ହିଲୁଙ୍ଗ ମଣ୍ଡିରୁ ଉଠୁନି ଧାନ, ରାସ୍ତାରୋକୋ କରି ପ୍ରତିବାଦ କଲେ ଚାଷୀ

ଅମରପାଲି,୧୧।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ମଣ୍ଡିରୁ ଧାନ ଉଠୁ ନଥିବାରୁ ପ୍ରତିବାଦ କରି ରାସ୍ତାରୋକ ଯାଇଛନ୍ତି ଚାଷୀ। ଚାଷୀମାନେ ଧାନ ବିକ୍ରି କରିବା ପାଇଁ ମଣ୍ଡିରେ ଧାନ ରଖିଛନ୍ତି। ମାତ୍ର ମଣ୍ଡିକୁ କୌଣସି ମିଲର ଆସୁ ନ ଥିବାରୁ ଧାନ ଉଠିପାରୁ ନଥିବା ସେବା ସମବାୟ ସମିତିର ସମ୍ପାଦକ କହୁଥିବା ଚାଷୀ ଅଭିଯୋଗ କରୁଛନ୍ତି।

ଏପଟେ ଚାଷୀଙ୍କ ଟୋକନ ଅବଧି ସରିବା ଉପରେ ଆସିଲାଣି । ତେଣୁ ଚାଷୀ ବାଧ୍ୟ ହୋଇ ଆଜି ବୀରମହାରାଜପୁର – ଅମରପାଲି ରାସ୍ତାର ହିଲୁଙ୍ଗ ଛକ ନିକଟରେ ଚାଷୀ ରାସ୍ତାରୋକୋ କରି ପ୍ରତିବାଦ କରୁଛନ୍ତି । ମଣ୍ଡିରୁ ଧାନ ନଉଠିବା ପର୍ଯ୍ୟନ୍ତ ରାସ୍ତାରୋକୋ ଜାରି ରହିବ ବୋଲି ଚାଷୀ ପ୍ରକାଶ କରିଛନ୍ତି । ଏହା ସହିତ ବୀରମହାରାଜପୁର ଉପଜିଲାପାଳଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣା ପଡ଼ିଛି ।

 

Dharitri – Odisha’s No.1 Odia Daily

Share