ବାଲିଶଙ୍କରା,୧୫ା୧୧(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରଦ୍ଧା ଓ ଭକ୍ତିର ସହ ଛଟ ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ବାଲିଶଙ୍କରା ଡୁଡୁଙ୍ଗନାଳା ନିକଟରେ ବିହାରୀ ସମ୍ପ୍ରଦାୟର ମହିଳାମାନେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି। ଏଥିପାଇଁ ପୂର୍ବରୁ ନଦୀକୂଳକୁ ସଫାସୁତୁରା କରାଯିବା ସହ ବିଭିନ୍ନ ରଙ୍ଗବେରଙ୍ଗର ଫୁଲ ଓ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା।
ବ୍ରତଧାରୀମାନେ ବିଭିନ୍ନ ପ୍ରକାର ଫଳମୂଳ, ଠେକୁଆ ପିଠା, ମିଠା ଓ ଅନ୍ୟାନ୍ୟ ପ୍ରସାଦ ଅର୍ପଣ କରି ସୂର୍ଯ୍ୟଦେବଙ୍କ ପୂଜାର୍ଚ୍ଚନା କରିଥିଲେ। ଛଟ ପୂଜାର ପରମ୍ପରା ଅନୁଯାୟୀ, ସୋମବାର ଭୋରରୁ ବ୍ରତଧାରୀମାନେ ପୁଣି ନଦୀକୂଳରେ ପହଞ୍ଚି ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ପରେ ବ୍ରତ ସମାପନ କରିବେ। ଏହି ପୂଜାକୁ ନେଇ ସମଗ୍ର ଅଞ୍ଚଳରେ ଧାର୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।