ସମ୍ଭାବ୍ୟ ବାତ୍ୟା ନେଇ ଚିନ୍ତାରେ ଚାଷୀ

ଖୋର୍ଦ୍ଧା ଅଫିସ, ୭ା୫: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର କ୍ରମେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରମୁହଁା ହେଉଛି। ଏହା ଅବପାତରେ ପରିଣତ ହେବା ସହ ସାଇକ୍ଲୋନିକ୍‌ ଷ୍ଟର୍ମ (ଘୂର୍ଣ୍ଣିବାତ୍ୟା)ରେ ପରିଣତ ହୋଇପାରେ। ତେବେ ବାତ୍ୟାର ପ୍ରକୋପ କିପରି ରହିବ, କେଉଁଠି ସ୍ଥଳଭାଗ ଛୁଇଁବ ତାହା ସ୍ପଷ୍ଟ ହୋଇନାହିଁ। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟାକୁ ନେଇ ଖୋର୍ଦ୍ଧା ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଛନକା ପସିଛି। ଫସଲ ନଷ୍ଟ ଆଶଙ୍କାରେ ତରତର ହୋଇ ଚାଷୀ ଅମଳ କରିବାରେ ବ୍ୟସ୍ତ ରହିଛନ୍ତି। ଅନ୍ୟପଟେ ଠିକ୍‌ ସମୟରେ ଫସଲ ଅମଳ ନ ହେଲେ କେଉଁଠୁ ଅର୍ଥ ଆଣି ଋଣ ଶୁଝିବେ, ସେନେଇ ଚିନ୍ତାରେ ଚାଷୀ।
ବିଳମ୍ବରେ ମୌସୁମୀ ପ୍ରବେଶ, ଅଦିନିଆ ବର୍ଷା ଏବଂ ବାତ୍ୟା ଯୋଗୁ ଚାଷୀ କ୍ଷତି ସହୁଛନ୍ତି। ଖରିଫ ଋତୁରେ ଚାଷୀ ପ୍ରତିକୂଳ ପରିସ୍ଥିତି, ବାତ୍ୟା ପ୍ରଭାବରେ କ୍ଷତି ସହିଥିବା ବେଳେ ଏବେ ସୃଷ୍ଟ ଲଘୁଚାପ ଯୋଗୁ ଚାଷୀ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି। ଚାଷୀ ବହୁକଷ୍ଟରେ ମୁଗ, ବିରି, ଧାନ ଫସଲ ଚାଷ କରିଛି। ବାତ୍ୟା ହେଲେ ଏହା ନଷ୍ଟ ହୋଇଯିବା ଚାଷୀଙ୍କୁ ଭୟ ଘାରିଛି। ବାତ୍ୟା ଭୟରେ ମୁଗ ପାକଳ ହୋଇ ନ ଥିଲେ ମଧ୍ୟ ଚିଲିକା ଉପକୂଳବର୍ତ୍ତୀ ଚାଷୀମାନେ କଞ୍ଚା ମୁଗକୁ ଅମଳ କରିବାରେ ଲାଗିପଡିଛନ୍ତି। ଧାନ ଅମଳ ସମୟ ଗଡ଼ିଆସୁଥିବା ବେଳେ ଆଉ ଦିନ କେଇଟାରେ ଅମଳ କରିଥା’ନ୍ତେ। ଏବେ ବାତ୍ୟା ଆଶଙ୍କାରେ କେତେକ ଅଞ୍ଚଳରେ ଚାଷୀ କଞ୍ଚାଧାନକୁ ମଧ୍ୟ କାଟି ନେଉଥିବା ଦେଖିବାକୁ ମିଳିଛି। ଟାଙ୍ଗିଆପଡ଼ାର ଚାଷୀ ଗୋପାଳ ଦଳେଇ କୁହନ୍ତି, ପ୍ରତିବର୍ଷ ଫସଲ ଅମଳ ସମୟରେ ପ୍ରକୃତି ଦାଉ ସାଧୁଛି। ଧାନ ଓ ମୁଗ ଅମଳ ସମୟରେ ବାତ୍ୟା ଡରାଉଛି। ଫସଲ ପାକଳ ହୋଇ ନ ଥିଲେ ମଧ୍ୟ କଞ୍ଚା ଅବସ୍ଥାରେ ତୋଳିବାକୁ ବାଧ୍ୟହେଉଛୁ ବୋଲି ସେ କହିଛନ୍ତି। ସେହିଭଳି ନୂଆଗାଁ, ମହୁଲ, ମଧୁପୁର, ହଳଦିଆ, ଜରିପୁଟ ଅଞ୍ଚଳର ଚାଷୀଙ୍କ କହିବାନୁଯାୟୀ, ଯଦି ପ୍ରବଳ ବର୍ଷା ହୁଏ, ତେବେ ବିଲରେ ପାଣି ମାଡ଼ି ଫସଲ ନଷ୍ଟ ହେବା ଆଶଙ୍କା ରହିଛି। ତେଣୁ ଆଗୁଆ ଫସଲ ଅମଳ କରୁଛୁ ବୋଲି କହିଛନ୍ତି। ଏ ନେଇ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କୁହନ୍ତି, ଚିଲିକାକୁ ମତ୍ସ୍ୟଜୀବୀମାନେ ନ ଯିବାକୁ ପରାମର୍ଶ ଦିଆଯାଇଛି। ଚିଲିକା ଭିତରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଶୀଘ୍ର ଫେରିଆସିବାକୁ କୁହାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଚିଲିକା ଉପକୂଳବର୍ତ୍ତୀ ଅଞ୍ଚଳକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri