ଆଗେଇ ପାରୁନି ଚାଷ କାମ: ଶ୍ରାବଣରେ ଜମି ପଡ଼ିଛି ଶୁଖିଲା

ବାରିପଦା ଅଫିସ,୨୩ା୭- ଶ୍ରାବଣ ମାସ ସରିବାକୁ ବସିଥିବା ବେଳେ ବର୍ଷାର ଦେଖା ନାହିଁ। ପ୍ରତିଦିନ ବର୍ଷା ଉଠାଇଛି ହେଲେ ବର୍ଷୁ ନାହିଁ। ସ୍ବଳ୍ପ ବର୍ଷା ଯୋଗୁ ମୟୂରଭଞ୍ଜ ଜିଲାର ଅଧିକାଂଶ ବ୍ଲକରେ ଚାଷ କାର୍ଯ୍ୟ ଆଗେଇ ପାରୁନି। ବାରିପଦା ବ୍ଲକ ବୁଢିଖମାରୀ ଗ୍ରାମର ଅଧିକାଂଶ ଜମି ବର୍ଷା ଅଭାବରୁ ଫାଟି ଆଁ କରିଥିବା ଦେଖିବାକୁ ମିଳିଛି।
ଜିଲାରେ ଜୁଲାଇ ମାସର ବର୍ତ୍ତମାନ ସୁଦ୍ଧା ୨୬ଟି ବ୍ଲକରେ ୩୭୪୮.୨ ମି.ମି. ବର୍ଷା ହୋଇଛି। ଶ୍ୟାମାଖୁଣ୍ଟାରେ ୧୩୫ ମି.ମି., ବଡ଼ସାହି ୧୭୪ ମି.ମି., ବେତନଟୀ୧୯୭ ମି.ମି., ମୋରଡ଼ା୧୯୧ ମି.ମି., ରାସଗୋବିନ୍ଦପୁର ୧୪୭.୨୦ ମି.ମି., କୁଳିଅଣା ୨୦୨.୨୦ ମି.ମି., ସାରସକଣା ୨୪୩.୪୦ ମି.ମି., ଶୁଳିଆପଦା ୧୫୦.୯୦ ମି.ମି., ବାଙ୍ଗିରିପୋଷି ୧୧୬.୨୦ ମି.ମି., ବାରିପଦାରେ ୧୫୮ ମି.ମି.,ଖୁଣ୍ଟା ୧୪୦.୭୦ ମି.ମି., ଗୋପବନ୍ଧୁନଗର ୧୪୦.୭୦ ମି.ମି., ଉଦଳା ୮୦.୮୦ ମି.ମି., କପ୍ତିପଦା ୧୫୬ ମି.ମି., ବିଶୋଇ ୨୦୨ ମି.ମି., ବିଜତଳା ୧୪୦ ମି.ମି., ରାଇରଙ୍ଗପୁର ୨୧୮ ମି.ମି., କୁସୁମି ୩୬ ମି.ମି., ଜାମଦା ୧୪୨ ମି.ମି., ବହଳଦା ୨୧୨ ମି.ମି., ତିରିଂ ୯୯.୬୦ ମି.ମି., ଯଶିପୁର ୧୪୦ ମି.ମି., କରଞ୍ଜିଆ ୬୦ ମି.ମି., ଠାକୁରମୁଣ୍ଡା ୧୩୬.୫୦ ମି.ମି., ଶୁକୃଳି ୬୪ ମି.ମି. ଓ ରରୁଁଆ ବ୍ଲକରେ ୬୫ ମି.ମି.ବର୍ଷା ହୋଇଛି। ପ୍ରତି ବ୍ଲକରେ ହାରାହାରି ୧୪୪.୧୬ ମି.ମି. ବର୍ଷା ହୋଇଛି। ଗତ ବର୍ଷ ଜୁଲାଇ ମାସରେ ଜିଲାରେ ୫୬୫୨.୩୪ ମି.ମି. ବର୍ଷା ହୋଇଥିଲା। ଯାହାକି ହାରାହାରି ୨୧୭.୪୦ ମି.ମି. ଥିଲା। ବୁଢିଖମାରୀ ଗ୍ରାମର ଚାଷୀ ରବୀନ୍ଦ୍ର ମହାନ୍ତ କୁହନ୍ତି ବର୍ଷା ନ ହେବାରୁ ଜମି ଫାଟି ଆଁ କରିଛି। କିଛିଦିନ ଭିତରେ ବର୍ଷା ନ ହେଲେ ତଳି ଶୁଖି ମରିଯିବ।
ଚଳିତ ଖରିଫ ଋତୁରେ ଜିଲାରେ ୪ ଲକ୍ଷ ୩୭ ହଜାର ହେକ୍ଟର ଜମିରେ ଚାଷ କରାଯାଇଛି। ସେଥିମଧ୍ୟରୁ ୧ ଲକ୍ଷ ୮୬ ହଜାର ୬୩ ହେକ୍ଟର ଉଚ୍ଚ ଜମି, ୧ ଲକ୍ଷ ୨୪ ହଜାର ୫୫୩ ହେକ୍ଟର ମଧ୍ୟମ ଏବଂ ୧ ଲକ୍ଷ ୨୬ ହଜାର ୩୮୪ ହେକ୍ଟର ଖାଲୁଆ ଜମି ରହିଛି। ଏହି ସବୁ ଜମିରେ ୧୨୮୦୦ କୁଇଣ୍ଟାଲ ବିହନ ବୁଣାଯାଇ ଚାଷ କାର୍ଯ୍ୟ କରାଯାଇଛି। ରାସାୟନିକ ସାର ୪୪୫୦୦ ମେଟ୍ରିକ ଟନ୍‌ର ଆବଶ୍ୟକତା ରହିଛି। ନିଅଣ୍ଟିଆ ବର୍ଷା ଯୋଗୁ ଚାଷ କାର୍ଯ୍ୟ ଆଗେଇବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏସଂକ୍ରାନ୍ତରେ ଜିଲା ମୁଖ୍ୟ କୃଷି ଅଧିକାରୀ ଦାମୋଦର ସେଠୀଙ୍କୁ ପଚାରିବାରୁ ପାଣିପାଗ ଠିକ୍‌ ନ ହେଲେ ବିଭାଗ କ’ଣ କରିପାରିବ ବୋଲି କହିଛନ୍ତି। କାଳିଆ ଯୋଜନାରେ ମିଳିଥିବା ଟଙ୍କାରେ ଚାଷୀ ପମ୍ପସେଟ୍‌ କିଣି ନିକଟସ୍ଥ ନାଳରୁ ଜମିରେ ପାଣି ମଡ଼ାଇବା ପାଇଁ ସେ କହିଛନ୍ତି। ବିଭାଗ ପକ୍ଷରୁ ଚାଷୀମାନଙ୍କୁ ପମ୍ପସେଟ୍‌ କିଣାରେ ୫୦ ପ୍ରତିଶତ ରିହାତି ମିଳୁଥିବାରୁ ଚାଷୀମାନେ ଏହାର ଫାଇଦା ନେଇ ଚାଷ କାର୍ଯ୍ୟ କରିବା ପାଇଁ ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri