ରବିଚାଷ ପାଇଁ ପାଣି ଅଟକାଇଲେ ଚାଷୀ

ଲୋଇସିଂହା,୨୮।୧୧(ଡି.ଏନ.ଏ): ଇଛାଶକ୍ତି ଥିଲେ ସବୁ ସମ୍ଭବ। ଏହା କରି ଦେଖାଇଛନ୍ତି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଶମେଲ ପଞ୍ଚାୟତ ଅନ୍ତର୍ଗତ ଘୁଙ୍ଗି ଗ୍ରାମର ଚାଷୀ। ମିଳିତ ପ୍ରୟାସରେ ବହିନାଳକୁ ବାଲିବସ୍ତା ବାନ୍ଧି ସେମାନେ ପାଣି ଅଟକାଇଛନ୍ତି। ଏହି ପାଣିରେ ପ୍ରାୟ ୪୦ଏକର ଜମିରେ ରବିଚାଷ କରିବାକୁ ଚାଷୀ ପ୍ରୟାସ ଆରମ୍ଭ କରିଛନ୍ତି।
କୁଶମେଲ ପଞ୍ଚାୟତ ଅଧୀନ ୧ ୱାର୍ଡ ବିଶିଷ୍ଟ ଘୁଙ୍ଗି ଗ୍ରାମର ପରିବାର ସଂଖ୍ୟା ୨୫୦। ଗ୍ରାମରେ ପ୍ରାୟ ଲୋକେ ଚାଷବାସ କରନ୍ତି। ବାଇଗଣ, ଟମାଟ, ଲଙ୍କା, ପୋଟଳ, ମାଖନ(ପାଣିକଖାରୁ), କଲରା, ଝୁଡଙ୍ଗ ଆଦି ପରିବା ଚାଷ ପାଇଁ ଏହି ଗାଁ ପ୍ରସିଦ୍ଧି ଲାଭ କରିଛି। ଗ୍ରାମରେ ୪ଶହ ଏକରରୁ ଅଧିକ ଚାଷ ଜମି ରହିଛି। ପ୍ରାୟ ୩ଶହ ଏକର ଜମିରେ ଖରିତ୍ ଧାନ କରାଯାଇଥାଏ। ସୁକତେଲ ନଦୀ ସଂଲଗ୍ନ ଚାଷଜମିରେ ବର୍ଷର ସବୁ ସମୟରେ ପ୍ରାୟ ୧ଶହ ଏକର ଜମିରେ ପରିବା ଚାଷ ହେଉଛି। ଗ୍ରାମର ଚାଷୀମାନେ ପରିବା ଚାଷ କରି ସ୍ବବଲମ୍ବୀ ହୋଇ ପାରିଛନ୍ତି। ହେଲେ ଗ୍ରାମର ଚିକନପଡାର କେତେକ ପରିବାରର ପ୍ରାୟ ୪୦ ଏକର ଚାଷ ଜମି ରହିଛି। ଚାଷ ଜମି ନିକଟରେ ପାଣି ସୁବିଧା ନ ଥିବାରୁ ସେହି ପରିବାର ଲୋକେ ଖରିଫ ଧାନ ଫସଲ ପରେ ଜମି ପଡିଆ ପଡୁଥିଲା। ସମ୍ପୃକ୍ତ ଜମିଠାରୁ ସୁକତେଲ ନଦୀର ଦୂରତା ୩ କିମି ଓ ଦେଢ କିମି ଦୂରରେ ବହି ନାଳ ବହି ଯାଇଛି। ନାଳ ପାଣି ସୁକତେଲ ନଦୀକୁ ଅଯଥାରେ ବହି ଯାଉଛି। ଏହି ପାଣିକୁ ଅଟକାଇ ରବି ଚାଷ କରିବା ପାଇଁ ସମ୍ପୃକ୍ତ ଅଞ୍ଚଳର ଚାଷୀମାନେ ଅଣ୍ଟା ଭିଡିଛନ୍ତି। ଏନେଇ ସେମାନେ ସ୍ଥାନୀୟ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। କିଛିଦିନ ତଳେ ସ୍ଥାନୀୟ ସରପଞ୍ଚ କୌସ୍ତୁବ ସାହୁ ଓ ରିଲାଏନ୍ସ ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ଚାଷୀଙ୍କୁ ନେଇ ଏକ ବୈଠକ ବସିଥିଲା। ବୈଠକରେ ଚାଷୀମାନେ ବହି ନାଳର ଚିକନପଡାର ବୋରିନଠାରେ ବନ୍ଧ ବାନ୍ଧିବାକୁ ନିଷ୍ପତ୍ତି ନେଇଥିଲେ। ଏହିକ୍ରମରେ ରବିବାର ସରପଞ୍ଚ ସାହୁଙ୍କ ଉପସ୍ଥିତିରେ ଅଞ୍ଚଳର ଚାଷୀ ବାଲିବସ୍ତା ପକାଇ ବନ୍ଧ ବାନ୍ଧିଛନ୍ତି। ପରିବା ଚାଷ କରି କିଛି ରୋଜଗାର କରିବାକୁ ସେମାନେ ଆଶା ବାନ୍ଧିଥିବା କହିଛନ୍ତି ଚାଷୀ କ୍ଷମାନିଧି ସାହୁ ଓ ଗୋପାଳ ସାହୁ। ସରକାରୀ ସ୍ତରରେ ଏକ ବନ୍ଧ ହେଲେ ଚାଷୀମାନେ ଅଧିକ ଉପକୃତ ହୁଅନ୍ତେ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri