ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି। ଅଧିକାଂଶ ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳିନାହିଁ। ମିଲ୍‌ ମାଲିକମାନେ ମଣ୍ଡିକୁ ଯାଉନାହାନ୍ତି। ଏହି ସମୟରେ ବିଧାନସଭା ଅଧିବେଶନ ଚାଲିଛି, କିନ୍ତୁ କୌଣସି ସାର୍ଥକ ଆଲୋଚନା ହେଉନାହିଁ। ଯଦି ଏପରି ଅବସ୍ଥା ଜାରି ରହେ, ତାହେଲେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବ ବୋଲି ରବିବାର ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନ ପକ୍ଷରୁ
ବରଗଡ଼ ସମତା ଭବନରେ ଅନୁଷ୍ଠିତ ବୈଠକରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ କହିଛନ୍ତି।

ଜୟ କିଷାନ ଆନ୍ଦୋଳନର ସଭାପତି ସୁଶୀଲ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଧାନ ବିକ୍ରି ସମସ୍ୟା ନେଇ ଆଲୋଚନା ହୋଇଥିଲା। ଚଳିତ ଖରିଫ ଋତୁରେ ବିଳମ୍ବରେ ମଣ୍ଡି ଖୋଲାଯାଇଛି । ମାତ୍ର ମଣ୍ଡି ଖୋଲିବାରେ ଆହେତୁକ ବିଳମ୍ବ ହୋଇଥିଲେ ସୁଦ୍ଧା ଧାନ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇନାହିଁ। କାଁଭାଁ ଗୋଟିଏ ଦୁଇଟି ମଣ୍ଡିରେ ନାମକୁ ମାତ୍ର ଧାନ କିଣା ଯାଇଛି।

ମଣ୍ଡିମାନଙ୍କରେ ହଜାର ହଜାର ବସ୍ତା ଧାନ ପଡିଥିଲେ ସୁଦ୍ଧା ତାହା କିପରି ବିକ୍ରି କରାଯିବ, ତାକୁ ନେଇ ସରକାର କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରୁ ନ ଥିବା ବୈଠକରେ ଅଭିଯୋଗ ହୋଇଥିଲା। ସମସ୍ୟାକୁ ନେଇ ରାଜ୍ୟରେ ଚାଷୀମାନେ ଆଶଙ୍କିତ ଏବଂ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଯଦି ଏହି ଅଚଳାବସ୍ଥା ଜାରି ରହେ, ତା’ହେଲେ ଚାଷୀମାନଙ୍କ ମଧ୍ୟରେ ରହିଥିବା ଅସନ୍ତୋଷ ବିସ୍ଫୋରଣର ରୂପ ନେବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା।

ଧାନ ବିକ୍ରି ସମୟରେ ବିଧାନସଭା ଅଧିବେଶନ ଚାଲିଥିଲେ ହେଁ ସମସ୍ୟାର ସମାଧାନ ଦିଗରେ ଆଲୋଚନା ନ କରି ସରକାର ଓ ବିରୋଧୀ ଦଳର ନେତାମାନେ ପରସ୍ପର କାଦୁଅ ଫିଙ୍ଗା ରାଜନୀତି କରି ବାହାସ୍ଫୋଟ ମାରିବାରେ ବ୍ୟସ୍ତ ଅଛନ୍ତି। ଯାହାକି ଚାଷୀମାନଙ୍କ ପ୍ରତି ବିଦ୍ରୁପ ଅଟେ ବୋଲି ବୈଠକରେ ନିନ୍ଦା କରାଯାଇଥିଲା ।

ପୂର୍ବ ସରକାର ଭଲି ବର୍ତ୍ତମାନର ସରକାର ମଧ୍ୟ ମିଲମାଲିକମାନଙ୍କ ଭରସାରେ ଧାନ ବିକ୍ରି ବ୍ୟବସ୍ଥାକୁ ଟେକି ଦେଇ ଚାଷୀଙ୍କୁ ଶୋଷଣର ଜାଳ ମଧ୍ୟକୁ ଠେଲି ଦେଉଛି। ଯଦି ସରକାର ଚାଷୀଙ୍କ ସମସ୍ୟା ଏବଂ ଧାନ ବିକ୍ରିକୁ ସୂଚାରୁ ରୂପେ ସମ୍ପାଦନ କରିବାର ଆନ୍ତରିକତା ରହିଛି, ତାହେଲେ ଛତିଶଗଡ ଭଳି ଚାଷୀଙ୍କଠାରେ ସିଧାସଳଖ ଧାନ କିଣି ମଣ୍ଡିରେ ଗଚ୍ଛିତ କରିବାର ବ୍ୟବସ୍ଥା କରନ୍ତୁ ଅଯଥା ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଜୟ କିସାନ ଆନ୍ଦୋଳନର ଏହି ବୈଠକରେ ଦାବି କରାଯାଇଥିଲା।

ଯଦି ସରକାରଙ୍କ ପକ୍ଷରୁ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରା ନ ଯାଏ, ତାହେଲେ କୌଣସି ମୁହୁର୍ତ୍ତରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜୟ କିଷାନ ଆନ୍ଦୋଳନର ବରିଷ୍ଠ ନେତା ଶିବ ପ୍ରସାଦ ପ୍ରଧାନ, ସାଧାରଣ ସମ୍ପାଦକ ହର ବଣିଆଁ, ଅରୁଣ କୁମାର ସାହୁ, ଭଞ୍ଜନ ବାରିକ, ଅରୁଣ ପ୍ରଧାନ, ସୁରେନ୍ଦ୍ର ମେହେର, ମିନିଷ୍ଟର ବାରିକ, ବିଜୟ ପ୍ରଧାନ, କୁନା ବେହେରା, ପ୍ରବୀଣ ସାହୁ ଏବଂ ସୀତାରାମ ମେହେର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା, ମହିଳାମାନଙ୍କୁ ମିଳିବ ସ୍ବର୍ଣ୍ଣମୁଦ୍ରା

ଚେନ୍ନାଇ,୫।୮: ତାମିଲନାଡୁର ବିଜୟ ସରକାର 2026-27 ବଜେଟରେ ମହିଳାମାନଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ଟିଭିକେ ସରକାର ମହିଳାମାନଙ୍କୁ ସୁନା ମୁଦ୍ରା ବା ଗୋଲ୍ଡ…

ବିଶ୍ୱର ଟପ୍‌-୩ ଧନୀ କ୍ରିକେଟର, ନେଟ୍‌ୱର୍ଥ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୫।୮: କ୍ରିକେଟ ବିଶ୍ୱର ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ ଖେଳ। କିନ୍ତୁ ବର୍ତ୍ତମାନ ଏହା କେବଳ ଏକ ଖେଳ ନୁହେଁ, ବରଂ କୋଟି କୋଟି ଟଙ୍କାର ଏକ ବିଶାଳ…

ଉଦୟନିଧିଙ୍କୁ କଡ଼ା ସମାଲୋଚନା କଲେ କଙ୍ଗନା, କହିଲେ-ଏହା ଏକ ଭଲ…

ନୂଆଦିଲ୍ଲୀ,୫।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ ଦେଇଥିବା କଥିତ ଡବଲ ମିନିଂ ମନ୍ତବ୍ୟକୁ ନେଇ ବିବାଦରେ ଫସିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ କଙ୍ଗନା…

ଜୁକରବର୍ଗଙ୍କୁ ଅଲ୍ଟିମେଟମ ଦେଲେ ସରକାର: କ୍ଷମା ମାଗ ନଚେତ୍‌…

ନୂଆଦିଲ୍ଲୀ,୫।୮: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଡିଲିଟ କରିବା ସମ୍ପର୍କରେ ସଂସଦୀୟ କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ଯୋଗାଯୋଗ ଏବଂ ସୂଚନା…

ଏଭଳି କାମ କରିବାକୁ ଯାଉଛନ୍ତି ଶେଖ ହାସିନା, ଶୁଣିକି ଛାନିଆ ହେଲା ବାଂଲାଦେଶ, ଭାରତ କହିଲା…

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଏକ ନୂଆ ପଦକ୍ଷେପ ଢାକାରେ ଚହଳ ସୃଷ୍ଟି କରିଛି। ଭାରତରେ ଆଶ୍ରୟ ନେଇଥିବା ଶେଖ ହାସିନା ଦୁଇ ବର୍ଷ…

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

RBIର ବଡ଼ ନିଷ୍ପତ୍ତି, ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌; ଋଣଗ୍ରାହକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୫।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୌଦ୍ରିକ ନୀତି କମିଟି (MPC) ବୈଠକ ପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆରବିଆଇ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri