ନୟାଗଡ଼,୪ା୯(ଲୋକନାଥ ମିଶ୍ର): ନୟାଗଡ଼ ବ୍ଲକରେ ଶୁକ୍ରବାର ଅନୁଷ୍ଠିତ ସିଏମ୍ କିଷାନ ମେଳାରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ, ଜିଲା ମୁଖ୍ୟ କୃଷି ଅଧିକାରୀ ଗୌରୀଶଙ୍କର ମିଶ୍ର, ରଣପୁର ବିଧାୟକଙ୍କ ପ୍ରତିନିଧି କହୁଥିବାବେଳେ ପ୍ରତିବାଦ ଓ ବିକ୍ଷୋଭ ହୋଇଥିଲା। ୟୁରିଆ କଳା ବଜାରରେ ବିକ୍ରି ହେଉଥିଲେ ମଧ୍ୟ ପଦକ୍ଷେପ ନ ଥିବା, ମଣ୍ଡିରେ କଟଣୀ ଛଟ୍ନୀ ନ ରୋକିବା, କୃଷି ଅଧିକାରୀ ଅଫିସରେ ବସି କ୍ଷେତ୍ର ଭ୍ରମଣ ନ କରିବା, ସିଏମ୍ ଓ ପିଏମ କିଷାନ ରାଶି ଚାଷୀ ନ ପାଇବା ପରି ଘଟଣା ଅତିଥିଙ୍କ ଭାଷଣ ବେଳେ ଦର୍ଶାଇ ବିରୋଧ ହୋଇଥିଲା। ଏପରିକି କିଛି ଚାଷୀ ମେଳା ଛାଡ଼ି ପଳାଇଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଅନେକ ଅତିଥି ଭାଷଣକୁ କାଣ୍ଟଛାଣ୍ଟ୍ କରି କହିଥିଲେ।