ପରୁଷୋତ୍ତମପୁର,୧।୫(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୋଷୋତ୍ତମ ଥାନା ଅଧୀନ କରନ୍ଦାପଲ୍ଲୀ ଗ୍ରାମରେ ମଙ୍ଗୁଳୁ ରେଡି ନାମକ ଜଣେ ବ୍ୟକ୍ତିଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଥିବା ଅଭିଯୋଗରେ ଦୁର୍ଦ୍ଦାନ୍ତ ଅପରାଧୀ ମିଟୁ ରେଡିଙ୍କୁ ଗୁରବାର ଆଇଆଇସି ରାଜେଶ କୁମାର ନାୟକ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି l
ଏନେଇ ଥାନାରେ ଏକ ମାମଲା(ନଂ.୩୩୨/୨୫) ରୁଜୁ ହୋଇଛି। ପୂର୍ବରୁ ମଧ୍ୟ ମିଟୁଙ୍କ ନାମରେ ବିଭିନ୍ନ ଥାନାରେ ସଙ୍ଗୀନ ମାମଲା ରହିଛି। ଏପରିକି ସେ ଗିରଫ ହୋଇ ଜେଲ ଯାଇଥିବା ନେଇ ପୁରୁଷୋତ୍ତମପୁର ଏସ୍ଡିପିଓ ଡ.ଦୀପକ କୁମାର ମିଶ୍ର କହିଛନ୍ତି।


