Posted inଜାତୀୟ

ଫେବୃୟାରୀ ୧୫କୁ ଘୁଞ୍ଚିଲା ଫାସ୍‌ଟାଗ୍‌

ନୂଆଦିଲ୍ଲୀ, ୧।୧:ଜାତୀୟ ରାଜପଥଗୁଡ଼ିକରୁ ଫାସ୍‌ଟାଗ୍‌ ମାଧ୍ୟମରେ ଶତପ୍ରତିଶତ ଟୋଲ୍‌ ସଂଗ୍ରହ ଲାଗି ଧାର୍ଯ୍ୟ ସମୟସୀମାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଫେବୃୟାରୀ ୧୫ ଯାଏ ବୃଦ୍ଧି କରିଛନ୍ତି। ଏନେଇ ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)କୁ ମନ୍ତ୍ରଣାଳୟ ଜଣାଇଦେଇଛି। ବର୍ତ୍ତମାନ ସୁଦ୍ଧା ୭୦ରୁ ୮୦ ପ୍ରତିଶତ ଟୋଲ୍‌ ସଂଗ୍ରହ ଫାସ୍‌ଟାଗ୍‌ରେ ହେଉଛି। ଫେବୃୟାରୀ ୧୫ରୁ ୧୦୦% ଫାସ୍‌ଟାଗ୍‌ ଟୋଲ ସଂଗ୍ରହ ପାଇଁ ଏନ୍‌ଏଚ୍‌ଏଆଇ ଆବଶ୍ୟକ ନିୟମାବଳୀ ପ୍ରଣୟନ କରିପାରିବ ବୋଲି ମନ୍ତ୍ରଣାଳୟ କହିଛି। ୨୦୨୧ ଜାନୁୟାରୀ ୧ରୁ ଫାସ୍‌ଟାଗ୍‌ ମାଧ୍ୟମରେ ସମ୍ପୂର୍ଣ୍ଣ ଟୋଲ୍‌ ସଂଗ୍ରହ ଲାଗି ପୂର୍ବରୁ ଘୋଷଣା କରାଯାଇଥିଲା। ଟୋଲ୍‌ ପ୍ଲାଜାଗୁଡ଼ିକରେ ନିର୍ବିଘ୍ନରେ ଯାତାୟାତ ଲାଗି ୨୦୨୧ ବର୍ଷର ପ୍ରଥମ ଦିନରୁ କ୍ୟାଶ୍‌ଲେସ୍‌ କାରବାର ପାଇଁ ବିଭାଗୀୟ ମନ୍ତ୍ରୀ ନୀତୀନ ଗଡ଼କରି ଲକ୍ଷ୍ୟ ରଖିଥିଲେ। ଏଥିପାଇଁ ନଭେମ୍ବରରେ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା। ଜାନୁୟାରୀ ୧ରୁ ଫାସ୍‌ଟାଗ୍‌ ବାଧ୍ୟତାମୂଳକ ବୋଲି ଗଡ଼କରୀ ଡିସେମ୍ବର ୨୫ରେ ଘୋଷଣା କରିଥିଲେ। ୪ ବ୍ୟାଙ୍କ ପକ୍ଷରୁ ୨୦୧୬ରେ ୧ ଲକ୍ଷ ଫାସ୍‌ଟାଗ୍‌ ଇସ୍ୟୁ ହୋଇଥିଲା। ୨୦୧୮ ସୁଦ୍ଧା ଏହି ସଂଖ୍ୟା ୩୪ ଲକ୍ଷରେ ପହଞ୍ଚତ୍ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଦନାନ ସାମିଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯିବାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ,୨୭।୧: ବଲିଉଡ୍‌ ଗାୟକ ଅଦନାନ ସାମିଙ୍କୁ ଚଳିତବର୍ଷ ପଦ୍ମଶ୍ରୀ ସମ୍ମାନ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ଏହା ‘ଏନ୍‌ଆର୍‌ସିର...

ଶେଷରେ କୋଭାକ୍ସିନକୁ ମିଳିଲା ‘ହୁ’ର ମାନ୍ୟତା

ନୂଆଦିଲ୍ଲୀ,୩।୧୧: ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା ‘କୋଭାକ୍ସିନ’କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ହୁ)ର ମଞ୍ଜୁରୀ ମିଳିଛି। ଜରୁରିକାଳୀନ ବ୍ୟବହାର ପାଇଁ ବୈଷୟିକ କମିଟି ଅନୁମତି...

ଆଶ୍ରମରୁ ଶିଶୁକନ୍ୟାକୁ ନେଇଗଲେ ଭାଜପା ବିଧାୟକ

ବରେଲି, ୧୪ା୧୨: ଉତ୍ତରପ୍ରଦେଶର ବରେଲିସ୍ଥିତ ଏକ ଅନାଥ ଆଶ୍ରମରୁ ଜଣେ ଏକ ବର୍ଷୀୟ ଶିଶୁ କନ୍ୟାକୁ ଭାଜପା ବିଧାୟକ ରାଜେଶ ମିଶ୍ର ବେଆଇନ ଭାବେ ନେଇଯାଇଥିବା...

ରାଜ୍ୟପାଳଙ୍କୁ ଅଟକାଇଲେ ଟିଏମ୍‌ସି ବିଧାୟକ

କୋଲକାତା,୯ା୩: ପଶ୍ଚିମବଙ୍ଗ ବିଧାନସଭାରେ ସୋମବାର ବଜେଟ ଅଧିବେଶନର ପ୍ରଥମ ଦିନରେ ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିଥିଲା। ପୌର ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣାକୁ ନେଇ ଭାଜପା...

ବଜେଟ୍‌ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ: ଆର୍‌ଟିପିସିଆର୍‌ ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୩୦।୧: ଜାନୁୟାରୀ ୩୧ରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନ ପାଇଁ ରବିବାର ରାଜ୍ୟ ସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁଙ୍କ ସହ ଲୋକ ସଭା...

ଆସନ ବଞ୍ଚାଇପାରିଲେ ୧୯୭ ଏମ୍‌ପି

ନୂଆଦିଲ୍ଲୀ,୨୫ା୫(ପି.ଟି.): ୨୦୧୪ରେ ନିର୍ବାଚିତ ହୋଇଥିବା ଏମ୍‌ପିଙ୍କ ମଧ୍ୟରୁ ଏଥର ସାଧାରଣ ନିର୍ବାଚନରେ ୧୯୭ ଜଣ ନିଜ ଆସନ ବଞ୍ଚାଇପାରିଛନ୍ତି। ସେମାନଙ୍କ ମଧ୍ୟରେ ୨୭ ମହିଳା ଏମ୍‌ପି...

କୋଭିଡ୍‌ ମୃତକଙ୍କ ପରିବାରକୁ ପେନ୍‌ସନ

ନୂଆଦିଲ୍ଲୀ, ୩୦ା୫: କୋଭିଡ୍‌-୧୯ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ଫାମିଲି ପେନ୍‌ସନ୍‌ ଦିଆଯିବ ବୋଲି ଶନିବାର କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହା ବ୍ୟତୀତ...

ହାଇଦ୍ରାବାଦ ନିର୍ବାଚନ ଭାଜପା ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ

ହାଇଦ୍ରାବାଦ,୪ ।୧୨: ଗ୍ରେଟର ହାଇଦ୍ରାବାଦ ନଗର ନିଗମ(ଜିଏଚ୍‌ଏମ୍‌ସି) ପାଇଁ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ନଗରନିଗମ ପାଇଁ ହୋଇଥିବା ନିର୍ବାଚନର ମତ ଗଣନା ଶୁକ୍ରବାର...

Advertisement
Archives

Model This Week