ରବିଚାଷ ପାଇଁ ପାଣି ଅଟକାଇଲେ ଚାଷୀ

ଲୋଇସିଂହା,୨୮।୧୧(ଡି.ଏନ.ଏ): ଇଛାଶକ୍ତି ଥିଲେ ସବୁ ସମ୍ଭବ। ଏହା କରି ଦେଖାଇଛନ୍ତି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଶମେଲ ପଞ୍ଚାୟତ ଅନ୍ତର୍ଗତ ଘୁଙ୍ଗି ଗ୍ରାମର ଚାଷୀ। ମିଳିତ ପ୍ରୟାସରେ ବହିନାଳକୁ ବାଲିବସ୍ତା ବାନ୍ଧି ସେମାନେ ପାଣି ଅଟକାଇଛନ୍ତି। ଏହି ପାଣିରେ ପ୍ରାୟ ୪୦ଏକର ଜମିରେ ରବିଚାଷ କରିବାକୁ ଚାଷୀ ପ୍ରୟାସ ଆରମ୍ଭ କରିଛନ୍ତି।
କୁଶମେଲ ପଞ୍ଚାୟତ ଅଧୀନ ୧ ୱାର୍ଡ ବିଶିଷ୍ଟ ଘୁଙ୍ଗି ଗ୍ରାମର ପରିବାର ସଂଖ୍ୟା ୨୫୦। ଗ୍ରାମରେ ପ୍ରାୟ ଲୋକେ ଚାଷବାସ କରନ୍ତି। ବାଇଗଣ, ଟମାଟ, ଲଙ୍କା, ପୋଟଳ, ମାଖନ(ପାଣିକଖାରୁ), କଲରା, ଝୁଡଙ୍ଗ ଆଦି ପରିବା ଚାଷ ପାଇଁ ଏହି ଗାଁ ପ୍ରସିଦ୍ଧି ଲାଭ କରିଛି। ଗ୍ରାମରେ ୪ଶହ ଏକରରୁ ଅଧିକ ଚାଷ ଜମି ରହିଛି। ପ୍ରାୟ ୩ଶହ ଏକର ଜମିରେ ଖରିତ୍ ଧାନ କରାଯାଇଥାଏ। ସୁକତେଲ ନଦୀ ସଂଲଗ୍ନ ଚାଷଜମିରେ ବର୍ଷର ସବୁ ସମୟରେ ପ୍ରାୟ ୧ଶହ ଏକର ଜମିରେ ପରିବା ଚାଷ ହେଉଛି। ଗ୍ରାମର ଚାଷୀମାନେ ପରିବା ଚାଷ କରି ସ୍ବବଲମ୍ବୀ ହୋଇ ପାରିଛନ୍ତି। ହେଲେ ଗ୍ରାମର ଚିକନପଡାର କେତେକ ପରିବାରର ପ୍ରାୟ ୪୦ ଏକର ଚାଷ ଜମି ରହିଛି। ଚାଷ ଜମି ନିକଟରେ ପାଣି ସୁବିଧା ନ ଥିବାରୁ ସେହି ପରିବାର ଲୋକେ ଖରିଫ ଧାନ ଫସଲ ପରେ ଜମି ପଡିଆ ପଡୁଥିଲା। ସମ୍ପୃକ୍ତ ଜମିଠାରୁ ସୁକତେଲ ନଦୀର ଦୂରତା ୩ କିମି ଓ ଦେଢ କିମି ଦୂରରେ ବହି ନାଳ ବହି ଯାଇଛି। ନାଳ ପାଣି ସୁକତେଲ ନଦୀକୁ ଅଯଥାରେ ବହି ଯାଉଛି। ଏହି ପାଣିକୁ ଅଟକାଇ ରବି ଚାଷ କରିବା ପାଇଁ ସମ୍ପୃକ୍ତ ଅଞ୍ଚଳର ଚାଷୀମାନେ ଅଣ୍ଟା ଭିଡିଛନ୍ତି। ଏନେଇ ସେମାନେ ସ୍ଥାନୀୟ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। କିଛିଦିନ ତଳେ ସ୍ଥାନୀୟ ସରପଞ୍ଚ କୌସ୍ତୁବ ସାହୁ ଓ ରିଲାଏନ୍ସ ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ଚାଷୀଙ୍କୁ ନେଇ ଏକ ବୈଠକ ବସିଥିଲା। ବୈଠକରେ ଚାଷୀମାନେ ବହି ନାଳର ଚିକନପଡାର ବୋରିନଠାରେ ବନ୍ଧ ବାନ୍ଧିବାକୁ ନିଷ୍ପତ୍ତି ନେଇଥିଲେ। ଏହିକ୍ରମରେ ରବିବାର ସରପଞ୍ଚ ସାହୁଙ୍କ ଉପସ୍ଥିତିରେ ଅଞ୍ଚଳର ଚାଷୀ ବାଲିବସ୍ତା ପକାଇ ବନ୍ଧ ବାନ୍ଧିଛନ୍ତି। ପରିବା ଚାଷ କରି କିଛି ରୋଜଗାର କରିବାକୁ ସେମାନେ ଆଶା ବାନ୍ଧିଥିବା କହିଛନ୍ତି ଚାଷୀ କ୍ଷମାନିଧି ସାହୁ ଓ ଗୋପାଳ ସାହୁ। ସରକାରୀ ସ୍ତରରେ ଏକ ବନ୍ଧ ହେଲେ ଚାଷୀମାନେ ଅଧିକ ଉପକୃତ ହୁଅନ୍ତେ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri