ନୀଳଗିରି, ୪ା୮(ସ୍ବ.ପ୍ର.): ନୀଳଗିରି ସମବାୟ ସମିତି ସମୂହର ନୀଳଗିରି ସହକାରୀ ଭାରପ୍ରାପ୍ତ ନିବନ୍ଧକ ଲକ୍ଷ୍ମୀଧର ରାଉତ ବ୍ୟକ୍ତିଗତ ଆକ୍ରୋଶ ରଖି ସମିତି କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ନେଇ ନୀଳଗିରି ସହକାରୀ ନିବନ୍ଧକ କାର୍ଯ୍ୟାଳୟ ଆଗରେ ୩୦୦ ଶହରୁ ଅଧିକ ଚାଷୀ ଧାରଣାରେ ବସିଥିଲେ। ରାଉତ କିଛି ଖିଲାପି ଋଣୀ ଓ ଅଣସଭ୍ୟଙ୍କୁ ମତାଇ ଈଶ୍ୱରପୁର ସମିତି ଆଗରେ ବାରମ୍ବାର ଧାରଣାରେ ବସାଇବା ଯୋଗୁ ଚାଷୀମାନେ ଖରିଫ ଋତୁରେ ବିହନ ସାର ଉଠାଇବା ଓ ଚାଷୀ ପଞ୍ଜିକରଣ ପାଇଁ ହଇରାଣ ହରକତ ହେଉଥିବା ବାରମ୍ବାର ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ଈଶ୍ୱରପୁର ସେବା ସମବାୟ ସମିତିକୁ ଦୁର୍ନୀତିମୁକ୍ତ, ଚାଷୀ ଓ ଚାଷର ସୁରକ୍ଷା ଦେବା, ନୀଳଗିରି ସମବାୟ ସମିତି ସମୂହର ସ୍ଥାୟୀ ସହକାରୀ ନିବନ୍ଧକ ନିଯୁକ୍ତି ସହ ଭାରପ୍ରାପ୍ତ ସହକାରୀ ନିବନ୍ଧକ ଲକ୍ଷ୍ମୀଧର ରାଉତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାଷୀମାନେ ଧାରଣାରେ ବସିଥିଲେ। ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ସିପିଆଇ ଜିଲା ସମ୍ପାଦକ ନିରଞ୍ଜନ ବାରିକ, ଶ୍ରମିକ ନେତା ଅରୁଣ ଜେନା, ଭାଜପା ନେତା ଗଙ୍ଗାଧର ମିଶ୍ର, ଯୁବନେତା ସବ୍ୟସାଚୀ ମହାପାତ୍ର, ଉତ୍ତମ ନାୟକ, ପ୍ରମୁଖ ନିଜ ବକ୍ତବ୍ୟରେ ଏଆରସିଏସ ଲକ୍ଷ୍ମୀଧର ରାଉତଙ୍କ କାର୍ଯ୍ୟକୁ ଦୃଢ଼ ନିନ୍ଦା କରିବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କଠାରେ ଦାବି କରିଥିଲେ। ଅପରାହ୍ନ ୨ଟାରେ ବାଲେଶ୍ୱର ଡିଆରସିଏସ୍ ଗଜେନ୍ଦ୍ର ପଣ୍ଡା ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିବା ସହିତ ଏଆରସିଏସ୍ଙ୍କ କାର୍ଯ୍ୟ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା
Posted inଆମ ଜିଲା ଖବର, ବାଲେଶ୍ୱର View All
ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍କୁ ଧକ୍କା ଦେଲା କାର୍,ପରେ…
ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...
ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍ ଲୁଟିନେଲେ ଯୁବକ, ଆଉ ତା’ପରେ…
ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍ ଲୁଟି ଫେରାର୍ ହୋଇଯାଇଛନ୍ତି।...
ହୋଟେଲ ଭମର୍ସ ସିଲ୍ କଲା ପୌର ପ୍ରଶାସନ
ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...
ଆଉ ୨ ଦିନ ପରେ କ୍ରିସ୍ମାସ
ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...
ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି
ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...
ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍
ପାଟଣାଗଡ଼,୨୨।୧୨: ବଲାଙ୍ଗୀର ଜିଲା ବେଲପଡ଼ା ଥାନା ପାର୍ଲିମାଲ ଗାଁରେ ଥିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଏକ ବଡ଼ ଧରଣର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ୱୃତ୍ତମାନେ...
ବିନା ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ: ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ଅବହେଳିତ
ଭବାନୀପାଟଣା, ୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସର୍ବପୁରାତନ ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ମୁଖ୍ୟାଳୟ ଭବାନୀପାଟଣା ସହରରେ ଥାଇ ମଧ୍ୟ ଅବହେଳିତ ହୋଇପଡିଛି। ୪୫ବର୍ଷ...
ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…
ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...
Archives


