ମଣ୍ଡିରେ ଧାନକିଣାରେ ଅବ୍ୟବସ୍ଥା: ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ପୁରୁଷୋତ୍ତମପୁର,୧୬ା୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଘଳା ପଞ୍ଚାୟତରେ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ଗୁରୁବାର ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସରକାର ଖୋଲିଥିବା ମଣ୍ଡିରୁ ତୁରନ୍ତ ଧାନକୁ କିଣି ନେବା ପାଇଁ ଦାବି କରି ରାସ୍ତା ଉପରେ ଧାନବସ୍ତାମାନ ରଖି ଧାରଣା ଦେଇଥିଲେ। ଗତ ୩ ତାରିଖରେ ସରକାରଙ୍କ ପକ୍ଷରୁ ଏଠାରେ ଦୁଇଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ମଣ୍ଡି ଖୋଲାଯାଇଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାଷୀମାନଙ୍କଠାରୁ ମଣ୍ଡିରେ ଧାନ ନେଉ ନ ଥିବା ଅଭିଯୋଗ ହୋଇଛି। ଧାନ ନେବା ନେଇ ୩ ତାରିଖରୁ ଚାଷୀଙ୍କୁ ଟୋକନ ଦିଆଯାଇଛି। ଟୋକନ ଧରି ଚାଷୀମାନେ ମଣ୍ଡିରେ ଧାନ ରଖିଥିବା ବେଳେ ମଣ୍ଡିରେ ଧାନ ନେଉନାହାନ୍ତି। ଯାହାଫଳରେ ଚାଷୀମାନେ ନିଜର କଷ୍ଟ ଉପାର୍ଜିତ ଧାନକୁ ସୁରକ୍ଷିତ ଭାବେ ରଖିପାରୁନାହାନ୍ତି। ଏନେଇ ଚାଷୀମାନେ ଜିଲା ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁ ନ ଥିବାରୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଥିବାର ଚାଷୀମାନେ କହିଛନ୍ତି। ତୁରନ୍ତ ଚାଷୀଙ୍କ ଧାନକୁ ମଣ୍ଡିରୁ ନ ନେଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚାଷୀମାନେ କହିଛନ୍ତି।

ଅନ୍ୟପକ୍ଷରେ ସରକାର ଧାନର ଏଫ୍‌କ୍ୟୁ ମାନ ଅନୁଯାୟୀ ନେବା ପାଇଁ କହିଥିବା ବେଳେ ଗତ ଲଗାଣ ବର୍ଷାରେ ଜମିରେ ଧାନ ଭିଜି ନଷ୍ଟ ହୋଇଥିବା କାରଣରୁ ଏଫ୍‌କ୍ୟୁ ଠିକ୍‌ ଭାବରେ ରହୁନାହିଁ। ଯାହାଦ୍ବାରା ଏହି ଧାନର ମାନ ରହୁ ନ ଥିବାରୁ ଚାଉଳ ଭଲ ରୂପେ ହୋଇପାରିବ ନାହିଁ। ତେଣୁ ଏହି ଧାନକୁ ମିଲରମାନେ ନେବାକୁ ପଛଘୁଞ୍ଚା ଦେଉଛନ୍ତି। ଚାଉଳ ଠିକ୍‌ ନ ହେଲେ ଏଫ୍‌ସିଆଇ ଓ ସରକାରୀ ସଂସ୍ଥା ଚାଉଳକୁ ଗ୍ରହଣ କରିବେ ନାହିଁ। ଯାହାଦ୍ୱାରା ମିଲର ଏହି ଚାଉଳ କୁଆଡ଼େ ନେବେ ସେଥିନେଇ ମିଲରମାନେ ଭୟଭୀତ ହୋଇ ଚିନ୍ତାରେ ପଡ଼ି ମାନ ଧାନକୁ ନେଉନାହାନ୍ତି। ଯାହାଦ୍ବାରା ଚାଷୀଙ୍କ ଅମଳ ଧାନ ବାହାରେ ପଡ଼ି ରହି ନଷ୍ଟ ହେବାରେ ଲାଗିଛି। ଏହି ଆନ୍ଦୋଳନର ଖବର ପାଇ ପୁରୁଷୋତ୍ତମପୁର ବ୍ଲକ ଯୋଗାଣ ନିରୀକ୍ଷକ ନୀଳିମା ପ୍ରିୟଦର୍ଶନୀ ମହାନ୍ତି ଘଟଣାସ୍ଥଳକୁ ଯାଇ ଆନ୍ଦୋଳନରତ ଚାଷୀମାନଙ୍କୁ ବୁଝାସୁଝା କରିବା ସହ ଏଫ୍‌କ୍ୟୁ ମାନ ରହିଥିବା ଧାନକୁ ମଣ୍ଡିରେ ଦେବା ସହ ଯେଉଁଧାନର ମାନ କମ୍‌ ରହିଛି ଓ ଗମ ହୋଇଯାଇଛି ସେଥିନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପଦକ୍ଷେପ ନେବା କହିବା ସହ ଉଷୁନା ଧାନ ପ୍ରସ୍ତୁତ ଲାଗି ମିଲ୍‌ କରିବାକୁ ଲୋଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri