Posted inଜାତୀୟ

ଇଭିଏମ୍‌ରେ ୨,୬୧୫ ପ୍ରାର୍ଥୀଙ୍କ ଭାଗ୍ୟ

ବେଙ୍ଗାଲୁରୁ,୧୧ା୫: କର୍ନାଟକ ବିଧାନସଭା ୨୨୪ ଆସନ ପାଇଁ ବହୁ ପ୍ରତୀକ୍ଷିତ ନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇଯାଇଛି। ମତଦାନ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା। ଭୋଟଗ୍ରହଣ ଶେଷ ହେବା ପରେ ୭୨% ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ରାମନଗର ନିର୍ବାଚନମଣ୍ଡଳୀରେ ସର୍ବାଧିକ ୭୮.୨୨% ମତଦାନ ହୋଇଥିବାବେଳେ ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଲିକେ (ବିବିଏମ୍‌ପି) ସାଉଥ୍‌ରେ ସର୍ବନିମ୍ନ ୪୮.୬୩% ଭୋଟ ଗ୍ରହଣ କରାଯାଇଛି। ରାଜ୍ୟର ଅଧିକାଂଶ ଆସନରେ ମୁଖ୍ୟତଃ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ହୋଇଛି। ଭାଜପା ପୁନର୍ବାର ସରକାର ଗଢ଼ିବା ପାଇଁ ଯଥାସାଧ୍ୟ ଉଦ୍ୟମ କରିଥିବାବେଳେ କଂଗ୍ରେସ ଶାସକ ଦଳକୁ କ୍ଷମତାଚ୍ୟୁତ କରିବାକୁ ଅଣ୍ଟା ଭିଡ଼ିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ମଧ୍ୟ କିଙ୍ଗ୍‌ କିମ୍ବା କିଙ୍ଗ୍‌ମେକର ଭୂମିକା ପାଇଁ ସବୁ ପ୍ରକାର ପ୍ରୟାସ ଚଳାଇଥିଲା। ମୋଟ ୫.୩୧ କୋଟି ଯୋଗ୍ୟ ଭୋଟରଙ୍କ ମତାଦାନ ପାଇଁ ସାରା ରାଜ୍ୟରେ ୫୮,୫୪୫ ପୋଲିଂ ଷ୍ଟେଶନର ବ୍ୟବସ୍ଥା କରାଯାଇଥିଲା। ମଇଦାନରେ ୨,୬୧୫ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ, ଯାହାଙ୍କ ମଧ୍ୟରୁ ୧୮୪ ଜଣ ହେଉଛନ୍ତି ମହିଳା। ଭୋଟ ଶେଷ ହେବା ସହ ଏହି ପ୍ରାର୍ଥୀମାନଙ୍କ ଭାଗ୍ୟ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌)ରେ ସିଲ୍‌ ହୋଇଯାଇଛି। ୨୦୧୮ ବିଧାନସଭା ନିର୍ବାଚନରେ ୭୨.୩୬% ମତଦାନ ହୋଇଥିଲା।

ନିର୍ବାଚନୀ ହିଂସା: ୨୩ ଗିରଫ

କର୍ନାଟକର ବିଜୟପୁରା ଜିଲାରେ ନିର୍ବାଚନ ଦାୟିତ୍ୱରେ ନିୟୋଜିତ ଏକ ଗାଡ଼ିରେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌) ନିଆଯାଉଥିବା ଦେଖିବାକୁ ପାଇ ମସାବିନାଲା ଗ୍ରାମର ଲୋକେ ଆପତ୍ତି ଉଠାଇଥିଲେ। ସେମାନେ ଉକ୍ତ ଗାଡ଼ିକୁ ଅଟକାଇ ଜଣେ ଅଧିକାରୀଙ୍କୁ ମାଡ଼ ମାରିବା ସହ ବାଲଟ୍‌ ୟୁନିଟ୍‌ ଓ ଅନ୍ୟ ସାମଗ୍ରୀଗୁଡ଼ିକୁ ଭଙ୍ଗାରୁଜା କରିଥିଲେ। ଏନେଇ ପୋଲିସ ୨୩ ଜଣଙ୍କୁ ଗିରଫ କରିଛି। ଅଧିକାରୀ ଜଣକ ଇଭିଏମ୍‌ ଏବଂ ଭିଭିପିଏଟି ମେଶିନ ବଦଳାଇବାକୁ ଯାଉଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା। ଲୋକେ ତାଙ୍କୁ ଆକ୍ରମଣ କରିଥିବା ପୋଲିସ କହିଛି। ଇତିମଧ୍ୟରେ ବେଙ୍ଗାଲୁରୁର ପଦ୍ମନାଭ ନିର୍ବାଚନମଣ୍ଡଳୀରେ କେତେଜଣ ଯୁବକ ନିଜ ରାଜନୈତିକ ବିରୋଧୀଙ୍କୁ ବାଡ଼ିରେ ପିଟିଥିବା ଅଭିଯୋଗ ହୋଇଛି। ଏଥିରେ କେତେଜଣ ମହିଳା ଭୋଟର ଆହତ ହୋଇଛନ୍ତି। ବଲ୍ଲାରି ଜିଲାର ସଞ୍ଜୀବାରାୟନାକୋଟ୍‌ରେ ଭାଜପା ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି।
ଭୋଟ ନ ଦେଲେ ସମାଲୋଚନା ଅଧିକାର ନାହିଁ: ନାରାୟଣମୂର୍ତ୍ତି

ଆମେ ଯଦି ଭୋଟ ଦେବା ନାହିଁ ତେବେ କୌଣସି ସରକାରକୁ ସମାଲୋଚନା କରିପାରିବା ନାହିଁ। ପ୍ରଥମେ ନିଜ ରାଜନୈତିକ ମତାଧିକାର ସାବ୍ୟସ୍ତ କରିବା ଏବଂ କେଉଁଟା ଭଲ ଓ କେଉଁଟା ଖରାପ ତାହା ପରେ କହିବା। ଆମେ ସେପରି ନ କଲେ ସମାଲୋଚନା କରିବା ଅଧିକାର ହରାଉଛେ ବୋଲି ଆଇଟି ମେଜର ଇନ୍‌ଫୋସିସ୍‌ ସହପ୍ରତିଷ୍ଠାତା ନାରାୟଣମୂର୍ତ୍ତି କହିଛନ୍ତି। ୭୬ ବର୍ଷୀୟ ନାରାୟଣଙ୍କ ସହ ସ୍ତ୍ରୀ ସୁଧା ମୂର୍ତ୍ତି ମଧ୍ୟ ବେଙ୍ଗାଲୁରୁସ୍ଥିତ ଏକ ବୁଥ୍‌ରେ ନିଜ ମନପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ଏହି ଅବସରରେ ସୁଧା କହିଥିଲେ, ମତଦାନ ଗଣତନ୍ତ୍ର ପାଇଁ ପବିତ୍ର। ଏକ ଗଣତନ୍ତ୍ରରେ ନିଜ ଅଧିକାର ସାବ୍ୟସ୍ତ କରିବା ଆମ ଯୁବପିଢ଼ି ଶିଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri