ମଣ୍ଡିରେ ଧାନକିଣାରେ ଅବ୍ୟବସ୍ଥା: ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ପୁରୁଷୋତ୍ତମପୁର,୧୬ା୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଘଳା ପଞ୍ଚାୟତରେ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ଗୁରୁବାର ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସରକାର ଖୋଲିଥିବା ମଣ୍ଡିରୁ ତୁରନ୍ତ ଧାନକୁ କିଣି ନେବା ପାଇଁ ଦାବି କରି ରାସ୍ତା ଉପରେ ଧାନବସ୍ତାମାନ ରଖି ଧାରଣା ଦେଇଥିଲେ। ଗତ ୩ ତାରିଖରେ ସରକାରଙ୍କ ପକ୍ଷରୁ ଏଠାରେ ଦୁଇଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ମଣ୍ଡି ଖୋଲାଯାଇଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାଷୀମାନଙ୍କଠାରୁ ମଣ୍ଡିରେ ଧାନ ନେଉ ନ ଥିବା ଅଭିଯୋଗ ହୋଇଛି। ଧାନ ନେବା ନେଇ ୩ ତାରିଖରୁ ଚାଷୀଙ୍କୁ ଟୋକନ ଦିଆଯାଇଛି। ଟୋକନ ଧରି ଚାଷୀମାନେ ମଣ୍ଡିରେ ଧାନ ରଖିଥିବା ବେଳେ ମଣ୍ଡିରେ ଧାନ ନେଉନାହାନ୍ତି। ଯାହାଫଳରେ ଚାଷୀମାନେ ନିଜର କଷ୍ଟ ଉପାର୍ଜିତ ଧାନକୁ ସୁରକ୍ଷିତ ଭାବେ ରଖିପାରୁନାହାନ୍ତି। ଏନେଇ ଚାଷୀମାନେ ଜିଲା ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁ ନ ଥିବାରୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଥିବାର ଚାଷୀମାନେ କହିଛନ୍ତି। ତୁରନ୍ତ ଚାଷୀଙ୍କ ଧାନକୁ ମଣ୍ଡିରୁ ନ ନେଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚାଷୀମାନେ କହିଛନ୍ତି।

ଅନ୍ୟପକ୍ଷରେ ସରକାର ଧାନର ଏଫ୍‌କ୍ୟୁ ମାନ ଅନୁଯାୟୀ ନେବା ପାଇଁ କହିଥିବା ବେଳେ ଗତ ଲଗାଣ ବର୍ଷାରେ ଜମିରେ ଧାନ ଭିଜି ନଷ୍ଟ ହୋଇଥିବା କାରଣରୁ ଏଫ୍‌କ୍ୟୁ ଠିକ୍‌ ଭାବରେ ରହୁନାହିଁ। ଯାହାଦ୍ବାରା ଏହି ଧାନର ମାନ ରହୁ ନ ଥିବାରୁ ଚାଉଳ ଭଲ ରୂପେ ହୋଇପାରିବ ନାହିଁ। ତେଣୁ ଏହି ଧାନକୁ ମିଲରମାନେ ନେବାକୁ ପଛଘୁଞ୍ଚା ଦେଉଛନ୍ତି। ଚାଉଳ ଠିକ୍‌ ନ ହେଲେ ଏଫ୍‌ସିଆଇ ଓ ସରକାରୀ ସଂସ୍ଥା ଚାଉଳକୁ ଗ୍ରହଣ କରିବେ ନାହିଁ। ଯାହାଦ୍ୱାରା ମିଲର ଏହି ଚାଉଳ କୁଆଡ଼େ ନେବେ ସେଥିନେଇ ମିଲରମାନେ ଭୟଭୀତ ହୋଇ ଚିନ୍ତାରେ ପଡ଼ି ମାନ ଧାନକୁ ନେଉନାହାନ୍ତି। ଯାହାଦ୍ବାରା ଚାଷୀଙ୍କ ଅମଳ ଧାନ ବାହାରେ ପଡ଼ି ରହି ନଷ୍ଟ ହେବାରେ ଲାଗିଛି। ଏହି ଆନ୍ଦୋଳନର ଖବର ପାଇ ପୁରୁଷୋତ୍ତମପୁର ବ୍ଲକ ଯୋଗାଣ ନିରୀକ୍ଷକ ନୀଳିମା ପ୍ରିୟଦର୍ଶନୀ ମହାନ୍ତି ଘଟଣାସ୍ଥଳକୁ ଯାଇ ଆନ୍ଦୋଳନରତ ଚାଷୀମାନଙ୍କୁ ବୁଝାସୁଝା କରିବା ସହ ଏଫ୍‌କ୍ୟୁ ମାନ ରହିଥିବା ଧାନକୁ ମଣ୍ଡିରେ ଦେବା ସହ ଯେଉଁଧାନର ମାନ କମ୍‌ ରହିଛି ଓ ଗମ ହୋଇଯାଇଛି ସେଥିନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପଦକ୍ଷେପ ନେବା କହିବା ସହ ଉଷୁନା ଧାନ ପ୍ରସ୍ତୁତ ଲାଗି ମିଲ୍‌ କରିବାକୁ ଲୋଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ବମ୍ପର ବିଜୟ: କେନ୍ଦୁଝର ଭାଜପା ପାଳୁଛି ବିଜୟ ଉତ୍ସବ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦିଲ୍ଲୀରେ ଭାଜପାର ଜବରଦସ୍ତ ବିଜୟ ପରେ କେନ୍ଦୁଝର ଭାଜପା ପକ୍ଷରୁ ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟ ଉତ୍ସବ ପାଳିତ ହୋଇଛି।...

ଫେବୃଆରୀ ୧୦ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୮।୨: ଫେବୃଆରୀ ୧୦ ତାରିଖରେ ଭୁବନେଶ୍ୱର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଏହି ସମ୍ପର୍କରେ...

କୋଟିକୋଟି ଟଙ୍କା ହେର୍‌ଫେର୍‌ ଅଭିଯୋଗ: ୨ ଗିରଫ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋଟିଂ କୋଅପରେଟିଭ ସୋସାଇଟି ଉପରେ ଇଓଡବ୍ଲ୍ୟୁର ବଡ଼ ରେଡ୍‌। କୋଟି କୋଟି ଟଙ୍କାର...

ବିଲରେ ମହିଳାଙ୍କୁ ଚାପିଦେଲା ଟ୍ରାକ୍ଟର, ଆଉ ତା’ପରେ..

ବରଗଡ଼,୮।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନ ଦେଶ ପଥର୍ଲା ଗ୍ରାମରେ ଶନିବାର ଏକ ଅଘଟଣ ଘଟିଛି। ଟ୍ରାକ୍ଟର ଚାପାରେ ଜଣେ...

ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ବରଗଡ଼,୮।୨(ପ୍ରେମାନନ୍ଦ ଖମାରୀ): ବରଗଡ଼-ବରପାଲି ରାସ୍ତାର ଏକାମ୍ର ଛକନିକଟରେ ଶନିବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିିଛି। ଘଟଣାସ୍ଥଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ,...

ଭାଜପା ପାଳିଲା ବିଜୟ ଉତ୍ସବ

ଗଞ୍ଜାମ,୮ା୨(ବିଦ୍ୟାଧର ସାହୁ): ଦୀର୍ଘ ୨୬ ବର୍ଷ ପରେ ଦିଲ୍ଲୀରେ ସରକାର ଗଠନ କରିବ ଭାଜପା। ନିର୍ବାଚନରେ ଭାଜପା ଏକାକୀ ସରକାର ଗଠନ ପାଇଁ ଆବଶ୍ୟକ ମେଜିକ୍‌...

OPTCLର ବଡ଼ ଘୋଷଣା: ରବିବାର ହେବନି ବିଦ୍ୟୁତ୍‌ କାଟ୍‌

ବରଗଡ଼,୮ା୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାର ନିଗମ ଲିମିଟେଡ୍‌(ଓପିଟିସିଏଲ୍‌) ପକ୍ଷରୁ ୧୩୨/୩୩ କେ.ଭି ପ୍ରଧାନପାଲି ଗ୍ରୀଡ୍‌ ସବ୍‌ଷ୍ଟେଶନରେ ବାର୍ଷକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ରବିବାର...

ମେଳା ଦେଖି ଫେରିବାବେଳେ ବାଇକ୍‌କୁ ପିଟିଲା ଅଜଣାଗାଡ଼ି, ଚାଲିଗଲା ୩ ଜୀବନ

ମୋରଡ଼ା,୮ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଉକ୍ତ ଥାନା ଅଧୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri