ଦିଲ୍ଲୀ ସମାବେଶରେ ଯୋଗଦେବେ ଚାଷୀ

ବରଗଡ଼ ଅଫିସ୍‌,୧୩।୧୨: ଚାଷ ଏବଂ ଚାଷୀ ସମସ୍ୟା ଅସମାହିତ ହୋଇରହିଛି। ବାରମ୍ବାର ଦାବି ସତ୍ତ୍ବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି କ୍ରମରେ ଆସନ୍ତା ୧୯ତାରିଖରେ ଭାରତୀୟ କିଷାନ ସଂଘ ଦିଲ୍ଲୀ ରାମଲୀଳା ମୈଦାନରେ ଚାଷୀ ସମାବେଶ କରିବାକୁ ନିଷ୍ପତ୍ତି ନେଇଛି । ଏହି ସମାବେଶରେ ସାରାଦେଶରୁ ୨ଲକ୍ଷରୁ ଅଧିକ ଚାଷୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ଓଡ଼ିଶାର ଚାଷୀମାନେ ମଧ୍ୟ ଏଥିରେ ସାମିଲ ହେବେ। ସୋମବାର ବରଗଡ଼ ସାମ୍ବାଦିକ ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଭାରତୀୟ କିଷାନ ସଂଘର ରାଷ୍ଟ୍ରୀୟ ସଭ୍ୟ କେଦାର ନାଥ ମିଶ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଖବରଦାତା ସମ୍ମିଳନୀରେ ସେ କହିଥିଲେ, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନୁହେଁ, ଉତ୍ପାଦନ ଖର୍ଚ୍ଚ ତୁଳନାରେ ଚାଷୀଙ୍କୁ ଲାଭକାରୀ ମୂଲ୍ୟ ଦିଆଯିବା କଥା। ଫଳରେ ଉତ୍ପାଦନ ଖର୍ଚ୍ଚ ନିର୍ଦ୍ଧାରଣ କରାଯାଇ ତାଠାରୁ ଅଧିକ ୨୦ପ୍ରତିଶତ ଲାଭକାରୀ ମୂଲ୍ୟ ଦିଆଯାଉ ବୋଲି ସେ ଦାବି କରିଛନ୍ତି। ସେହିପରି କିଷାନ ସମ୍ମାନ ନିଧିରେ ଚାଷୀଙ୍କୁ ଦିଆଯାଉଥିବା ସହାୟତା ଦ୍ୱିଗୁଣ କରିବା, କୃଷି ଉପକରଣ କ୍ଷେତ୍ରରେ ଜିଏସ୍‌ଟି ସମ୍ପୂର୍ଣ୍ଣ ଛାଡ଼ ଏବଂ ଜି.ଏମ୍‌ ଫସଲର ମାନ୍ୟତା ପ୍ରତ୍ୟାହାର କରିବାକୁ ମିଶ୍ର ଦାବି କରିଛନ୍ତି ।
ଭାରତୀୟ କିଷାନ ସଂଘର ରାଜ୍ୟ ସଭାପତି ଶ୍ରୀମୁଖ ପ୍ରଧାନ ବିଭିନ୍ନ ଆଞ୍ଚଳିକ ସମସ୍ୟା ଉପସ୍ଥାପନ କରିଥିଲେ । ଜିଲାର ସମସ୍ତ କୃଷି ତଥା ଉନ୍ନୟନ କମିଟିରେ ଭାରତୀୟ କିଷାନ ସଂଘର ପ୍ରତିନିଧିଙ୍କୁ ମାନ୍ୟତା ପ୍ରଦାନ, ଧାନ କିଣାବିକା ସମସ୍ୟାରେ ସୁଧାର ଅଣାଯିବା, ମଣ୍ଡିଗୁଡ଼ିକୁ ସୁବ୍ୟବସ୍ଥିତ କରିବା, ଟୋକନ କଟକଣା ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ସେ ଦାବି କରିଥିଲେ। ସେହିପରି ଗଙ୍ଗାଧର ଜଳସେଚନ ପ୍ରକଳ୍ପରେ ବିଜେପୁର ବ୍ଲକର ବଞ୍ଚତ୍ତ ୬ ପଞ୍ଚାୟତକୁ ସାମିଲ କରିବା, ପଦ୍ମପୁର ଉପନିର୍ବାଚନରେ ଘୋଷଣା ଅନୁଯାୟୀ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ୍‌ ସବ୍‌ସିଡ଼ି, ଫସଲବୀମା ସହାୟତା ପ୍ରଦାନ କରିବାକୁ ମଧ୍ୟ ପ୍ରଧାନ ଦାବି କରିଥିଲେ । ସେହିପରି ଚାଷକୁ ଶିଳ୍ପ ମାନ୍ୟତା ଦେବା ସହ ବରଗଡ଼ ଚିନିକଳ, ସୂତାକଳର ପୁନରୁଦ୍ଧାର କରିବାକୁ ଭାରତୀୟ କିଷାନ ସଂଘ ଦାବି କରିଛି। ଚିନିକଳ ଏବଂ ସୂତାକଳର ପୁନରୁଦ୍ଧାର ହେଲେ ବରଗଡ଼ ଜିଲାର ଚାଷୀମାନେ ଆଖୁ, କପା ଚାଷ କରିବାର ସୁଯୋଗ ପାଇବେ। ଏହାସହିତ ଅଧିକ ଶ୍ରମଜୀବୀ ନିୟୋଜିତ ହେବେ ଏବଂ ରାଜ୍ୟ ବାହାରକୁ ଆଉ ଦାଦନ ଖଟିବାକୁ ଯିବେ ନାହିଁ ବୋଲି ସେ କହିଥିଲେ। ସେହିପରି ରାଜ୍ୟରେ ଜୈବିକ କୃଷିକୁ ଅଧିକ ଗୁରୁତ୍ୱ ଦିଆଯାଉ ବୋଲି ପ୍ରଧାନ କହିଥିଲେ। ଖବରଦାତା ସମ୍ମିଳନୀରେ ସଂଘର ଉପଦେଷ୍ଟା ରକ୍ଷାକାରୀ ବିଶି, ବୈଜୁ ଅଗ୍ରୱାଲ, ଜିଲା ସଭାପତି ପୀତାମ୍ବର ସାହୁ, ସମ୍ପାଦକ ସୁଶାନ୍ତ କୁମାର ଗଡ଼ତୀୟା ପ୍ରମୁଖ ଉପସ୍ଥିତ ଥିଲେ। ପରେ ସଂଘର ଏକ ପ୍ରତିନିଧି ଦଳ ଜିଲାପାଳଙ୍କ ଅଫିସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri