ବନ୍ଧାକୋବି କିଆରିରେ ଗୋରୁ, ଛେଳି ଛାଡ଼ିଲେ ଚାଷୀ

ବରଗଡ଼,୬।୩(ପ୍ରେମାନନ୍ଦ ଖମାରୀ)କୃଷିବହୁଳ ବରଗଡ଼ ଜିଲାରେ ଅଣଧାନ ଫସଲ କରିବାକୁ କୃଷି ବିଭାଗ ପରାମର୍ଶ ଦେଉଛି। ହେଲେ ପରିବା ସଂରକ୍ଷିତ ରଖିବା ପାଇଁ ଜିଲାରେ ସେଭଳି ଶୀତଳ ଭଣ୍ଡାର ବ୍ୟବସ୍ଥା ନାହିଁ। ଫଳରେ ପରିବା ଚାଷ କରି ମଧ୍ୟ ଜିଲାର ଚାଷୀମାନଙ୍କୁ କ୍ଷତିଗ୍ରସ୍ତ ହେବାକୁ ପଡ଼ିଛି। ଜିଲାରେ ଏଥର ଟମାଟୋ ଚାଷ କରି ଚାଷୀଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଛି। ଅନୁରୂପଭାବେ ବନ୍ଧାକୋବି ଚାଷରେ ମଧ୍ୟ ଚାଷୀମାନଙ୍କୁ ସମଦଶା ଭୋଗିବାକୁ ପଡ଼ିଛି। ଟମାଟୋ ଭଳି ବନ୍ଧାକୋବିକୁ ମଧ୍ୟ ବେପାରୀମାନେ କିଲୋ ପ୍ରତି ୨ଟଙ୍କା ଦରରେ କିଣୁଛନ୍ତି। ଫଳରେ ଚାଷୀ ଭାଙ୍ଗି ପଡ଼ି ଶେଷରେ ପରିବା କିଆରିରେ ଗାଈଗୋରୁ ଏବଂ ଛେଳି ଛାଡ଼ି ଦେଉଛନ୍ତି। ଜିଲାର ବିଜେପୁର ବ୍ଲକ ଅନ୍ତର୍ଗତ ଗୁଡ଼ିମୁଣ୍ଡା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। କେବଳ ଗୁଡ଼ିମୁଣ୍ଡା ନୁହେଁ, ଜିଲାର ଯେଉଁଠି ବି ଚାଷୀମାନେ ଟମାଟୋ କିମ୍ବା ବନ୍ଧାକୋବି ଚାଷ କରିଛନ୍ତି, ସେମାନଙ୍କୁ ଏଭଳି କ୍ଷତି ସହିବାକୁ ପଡୁଛି। ଜିଲାରେ ପରିବା ସଂରକ୍ଷିତ ରଖିବା ପାଇଁ ଶୀତଳ ଭଣ୍ଡାର ଥିଲେ ସେମାନେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇ ନଥାନ୍ତେ ବୋଲି ଚାଷୀମାନେ କହିଛନ୍ତି।

