Posted inଜାତୀୟ

ଗାଜିପୁର ସୀମାରେ ବାରିକେଡ ଦେଖି ହରସିମରତ କହିଲେ ପାକିସ୍ତାନ ସୀମାରେ ବି ଦେଖିନାହିଁ ଏମିତି ସୁରକ୍ଷା

ନୂଆଦିଲ୍ଲୀ,୪ ।୨: ଦିଲ୍ଲୀର ଗାଜିପୁର ସୀମା ପୁଣି ଚର୍ଚ୍ଚାରେ । ଗୁରୁବାର ସେଠାରେ କେତେଜଣ ବିରୋଧିଦଳ ନେତା ପହଞ୍ଚିଥିଲେ । ଏମାନଙ୍କ ମଧ୍ୟରେ ୮ ରାଜନୈତିକ ଦଳର ଏମ୍‌ପି ମଧ୍ୟ ଥିଲେ । ସ୍ଥିତି ପରଖିବା ସହ ଏମାନେ କୃଷକଙ୍କ ସହ କଥା ହୋଇଥିଲେ । ସୂଚନାରୁ ଜଣାପଡିଛି ଯେ ସମସ୍ତ ବିରୋଧି ଏମ୍‌ପି ଲୋକ ସଭା ଅଧ୍ୟକ୍ଷ ଓମ ବିରଲାଙ୍କୁ ସାକ୍ଷାତ୍ କରି ସମ୍ପୂର୍ଣ୍ଣ ଘଟଣା ବିଷୟରେ ଅବଗତ କରାଇବେ । ବିରୋଧୀ ଏମ୍‌ପିଙ୍କ ମଧ୍ୟରେ ଅକାଳି ଦଳର ହରସିମରତ କୌର, ଏନ୍‌ସିପିର ସୁପ୍ରିୟା ସୁଲେ, ଡିଏମ୍‌କେର କାନିମୋଝି, ଟିଏମ୍‌ସିର ସୌଗତ ରାୟ ଥିଲେ । ପ୍ରଥମେ ଏମାନଙ୍କୁ ଦିଲ୍ଲୀ ପୋଲିସ ଧାରଣା ସ୍ଥଳ ପୂର୍ବରୁ ଅଟକାଇ ଦେଇଥିଲା । ପରେ ଏମାନେ କୃଷକ ନେତାଙ୍କ ସହ ସାକ୍ଷାତ୍ କରିଥିଲେ । ଏହାପରେ ହରସିମରତ କହିଥିଲେ ଏଠାରେ ୩ କିଲୋମିଟର ପର୍ଯ୍ୟନ୍ତ ବାରିକେଡ ଲଗାଇ ଦିଆଯାଇଛି । ଏଥିରୁ ସ୍ପଷ୍ଟ ଭାବେ ଅନୁମାନ କରାଯାଉଛି କୃଷକଙ୍କର ଅବସ୍ଥା କ’ଣ ହେଉଥିବ । ୧୩ ଲେୟାର ବାରିକେଡ କରାଯାଇଛି ଏମିତିକି ପାକିସ୍ତାନ ସୀମାରେ ବି ସୁରକ୍ଷା ପାଇଁ ଏମିତି ବାରିକେଡ ମୁଁ ବୋଧହୁଏ ଦେଖିନାହିଁ ବୋଲି ହରସିମରତ କହିଛନ୍ତି । ଯେତେବେଳେ ବିରୋଧୀନ ଦଳର ପ୍ରାୟ ୧୫ ଏମପି୍ ଗାଜିପୁର ସୀମାରେ ପହଞ୍ଚିଥିଲେ ସେତେବେଳେ ସେଠାରେ ଲାଗିଥିବା କଣ୍ଟାକୁ ଉଠାଇ ଦିଆଯାଉଥିଲା । ସୂଚନାଯୋଗ୍ୟ, ଜାନୁୟାରୀ ୨୬ରେ କୃଷି ଆଇନକୁ ବିରୋଧ କରି ସୀମାରେ ଆନ୍ଦୋଳନରେ ବସିଥିବା କୃଷକମାନେ ଟ୍ରାକ୍ଟର ରାଲି ବାହାର କରିଥିଲେ । ଏହାପରେ ପରିସ୍ଥିତିକୁ ନିୟ୍‌ନ୍ତ୍ର୍ରଣରେ ରଖିବାକୁ ପୋଲିସ ପକ୍ଷରୁ ଏହି ବାରିକେଡ ଲଗାଯାଇଥିବା କୁହାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ବ୍ୟକ୍ତିଙ୍କ ହାତ ତିଆରି ଖାଦ୍ୟ ଖାଇଥାନ୍ତି ମୋଦି, ସାମ୍ନାକୁ ଆସିଲା ରୋଷେଇ ଘରର ଭିତିରି କଥା

ନୂଆଦିଲ୍ଲୀ,୧୮ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ ଅର୍ଥାତ୍‌ ଗତକାଲି ତାଙ୍କର ୭୦ ତମ ଜନ୍ମଦିବସ ପାଳନ କରିଛନ୍ତି। ୧୯୫୦ ମସିହାରେ ମୋଦି ଜନ୍ମଗ୍ରହଣ କରିଥିଲେ।...

ରାମସେତୁ ନିର୍ମାଣର ରହସ୍ୟ ଜଣାପଡ଼ିବ

ନୂଆଦିଲ୍ଲୀ,୧୪।୧: ରାମସେତୁର ନିର୍ମାଣର ରହସ୍ୟ ସମ୍ପର୍କରେ ଏବେ ଜଣାପଡ଼ିବ। ଏହା କେବେ ନିର୍ମିତ ହୋଇଥିଲା ଏବଂ ଏହା ସହିତ ଜଡ଼ିତ ରହିଥିବା ଅନ୍ୟ ତଥ୍ୟ ସମ୍ପର୍କରେ...

କାମ ଦେଲା ମୋଦି-ଶାହଙ୍କ ମାଷ୍ଟ୍ରର ଷ୍ଟ୍ରୋକ୍‌

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତିରେ ଅଚାନକ ରାଜନୈତିକ ସମୀକରଣ ବଦଳି ଯାଇଛି। ପୁଣିଥରେ ଦେବେନ୍ଦ୍ର ଫଡ଼ନବିସ ମୁଖ୍ୟମନ୍ତ୍ରୀ ଡୋର ଧରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ...

ଆସିଲା ସେପ୍ଟେମ୍ବର ଗାଇଡ୍‌ଲାଇନ୍‌, ଏସବୁ ଉପରେ ଗୁରୁତ୍ୱ ଦେଲେ ସରକାର

ନୂଆଦିଲ୍ଲୀ,୨୮ା୮: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ପାଇଁ କେନ୍ଦ୍ର ସରକାର ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି।  ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ...

ଶାହାଙ୍କ ସ୍ଥାନରେ ହାୱଡାରେ ରାଲି କରିବେ ସ୍ମୃତି

କୋଲକାତା,୩୧ ।୧: ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ଇସ୍ରାଏଲ ଦୂତାବାସ ବାହାରେ ହୋଇଥିବା ବିସ୍ଫୋରଣ ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତାଙ୍କର ପଶ୍ଚିମବଙ୍ଗ ଗସ୍ତକୁ ବାତିଲ...

ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଇଡିର ଆବେଦନ ଖାରଜ: ବିଚାର ବିଭାଗୀୟ ହାଜତକୁ ଗଲେ ଚିଦାମ୍ବରମ୍‌

ନୂଆଦିଲ୍ଲୀ,୩୦।୧୦: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କୁ ମିଳିଲାନି ଆଶ୍ୱସ୍ତି। ବୁଧବାର ଦିଲ୍ଲୀର ସ୍ବତନ୍ତ୍ର...

ଯେତେବେଳେ ଇଚ୍ଛା ନେଇପାରିବେ କରୋନା ଟିକା

ନୂଆଦିଲ୍ଲୀ,୩।୨: ଭାରତରେ ଚାଲିଥିବା କରୋନା ଟିକାକରଣ ଅଭିଯାନକୁ ଆହୁରି ଗତିଶିଳ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ନିଷ୍ପତ୍ତି ନିଆଯାଇଛି। ଟିକାକରଣ କାର୍ଯ୍ୟକ୍ରମ ୨୪...

ବିହାର ନିର୍ବାଚନ ପୂର୍ବରୁ ଭାଜପାକୁ ଆଉ ଏକ ଝଟ୍‌କା

ପାଟନା,୨୨ ।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଲାଗିଛି ଆଉ ଏକ ଝଟ୍‌କା । ପାର୍ଟିର ଷ୍ଟାର ପ୍ରଚାରକ...

Advertisement
Archives

Model This Week