ ନେବେ। ଚଳିତ ମାସ ଶେଷ ଆଡ଼କୁ ଉଭୟେ ଟ୍ରେନିଂ ପାଇଁ ଯିବେ। ୟୁପି ପୋଲିସରେ କନ୍‌ଷ୍ଟେବଲ ଭାବେ ଭର୍ତ୍ତି ହେବା ପରେ ଶେଖର କହିଛନ୍ତି, ସେ ଆଗକୁ ମଧ୍ୟ କମ୍ବାଇନ୍‌ଡ ଡିଫେନ୍ସ ସର୍ଭିସ୍‌ ଏକ୍ସାମିନେଶନ (ସିଡିଏସ୍‌) ଏବଂ ୟୁପି ଇନ୍ସପେକ୍ଟର ପରୀକ୍ଷା ପରି ବିଭିନ୍ନ ସରକାରୀ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?