ଜିଲାରେ ଉଭୟ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳର ଚାଷୀମାନେ ବନ୍ଧାକୋବି ଚାଷ କରିଥାନ୍ତି। ତେବେ ସେତେ ବେଶୀ ପାଣି ଆବଶ୍ୟକ କରୁ ନଥିବା ଏବଂ ଢ଼ିପ ଜମି କୋବି ଫସଲ ପାଇଁ ଅନୁକୂଳ ହୋଇଥିବା ଯୋଗୁ ଅଣଜଳସେଚିତ ଅଞ୍ଚଳରେ ଅଧିକ ପରିମାଣରେ ଏହି ଚାଷ ହୋଇଥାଏ। ଏହି କ୍ରମରେ ଜିଲାର ପଦ୍ମପୁର ଉପଖଣ୍ଡର ବିଜେପୁର, ପଦ୍ମପୁର, ସୋହେଲା ଆଦି ଅଞ୍ଚଳରେ ଏହି ଚାଷ ଚାଷୀମାନେ କରିଥିଲେ। ବରଗଡ଼ ଉପଖଣ୍ଡର ଜମୁର୍ଡ଼ା, ସର୍ଲା, ଜାମପାଲି, ବରଗାଁ ଆଦି ଅଞ୍ଚଳରେ ମଧ୍ୟ ବନ୍ଧାକୋବି ଚାଷ ହୋଇଥିଲା। ଫସଲ ଭଲ ହୋଇଥିଲା। ଚାଷୀମାନେ ବେଶ୍‌ ଦିପଇସା ରୋଜଗାର କରିବୁ ବୋଲି ମନରେ ଆଶା ବାନ୍ଧିଥିଲେ। କିନ୍ତୁ ଟମାଟୋ ଭଳି ବନ୍ଧାକୋବି ଯେତେବେଳେ ଅମଳ ଅବସ୍ଥାକୁ ଆସିଲା, ସେତେବେଳେ ବିଲରେ ବନ୍ଧାକୋବି ଦର କିଲୋ ପ୍ରତି ଦେଢ଼, ୨ଟଙ୍କାରୁ ଅଧିକ ଦାମ୍‌ରେ ନେବାକୁ ବେପାରୀମାନେ ରାଜି ହେଉ ନାହାନ୍ତି। ଏଭଳି ସ୍ଥିତିରେ ଚାଷୀମାନେ ସେମାନଙ୍କ ବନ୍ଧାକୋବି କିଆରିରେ ଗୃହପାଳିତ ଗୋରୁ, ଛେଳି ଛାଡ଼ି ଦେବାକୁ ବାଧ୍ୟ ହୋଇଛନ୍ତି।

ବିଜେପୁର ବ୍ଲକ ଗୁଡ଼ିମୁଣ୍ଡାର ଚାଷୀ ପ୍ରହଲ୍ଳାଦ ନାଏକ କହିଛନ୍ତି, ସେ ୮୦ଡେସିମିଲ ଜମିରେ ବନ୍ଧାକୋବି ଚାଷ କରିଥିଲେ। ତାହା ଭଲ ମଧ୍ୟ ହୋଇଥିଲା। ହେଲେ ଅମଳ ସମୟକୁ ବେପାରୀମାନେ ବିଲକୁ ପହଞ୍ଚିଥିଲେ ଏବଂ କିଲୋ ପ୍ରତି ଦେଢ଼ରୁ ୨ଟଙ୍କା ଦରରେ ନେବାକୁ କହିଥିଲେ। ଫଳରେ ତାଙ୍କ କିଆରିରେ ସେ ଛେଳି, ଗାଈଗୋରୁ ଛାଡ଼ି ଦେଇଥିବା ସେ କହିଥିଲେ। ପରିବାକୁ ସଂରକ୍ଷିତ ରଖିବା ପାଇଁ ସରକାର ଶୀତଳ ଭଣ୍ଡାର କରିଥିଲେ ସେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇ ନଥାନ୍ତେ ବୋଲି ପ୍ରହଲ୍ଲାଦ କହିଛନ୍ତି। ସେହିପରି ଅନ୍ୟଜଣେ ମହିଳା ଚାଷୀ ଫଟୁ ମହାନନ୍ଦ କହିଛନ୍ତି, ବନ୍ଧାକୋବି, ଟମାଟର, ବାଇଗଣ ସବୁ ପରିବା ଦର କମି ଯାଇଛି। ବଜାରକୁ ବିକ୍ରି କରିବାକୁ ନେଲେ ସେଠାରେ ବେପାରୀମାନେ ଶସ୍ତାରେ ମାଗୁଛନ୍ତି। ଫଳରେ ଚାଷୀମାନେ ନିରାଶରେ ଘରକୁ ଫେରୁଛନ୍ତି। ଆମେ ଗରିବ ଲୋକ, ପରିବା ଚାଷ କରି ସେଥିରୁ କିଛି ରୋଜଗାର କରିବୁ ବୋଲି ଆଶା କରିଥିଲୁ। କିନ୍ତୁ ବନ୍ଧାକୋବି ଅମଳ ହେବା ପରେ ଦର ଶସ୍ତା ହୋଇଗଲା। ତାକୁ ବିକିଲେ ମଧ୍ୟ ମୂଳ ମିଳୁ ନାହିଁ। ଫଳରେ ପରିବା କିଆରିରେ ଛେଳି, ଗାଈଗୋରୁ ଛାଡ଼ି ଦେଉଛୁ। ସରକାର ଏଥିପାଇଁ କିଛି ବ୍ୟବସ୍ଥା କରିବା ଦରକାର ବୋଲି ସେ କହିଥିଲେ।

ଜିଲାରେ ପରିବା ସଂରକ୍ଷିତ ରଖିବାକୁ ଶୀତଳ ଭଣ୍ଡାର ଥିଲେ ଚାଷୀମାନଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ି ନଥାନ୍ତା ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି। କିନ୍ତୁ ଏ ଯାଏ ଜିଲାରେ ଗୋଟିଏ ମଧ୍ୟ ସରକାରୀ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହୋଇପାରି ନାହିଁ। ବରଗଡ଼ ବ୍ଲକର ଏକାମ୍ର ଛକ ଏବଂ ସୋହେଲା ବ୍ଲକର ଛୁରିଆପାଲିରେ ୧ଏକର ପରିମିତ ଜମିରେ ଗୋଟିଏ ଲେଖାଏ ଶୀତଳ ଭଣ୍ଡାର ନିର୍ମାଣ କରିବାର ପ୍ରସ୍ତାବ ରହିଛି। ସେହିପରି ଭେଡ଼େନ ଓ ଗାଇସିଲେଟ୍‌ ବ୍ଲକରେ ଓରେଡ଼ା ୧୦ମେଟ୍ରିକ ଟନ୍‌ କ୍ଷମତା ସମ୍ପନ୍ନ ଶୀତଳ ଭଣ୍ଡାର ନିର୍ମାଣ କରିବାର ଯୋଜନା ରହିଛି। ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୨ଟି ସୋଲାର ଶୀତଳ ଭଣ୍ଡାର ରହିଥିଲେ ସୁଦ୍ଧା ତାହା କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଅନ୍ୟପଟେ ବରଗଡ଼ ବ୍ଲକ କୁରୁଆଁ ଗ୍ରାମରେ ୨୫୦୦ ମେଟ୍ରିକ ଟନ୍‌ କ୍ଷମତା ସମ୍ପନ୍ନ ଏକ ଘରୋଇ ଶୀତଳ ଭଣ୍ଡାର ରହିଥିବାବେଳେ ଗୋବିନ୍ଦପୁରରେ ଆଉ ଏକ ଘରୋଇ ଶୀତଳ ଭଣ୍ଡାର ନିର୍ମାଣାଧୀନ ରହିଛି। ତେବେ କୃଷିବହୁଳ ଜିଲାଭାବେ ବରଗଡ଼ର ଏକ ସ୍ବତନ୍ତ୍ର ପରିଚୟ ଥିବାବେଳେ ଏଠାରେ ଶୀତଳ ଭଣ୍ଡାର ଅଭାବ ଯୋଗୁ ଚାଷୀମାନେ ପରିବା ବିକ୍ରିରେ ଅଭାବିବିକ୍ରିର ସମ୍ମୁଖୀନ ହେବା ବିଡ଼ମ୍ବନାର ବିଷୟ ବୋଲି ସଚେତନ ନାଗରିକ ମହଲରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ବନ୍ଦ ହେବ ଉବେର-ରାପିଡୋ ବାଇକ୍‌ ସେବା! ଜାଣନ୍ତୁ କାରଣ

ଭୁବନେଶ୍ବର,୧୩।୧୧: ଓଡ଼ିଶାରେ ଉବେର ଓ ରାପିଡୋର ବାଇକ୍‌ ଟ୍ୟାକ୍ସି ସେବାକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଆପ୍‌ ଜରିଆରେ ଯାତ୍ରୀ ପରିବହନରେ ବ୍ୟବହୃତ ହେଉଥିବା ଘରୋଇ…

୨୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ଟିମ ସିଫର୍ଟ୍‌: ପାଓ୍ବାର୍‌ ପ୍ଲେରେ କଲେ ବଡ଼ କାରନାମା

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଦିନିକିଆରେ କିୱି ଓପନର ଟିମ ସିଫର୍ଟଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ଟସ ହାରି ପ୍ରଥମେ…

ଟ୍ରମ୍ପଙ୍କ ବଡ଼ ଦାବି, କହିଲେ Nvidiaର ପୂର୍ବତନ ସିଇଓ ହୁଆଙ୍ଗ ମୋତେ ଫୋନ କରିଥିଲେ, ‘ସେ ଅତ୍ୟନ୍ତ କଷ୍ଟଦାୟକ ପରିସ୍ଥିତି ଦେଇ ଗତି କରୁଛନ୍ତି’

ଓ୍ବାଶିଂଟନ,୧୩।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଜେନସେନ ହୁଆଙ୍ଗଙ୍କ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଏକ ଘରୋଇ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି…

ଦୃଷ୍ଟି ଆଢୁଆଳରେ ତଳକିଲାବାଡ଼ି ଗାଁ: ଧାନ ଚାଷ ପାଇଁ ଜୀବନ ବାଜିରେ ୧୮ ପରିବାର

ଦାରିଙ୍ଗବାଡ଼ି, ୧୩।୧୧ (ଅରୁଣ ସାହୁ):ଚାରିପଟେ ପାହାଡ଼, ଘଞ୍ଚ ଜଙ୍ଗଲ, ନଦୀ ଓ ନାଳ। ଏହାରି ମଧ୍ୟରେ ରହିଛି ଏକ ଦୁର୍ଗମ ଗାଁ ତଳକିଳାବାଡ଼ି। ଯେଉଁଠି ବିକାଶର ଆଲୋକ…

ଭଦ୍ରକରେ ଭୟଙ୍କର ଦୁର୍ଘଟଣା; ଟ୍ରଲରକୁ ପିଟିଲା ପୋଲିସ ଗାଡ଼ି; ମୃୃତ୍ୟୁ ସଂଖ୍ୟା…

ବାସୁଦେବପୁର,୧୩।୧୧(ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲାର ବାସୁଦେବପୁର, ଧାମରା ରାସ୍ତାର ବିରସ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୁରୁବାର ବିଲମ୍ବିତ ରାତିରେ ପୋଲିସ ଗାଡ଼ି…

କ’ଣ ହେଲା! ପ୍ରଥମେ ରୋହିତ ଶର୍ମା, ପରେ ଈଶାନ କିଷନ… କ୍ରମାଗତ ଦୁଇଟି ବଲରେ ଦୁଇଟି କ୍ୟାଚ ଛାଡ଼ିଦେଲେ,ଏଥିପାଇଁ ଦେବାକୁ ପଡ଼ିବ…

ନୂଆଦିଲ୍ଲୀ,୧୩।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚତୁର୍ଥ ଦିନିକିଆ ମ୍ୟାଚ ‘ବେ ଓଭାଲ’ (Bay Oval) ଠାରେ ଖେଳାଯାଉଛି। ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ…

ଖଣି ଅଞ୍ଚଳ: ଜଳବାୟୁ ପରିବର୍ତ୍ତନର ନୂଆ ହଟ୍‌ସ୍ପଟ୍‌

ଖଣିଜ ସମ୍ପଦରେ ଭରପୂର ଯାଜପୁର ଜିଲା ଏବେ ଜଳବାୟୁ ପରିବର୍ତ୍ତନର ନୂଆ ହଟ୍‌ସ୍ପଟ୍‌ ପାଲଟିଛି। ଖଣି ଖନନ, ଜଙ୍ଗଲ କ୍ଷୟ, ପାହାଡ଼ କଟା, ଶିଳ୍ପ ପ୍ରଦୂଷଣ ଓ…

ଟେରାକୋଟା ପ୍ରେମରେ ପୋଲାଣ୍ଡ ମହିଳା: ଶିଖୁଛନ୍ତି ଏହି କଳା

ନୀଳଗିରି,୧୩।୧୧(ପ୍ରଶାନ୍ତ ବିଶ୍ୱାଳ):ଓଡ଼ିଶାର ମାଟି କଳାର ଆକର୍ଷଣ ଟାଣି ଆଣିଛି ବିଦେଶିନୀଙ୍କୁ। ପୋଲାଣ୍ଡ ମହିଳା ମାଗଡାଲେନା କାମିନସ୍କା ଏହି କଳା ଶିକ୍ଷା କରିବାକୁ ଚାଲି ଆସିଛନ୍ତି ବାଲେଶ୍ୱର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?