ଗଜା ମରୁଡ଼ି ଆଶଙ୍କା, ବିହନ ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା, ୧୫।୬(ଜଗନ୍ନାଥ ଧଳ) ବୁଧବାର ରଜପର୍ବ ଆରମ୍ଭ ହୋଇଛି। ଓଡ଼ିଶାକୁ ମୌସୁମୀ ପ୍ରବାହ ବିଳମ୍ବ ଯୋଗୁ କେନ୍ଦ୍ରାପଡ଼ା ଜିଲାର ଖରିଫ ଚାଷ ପାଇଁ ଆଶାନୁରୂପକ ବର୍ଷା ହୋଇନାହିଁ ା ଆଗାମୀ ଦିନରେ ଲଗାତର ଭାବେ ବର୍ଷା ନ ହେଲେ ଖରିଫ ଚାଷ ପ୍ରଭାବିତ ହେବ। ଏହାଛଡା ଜିଲା କୃଷି ବିଭାଗ ପକ୍ଷରୁ ଉପତ୍ାଦନକ୍ଷମ ଓ ପାଣି ସହଣି କିସମର ଧାନ ବିହନ ଯୋଗାଣ ହୋଇ ପାରୁନାହିଁ ା ଜିଲା ପାଇଁ ୧୫ ହଜାର କୁଇଣ୍ଟାଲ ବିହନ ଆବଶ୍ୟକତା ଥିବାବେଳେ ମାତ୍ର ୨ ହଜାର କୁଇଣ୍ଟାଲ ବିଭିନ୍ନ ସୋସାଇଟି ମାଧ୍ୟମରେ ବିକ୍ରୟ ହେଉଛି ା ବିହନ ସମସ୍ୟା ସହିତ ଗଜା ମରୁଡ଼ିରୁ ଚାଷକୁ ବଞ୍ଚାଇବା ପାଇଁ କେନାଲରେ ଏବେଠାରୁ ପାଣି ଛାଡିବାକୁ ଚାଷୀମାନେ ଦାବି ଆରମ୍ଭ କରିଛନ୍ତି ା
କୃଷକନେତା ଗୟାଧର ଧଳ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ବ୍ଲକର ୧ଲକ୍ଷ ୫୨ ହଜାର ହେକ୍ଟର କ୍ଷେତରେ ଖରିଫ ଚାଷ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି ା ପାରମ୍ପରିକ ବିହନ ବାଦ ପ୍ରାୟ ୧୫ ହଜାର କୁଇଣ୍ଟାଲ ବିହନ ଆବଶ୍ୟକ ା ମାତ୍ର ଜିଲାକୁ ୨ ହଜାର କୁଇଣ୍ଟାଲ ବିହନ ଯୋଗାଣ ହୋଇଛି ା ଅଧିକ ଅମଳକ୍ଷମ କନକ ପ୍ଲସ, ୧୦୭୫, ଧଳା ସ୍ବର୍ଣ୍ଣ, ଶାରଳା, ସାଧନା ଖୁସିଆନି ଆଦି ବିହନ ଚାଷୀଙ୍କ ନିକଟରେ ପହଞ୍ଚତ୍ ପାରିନାହିଁ ା ସେହିପରି ଗତ ଅକ୍ଷୟତୃତୀୟାଠାରୁ କ୍ଷେତରେ ହଳ ବେଉଷଣ ଆରମ୍ଭ କରି ଚାଷୀ ରଜ ପୂର୍ବରୁ ପାଟ ବା ତଳୁଆ ଅଞ୍ଚଳ କ୍ଷେତରେ ପାରମ୍ପରିକ ବିହନ ବୁଣିଥିଲେ ା ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚାଷୀ କ୍ଷେତରେ ଧାନ ବୁଣିଥିଲେ ମଧ୍ୟ ପ୍ରବଳ ଖରା ଯୋଗୁ ଏହି ବିହନ ଗଜା ହେବା ସମ୍ଭାବନା କମିଛି ା କୃଷକ ନେତା ବିଜୟ କୁମାର ପରିଡା କହିଛନ୍ତି, ଚଳିତବର୍ଷ ସ୍ବଳ୍ପ ବର୍ଷା ଯୋଗୁ ଖରିଫ ଚାଷ ପ୍ରଭାବିତ ହେବା ଆଶଙ୍କା ଘନୀଭୂତ ହେବାରେ ଲାଗିଛି ା ଗତ ମେ’ ମାସ ଶେଷ ସପ୍ତାହରେ ଖରିଫ ଚାଷ ପାଇଁ କେତେକ ଚାଷୀ କ୍ଷେତକୁ ପାଣି ବୋହି ଧାନ ତଳି ପକାଇଥିଲେ ା ଅଦ୍ୟାବଧି ବର୍ଷା ନ ଥିବାରୁ ତଳି ଜମି ଫାଟିଗଲାଣି ା ନଦୀ ଓ କେନାଲ ବନ୍ଧ ନଷ୍ଟ ହୋଇଥିବା ସରକାରୀ ରିପୋର୍ଟ କହୁଛି ା ଏସବୁର ମରାମତି ପାଇଁ ଜଳ ସମ୍ପଦ ବିଭାଗ ଆଗଭର ହେଉନାହିଁ। ବିହନ ଓ ସାର ସମସ୍ୟା ଏହି ଜିଲାରେ ଲାଗିରହିଛି ବୋଲି ସେ ମତ ଦେଇଛନ୍ତି ା କେନ୍ଦ୍ରାପଡା ବ୍ଲକ ଦେପୁରା ଗ୍ରାମର ଜଣେ ଚାଷୀ କୁହନ୍ତି, ଉପର ଓ ତଳୁଆ ଅଞ୍ଚଳର ପ୍ରାୟ ୧୫ ଏକର ଜମିରେ ଖରିଫ ଚାଷ ପ୍ରତିବର୍ଷ କରିଥାନ୍ତି ା ଚଳିତ ବର୍ଷ ଜଳ ସମ୍ପଦ ବିଭାଗ ପକ୍ଷରୁ ଚାଲିଥିବା କେନାଲ ମରାମତି କାର୍ଯ୍ୟ ଅଦ୍ୟାବଧି ସରିନାହିଁ ା ଏହାକୁ ଆଳ କରି କେନାଲକୁ ପାଣି ଛଡା ଯାଇନାହିଁ ା ସେହିପରି ମୌସମୀ ବର୍ଷାକୁ ପୂର୍ବାନୁମାନ କରି ଚାଷୀ ପାଟ ଅଞ୍ଚଳରେ ରଜ ପୂର୍ବରୁ ବିହନ ବୁଣାବୁଣି ସାରିଛନ୍ତି ା ବର୍ଷା ଓ କେନାଲ ପାଣି ଅଭାବରୁ ଏହା ନିଶ୍ଚିତ ଭାବେ ଗଜା ମରୁଡି ହେବ ା ସେହିପରି ଧାନ ରୁଆ ପାଇଁ ଏବେ ତଳି ସମସ୍ୟା ଦେଖାଦେଇଛି ା ବିହନ ଯୋଗାଣ ସମ୍ପର୍କରେ କେନ୍ଦ୍ରାପଡ଼ା ବ୍ଲକ ବଗଡା କୃଷି ସମବାୟ ସମିତି ସଭାପତି ଅକ୍ଷୟ କୁମାର ପାଣି କହିଛନ୍ତି, ଜିଲା କୃଷି ବିଭାଗ ପକ୍ଷରୁ ପାକ୍ସ ଓ ରିଟେଲ ପଏଣ୍ଟକୁ ଖରିଫ ବିହନ ଯୋଗାଣ ହୋଇଛି ବୋଲି କୁହାଯାଉଛି ା ମାତ୍ର ଅଳ୍ପ କେତୋଟି କିସମ ବିହନ ବ୍ୟତୀତ ଅଧିକ ଅମଳକ୍ଷମ ବିହନ ଯୋଗାଣ ହୋଇନାହିଁ ା ଫଳରେ ଚାଷୀ ବିହନ ପାଇଁ ବିକ୍ରୟ କେନ୍ଦ୍ରରୁ ବାରମ୍ବାର ଫେରୁଛନ୍ତି ା ଜିଲା କୃଷି ଅଧିକାରୀ ହିମାଂଶୁ ମୋହନ ମିଶ୍ର କହିଛନ୍ତି, ବର୍ଷା ଆସିବାରେ ବିଳମ୍ବ ହୋଇଛି ା ତେବେ ଚାଷ ପାଇଁ ଏହା ବାଧକ ହେବ ନାହିଁ ା ବିହନ ଯୋଗାଣକୁ ତ୍ୱରାନ୍ବିତ ପାଇଁ ବିଭିନ୍ନ ପ୍ରକ୍ରିୟାକରଣ କେନ୍ଦ୍ର ଓ ବିହନ ନିଗମ ସହିତ ଯୋଗାଯୋଗ ଚାଲିଛି ା


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri