ଗଜା ମରୁଡ଼ି ଆଶଙ୍କା, ବିହନ ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୨୩ା୬: ଓଡ଼ିଶାକୁ ଗତ ୪ ଦିନ ପୂର୍ବରୁ ମୌସୁମୀ ପ୍ରବାହ ଆରମ୍ଭ ହୋଇଥିବା ପାଣିପାଗ ବିଶେଷଜ୍ଞ ପ୍ରକାଶ କରିଛନ୍ତି। ତେବେ କେନ୍ଦ୍ରାପଡ଼ା ଜିଲାର ଖରିଫ ଚାଷ ପାଇଁ ଆଶାନୁରୂପକ ବର୍ଷା ହୋଇନାହିଁ। ଆଗାମୀ ଦିନରେ ଲଗାତର ଭାବେ ବର୍ଷା ନ ହେଲେ ଖରିଫ ଚାଷ ପ୍ରଭାବିତ ହେବ। ଏହାଛଡା ଜିଲା କୃଷି ବିଭାଗ ପକ୍ଷରୁ ଉପତ୍ାଦନକ୍ଷମ ଓ ପାଣି ସହଣୀ କିସମର ଧାନ ବିହନ ଯୋଗାଣ ହୋଇପାରୁନାହିଁ। ଜିଲା ପାଇଁ ୧୨ ହଜାର କୁଇଣ୍ଟାଲ ବିହନ ଆବଶ୍ୟକତା ଥିବା ବେଳେ ମାତ୍ର ୫ ହଜାର କୁଇଣ୍ଟାଲ ବିଭିନ୍ନ ସୋସାଇଟି ମାଧ୍ୟମରେ ବିକ୍ରୟ ହେଉଛି। ବିହନ ସମସ୍ୟା ସହିତ ଗଜା ମରୁଡିରୁ ଚାଷଙ୍କୁ ବଞ୍ଚାଇବା ପାଇଁ କେନାଲରେ ଏବେଠାରୁ ପାଣି ଛାଡିବାକୁ ଚାଷୀମାନେ ଦାବି କରିଛନ୍ତି।

କୃଷକନେତା ଗୟାଧର ଧଳ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ବ୍ଲକର ୧ ଲକ୍ଷ ୫୨ ହଜାର ହେକ୍ଟର କ୍ଷେତରେ ଖରିଫ ଚାଷ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି। ପାରମ୍ପରିକ ବିହନ ବାଦ୍‌ ପ୍ରାୟ ୧୨ ହଜାର କୁଇଣ୍ଟାଲ ବିହନ ଆବଶ୍ୟକ। ମାତ୍ର ଜିଲାକୁ ୫ ହଜାର କୁଇଣ୍ଟାଲ ବିହନ ଯୋଗାଣ ହୋଇଛି। ଅଧିକ ଅମଳକ୍ଷମ କନକ ପ୍ଲସ, ୧୦୭୫, ଧଳା ସ୍ବର୍ଣ୍ଣ, ଶାରଳା, ସାଧନା ଖୁସିଆନି ଆଦି ବିହନ ଚାଷୀଙ୍କ ନିକଟରେ ପହଞ୍ଚତ୍ ପାରିନାହିଁ। ସେହିପରି ଅକ୍ଷୟତୃତୀୟାଠାରୁ କ୍ଷେତରେ ହଳ ଆରମ୍ଭ କରି ଚାଷୀ ରଜ ପୂର୍ବରୁ ପାଟ ବା ତଳିଆ ଅଞ୍ଚଳ କ୍ଷେତରେ ପାରମ୍ପରିକ ଧାନ ବିହନ ବୁଣିଥିଲେ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚାଷୀ କ୍ଷେତରେ ଧାନ ବୁଣିଥିଲେ ମଧ୍ୟ ପ୍ରବଳ ଖରା ଯୋଗୁ ଏହି ବିହନ ଗଜା ହେବା ସମ୍ଭାବନା କମିଛି। କୃଷକ ନେତା ବିଜୟ କୁମାର ପରିଡା କହିଛନ୍ତି, ଚଳିତ ବର୍ଷ ସ୍ବଳ୍ପ ବର୍ଷା ଯୋଗୁ ଖରିଫ ଚାଷ ପ୍ରଭାବିତ ହେବା ଆଶଙ୍କା ଘନୀଭୂତ ହେବାରେ ଲାଗିଛି। ଗତ ମେ ମାସ ଶେଷ ସପ୍ତାହରେ ଖରିଫ ଚାଷ ପାଇଁ କେତେଜଣ ଚାଷୀ କ୍ଷେତକୁ ପାଣି ବୋହି ଧାନ ତଳି ପକାଇଥିଲେ। ଅଦ୍ୟାବଧି ବର୍ଷା ନ ଥିବାରୁ ତଳି ଜମି ଫାଟି ଗଲାଣି। ନଦୀ ଓ କେନାଲ ବନ୍ଧ ନଷ୍ଟ ହୋଇଥିବା ସରକାରୀ ରିପୋର୍ଟ କହୁଛି। ଏସବୁର ମରାମତି ପାଇଁ ଜଳସମ୍ପଦ ବିଭାଗ ଆଗଭର ହେଉନାହିଁ। ବିହନ ଓ ସାର ସମସ୍ୟା ଜିଲାରେ ଲାଗି ରହିଛି। କେନ୍ଦ୍ରାପଡ଼ା ବ୍ଲକ ଦେପୁରା ଗ୍ରାମର ଚାଷୀ ଜଗଦୀଶ ପତି କୁହନ୍ତି, ଉପର ଓ ତଳୁଆ ଅଞ୍ଚଳର ପ୍ରାୟ ୧୫ ଏକର ଜମିରେ ଖରିଫ ଚାଷ ପ୍ରତିବର୍ଷ କରେ। ଚଳିତ ବର୍ଷ ଜଳ ସମ୍ପଦ ବିଭାଗ ପକ୍ଷରୁ ଚାଲିଥିବା କେନାଲ ମରାମତି କାର୍ଯ୍ୟ ଅଦ୍ୟାବଧି ସରିନାହିଁ। ଏହାକୁ ଆଳ କରି କେନାଲକୁ ପାଣି ଛଡା ଯାଇନାହିଁ। ସେହିପରି ମୌସୁମୀ ବର୍ଷାକୁ ପୂର୍ବାନୁମାନ କରି ଚାଷୀ ପାଟ ଜମିରେ ରଜ ପୂର୍ବରୁ ବିହନ ବୁଣାବୁଣି ସାରିଛନ୍ତି। ବର୍ଷା ଓ କେନାଲ ପାଣି ଅଭାବରୁ ଏହା ନିଶ୍ଚିତ ଭାବେ ଗଜା ମରୁଡି ହେବ। ସେହିପରି ଧାନ ରୁଆ ପାଇଁ ଏବେ ତଳି ସମସ୍ୟା ଦେଖାଦେଇଛି। ବିହନ ଯୋଗାଣ ସମ୍ପର୍କରେ କେନ୍ଦ୍ରାପଡ଼ା ଫାର୍ମର୍ସ ସୋସାଇଟି ସଭାପତି ପ୍ରମୋଦ କୁମାର ସାହୁ କହିଛନ୍ତି, ଜିଲା କୃଷି ବିଭାଗ ପକ୍ଷରୁ ପାକ୍‌ସ ଓ ରିଟେଲ ପଏଣ୍ଟକୁ ଚାଷୀଙ୍କ ଖରିଫ ବିହନ ଯୋଗାଣ ହୋଇଛି ବୋଲି କୁହାଯାଉଛି। ମାତ୍ର ଅଳ୍ପ କେତୋଟି କିସମ ବିହନ ବ୍ୟତୀତ ଅଧିକ ଅମଳକ୍ଷମ ବିହନ ଯୋଗାଣ ହୋଇନାହିଁ। ଫଳରେ ଚାଷୀ ବିହନ ପାଇଁ ବିକ୍ରୟ କେନ୍ଦ୍ରରୁ ବାରମ୍ବାର ଯାଇ ଫେରୁଛନ୍ତି। କୃଷି ବିଭାଗ ନିର୍ଦ୍ଦେଶକ ଶିବ ପ୍ରସାଦ ମଲ୍ଲିକଙ୍କୁ ପଚାରିବାରେ ବର୍ଷା ସ୍ବାଭାବିକ ପ୍ରକ୍ରିୟାରେ ହେଉଛି। ଚାଷ ପାଇଁ ଏହା ବାଧକ ହେବ ନାହିଁ। ବିହନ ଯୋଗାଣକୁ ତ୍ୱରାନ୍ବିତ ପାଇଁ ବିଭିନ୍ନ ପ୍ରକ୍ରିୟାକରଣ କେନ୍ଦ୍ର ଓ ବିହନ ନିଗମ ସହିତ ଯୋଗାଯୋଗ ଚାଲିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri