ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି। ଅଧିକାଂଶ ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳିନାହିଁ। ମିଲ୍‌ ମାଲିକମାନେ ମଣ୍ଡିକୁ ଯାଉନାହାନ୍ତି। ଏହି ସମୟରେ ବିଧାନସଭା ଅଧିବେଶନ ଚାଲିଛି, କିନ୍ତୁ କୌଣସି ସାର୍ଥକ ଆଲୋଚନା ହେଉନାହିଁ। ଯଦି ଏପରି ଅବସ୍ଥା ଜାରି ରହେ, ତାହେଲେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବ ବୋଲି ରବିବାର ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନ ପକ୍ଷରୁ
ବରଗଡ଼ ସମତା ଭବନରେ ଅନୁଷ୍ଠିତ ବୈଠକରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ କହିଛନ୍ତି।

ଜୟ କିଷାନ ଆନ୍ଦୋଳନର ସଭାପତି ସୁଶୀଲ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଧାନ ବିକ୍ରି ସମସ୍ୟା ନେଇ ଆଲୋଚନା ହୋଇଥିଲା। ଚଳିତ ଖରିଫ ଋତୁରେ ବିଳମ୍ବରେ ମଣ୍ଡି ଖୋଲାଯାଇଛି । ମାତ୍ର ମଣ୍ଡି ଖୋଲିବାରେ ଆହେତୁକ ବିଳମ୍ବ ହୋଇଥିଲେ ସୁଦ୍ଧା ଧାନ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇନାହିଁ। କାଁଭାଁ ଗୋଟିଏ ଦୁଇଟି ମଣ୍ଡିରେ ନାମକୁ ମାତ୍ର ଧାନ କିଣା ଯାଇଛି।

ମଣ୍ଡିମାନଙ୍କରେ ହଜାର ହଜାର ବସ୍ତା ଧାନ ପଡିଥିଲେ ସୁଦ୍ଧା ତାହା କିପରି ବିକ୍ରି କରାଯିବ, ତାକୁ ନେଇ ସରକାର କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରୁ ନ ଥିବା ବୈଠକରେ ଅଭିଯୋଗ ହୋଇଥିଲା। ସମସ୍ୟାକୁ ନେଇ ରାଜ୍ୟରେ ଚାଷୀମାନେ ଆଶଙ୍କିତ ଏବଂ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଯଦି ଏହି ଅଚଳାବସ୍ଥା ଜାରି ରହେ, ତା’ହେଲେ ଚାଷୀମାନଙ୍କ ମଧ୍ୟରେ ରହିଥିବା ଅସନ୍ତୋଷ ବିସ୍ଫୋରଣର ରୂପ ନେବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା।

ଧାନ ବିକ୍ରି ସମୟରେ ବିଧାନସଭା ଅଧିବେଶନ ଚାଲିଥିଲେ ହେଁ ସମସ୍ୟାର ସମାଧାନ ଦିଗରେ ଆଲୋଚନା ନ କରି ସରକାର ଓ ବିରୋଧୀ ଦଳର ନେତାମାନେ ପରସ୍ପର କାଦୁଅ ଫିଙ୍ଗା ରାଜନୀତି କରି ବାହାସ୍ଫୋଟ ମାରିବାରେ ବ୍ୟସ୍ତ ଅଛନ୍ତି। ଯାହାକି ଚାଷୀମାନଙ୍କ ପ୍ରତି ବିଦ୍ରୁପ ଅଟେ ବୋଲି ବୈଠକରେ ନିନ୍ଦା କରାଯାଇଥିଲା ।

ପୂର୍ବ ସରକାର ଭଲି ବର୍ତ୍ତମାନର ସରକାର ମଧ୍ୟ ମିଲମାଲିକମାନଙ୍କ ଭରସାରେ ଧାନ ବିକ୍ରି ବ୍ୟବସ୍ଥାକୁ ଟେକି ଦେଇ ଚାଷୀଙ୍କୁ ଶୋଷଣର ଜାଳ ମଧ୍ୟକୁ ଠେଲି ଦେଉଛି। ଯଦି ସରକାର ଚାଷୀଙ୍କ ସମସ୍ୟା ଏବଂ ଧାନ ବିକ୍ରିକୁ ସୂଚାରୁ ରୂପେ ସମ୍ପାଦନ କରିବାର ଆନ୍ତରିକତା ରହିଛି, ତାହେଲେ ଛତିଶଗଡ ଭଳି ଚାଷୀଙ୍କଠାରେ ସିଧାସଳଖ ଧାନ କିଣି ମଣ୍ଡିରେ ଗଚ୍ଛିତ କରିବାର ବ୍ୟବସ୍ଥା କରନ୍ତୁ ଅଯଥା ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଜୟ କିସାନ ଆନ୍ଦୋଳନର ଏହି ବୈଠକରେ ଦାବି କରାଯାଇଥିଲା।

ଯଦି ସରକାରଙ୍କ ପକ୍ଷରୁ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରା ନ ଯାଏ, ତାହେଲେ କୌଣସି ମୁହୁର୍ତ୍ତରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜୟ କିଷାନ ଆନ୍ଦୋଳନର ବରିଷ୍ଠ ନେତା ଶିବ ପ୍ରସାଦ ପ୍ରଧାନ, ସାଧାରଣ ସମ୍ପାଦକ ହର ବଣିଆଁ, ଅରୁଣ କୁମାର ସାହୁ, ଭଞ୍ଜନ ବାରିକ, ଅରୁଣ ପ୍ରଧାନ, ସୁରେନ୍ଦ୍ର ମେହେର, ମିନିଷ୍ଟର ବାରିକ, ବିଜୟ ପ୍ରଧାନ, କୁନା ବେହେରା, ପ୍ରବୀଣ ସାହୁ ଏବଂ ସୀତାରାମ ମେହେର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?