ଧାନମଣ୍ଡି ଉଦ୍‌ଘାଟନ କଲେ ଚାଷୀ, ପ୍ରଶାସନ ଗୁରୁତ୍ୱ ଦେଇ…

ରିଷିଡ଼ା,୧୮।୧୨(ସୁଶାନ୍ତ ମଲ୍ଲିକ)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପାକ୍ସ ଅଧୀନ ଖରଝୁରା ତାରିଣୀଛକଠାରେ ଗୁରୁବାର ଏକ ଧାନମଣ୍ଡି ଚାଷୀମାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଉପମଣ୍ଡି ବୋଲି କୁହାଯାଉଛି। ରିଷିଡା ପାକ୍ସ ଅଧୀନ ପୌରକେଲା ପଞ୍ଚାୟତ ପାଇଁ ପୌରକେଲାଠାରେ ଗତବର୍ଷ ଧାନମଣ୍ଡି ଉଦ୍‌ଘାଟିତ ହୋଇଥିଲା। କିନ୍ତୁ ଏହି ପଞ୍ଚାୟତର ବୁଢୀପଦର, ଖରଝୁରା ଓ ଶିରାବାହାଲ ଗାଁଠାରୁ ପୌରକେଲା ଧାନମଣ୍ଡିକୁ ଦୂର ହେଉଥିବାରୁ ତଥା ସେଠାରେ ପର୍ଯ୍ୟାପ୍ତ ପରିମାଣରେ ଧାନ ରଖିବାକୁ ଜାଗା ନ ଥିବାରୁ ଚାଷୀମାନେ ହଇରାଣ ହେଉଛନ୍ତି। ଖରଝୁରା ତାରିଣୀ ଛକଠାରେ ଏକ ଉପମଣ୍ଡି ଖୋଲିବା ପାଇଁ ଏହି ୩ ଗ୍ରାମବାସୀ ଦାବି କରିଥିଲେ। ଏନେଇ ଗ୍ରାମବାସୀ ଜିଲାପାଳଙ୍କ ସମେତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଆବେଦନ କରିଥିଲେ। ତଦନୁଯାୟୀ ଏଆର୍‌ସିଏସ୍‌ ଆର୍‌ଏମ୍‌ସି କର୍ମଚାରୀ, ପାକ୍ସ ଅଧିକାରୀ, ରାଜସ୍ବ ନିରୀକ୍ଷକ ପ୍ରମୁଖ ଉକ୍ତ ସ୍ଥାନକୁ ଯାଇ ଭିତ୍ତିଭୂମି ପରଖିଥିଲେ। ସେଠାରେ ଥିବା ସରକାରୀ ଜମିରୁ ଧାନମଣ୍ତି ପାଇଁ ସ୍ବତନ୍ତ୍ର ଜମି ଯୋଗାଇଦେବାକୁ ରାଜସ୍ବ ବିଭାଗ ମଧ୍ୟ ଅନୁମୋଦନ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ଏଠାରେ ପାନୀୟଜଳ ବ୍ୟବସ୍ଥା, ଗମନାଗମନ ଓ ଆଲୋକର ବ୍ୟବସ୍ଥା ଥିବାରୁ ଚଳିତଥର ଏଠାରେ ଉପମଣ୍ଡି ଖୋଲିବାକୁ ଦାବି ହୋଇଥିଲା। ତେବେ ଅଦ୍ୟାବଧି ମଣ୍ଡି ଖୋଲା ନ ଯିବାରୁ ବୁଢୀପଦର, ଖରଝୁରା ଗ୍ରାମବାସୀ ନିଜେ ପୂଜାର୍ଚ୍ଚନା କରି ଧାନମଣ୍ଡି ଉଦ୍‌ଘାଟନ କରିଛନ୍ତି। ଏଠାରୁ ଧାନ ନ ଉଠିଲେ ଚାଷୀମାନେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମଣ୍ଡି ଉଦ୍‌ଘାଟନରେ ଡମ୍ବରୁଧର ପାତ୍ର, ରାଜକିଶୋର ପାତ୍ର, ରାସବିହାରୀ ରଣା, ଗୋକୁଳ ଭୋଇ, ବିଶିକେଶନ ରଣା, ନିରଞ୍ଜନ ନନ୍ଦ, ସୁଶାନ୍ତ ପଧାନ, ମାୟାଧର ପଧାନ, ଯୁବରାଜ ପଧାନ, ଇତିହାସ ନନ୍ଦ, ଆତିଷ ପଧାନ, କରୁଣାକର ପଧାନ, ରୋହିତ ନନ୍ଦ, ପରମାନନ୍ଦ ରଣା, ଗାନ୍ଧୀ ରଣା, କୃପା ପାତ୍ର ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଚାଷୀନେତା ତଥା ପାକ୍ସ ନିର୍ଦ୍ଦେଶକ ପ୍ରମୋଦ ସାହୁ(ଟୁନୁ) ଯୋଗଦେଇ ଚାଷୀମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ନିଶ୍ଚିତ ଗୁରୁତ୍ୱ ଦେଇ ଏଠିକାର ଉପମଣ୍ଡିରୁ ଧାନ ଉଠାଇବେ ବୋଲି ଆଶା ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଯାଉ ଆଉ ଫେରିନଥିଲେ, ଆଜି ଘୋଡ଼ାହାଡ଼ ନଦୀ ଗଣ୍ଡରୁ ମିଳିଲା ମୃତଦେହ

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀ ଗଣ୍ଡରୁ ଜଣେ ଯୁବକଙ୍କ ମୃତଦେହ ୁ ଅଗ୍ନିଶମବାହିନୀ ବୁଧବାର ଉଦ୍ଧାର…

ଏପ୍ରିଲ ୬ରୁ ସକାଳୁଆ କୋର୍ଟ

କଟକ,୨୫।୩(କୁମାରଶ୍ରୀ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୬ରୁ ରାଜ୍ୟର ସମସ୍ତ ଜିଲା ଓ ଅଧୀନସ୍ଥ ଅଦାଲତ ସକାଳୁଆ ହେବ। ମଙ୍ଗଳବାର ଏ ନେଇ ହାଇକୋର୍ଟ…

ଡ୍ରଗ୍ସ ବେପାର ସନ୍ଦେହରେ ଚଢ଼ାଉ କରିଥିଲା ପୋଲିସ, ଘରୁ ମିଳିଲା… ଦେଖିକି ପୋଲିସ ତାଜୁବ

ଉଦଳା,୨୫।୩(ସନ୍ତୋଷ ବାଞ୍ଛିନୀ): ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ଘରୁ ମିଳିଲା ବିଡା ବିଡା ଟଙ୍କା ଆଉ ଚୋରା ବିଦେଶୀ ମଦ। ଡ୍ରଗ୍ସ ବେପାର ସନ୍ଦେହରେ ପୋଲିସ…

ନଈକେରା ବାଲିଘାଟ ଟେଣ୍ଡର ନ କରିବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

କୋରାପୁଟ,୨୪ା୩(ଅମିତାଭ ବେହେରା): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭୁସଙ୍ଗଗୁଡ଼ା ପଞ୍ଚାୟତ ନଇକେରା ନଦୀଘାଟରୁ ବାଲି ଉଠାଣ ପାଇଁ ଖଣି ବିଭାଗ ପକ୍ଷରୁ ଟେଣ୍ଡର ନ କରିବାକୁ ଗ୍ରାମବାସୀ…

ଯକ୍ଷ୍ମା ରୋଗରେ ପୀଡିତ ରମେଶ, ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ

ମୋହନା, ୨୫।୩(ମ୍ନମଥ ମିଶ୍ର): ମୋହନା ସହରଠାରୁ ମାତ୍ର ଦୁଇ କି.ମି. ଦୂର ଲେକାପଦର ଗାଁର ରମେଶ ମଳିକ। ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ସେ ଅର୍ଥ ଅଭାବରୁ…

ଶୁଣିଲାନି ପ୍ରଶାସନ: କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ

ନନ୍ଦପୁର/ପାଡୁଆ,୨୫ା୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଗୋଲୁର ପଞ୍ଚାୟତ ଗଙ୍ଗାଗୁଡ଼ା ଗ୍ରାମବାସୀ ମିଳିତ ଭାବେ ନାଳ ଉପରେ ଏକ କାଠ ପୋଲ ନିର୍ମାଣ…

ଗନ୍ଧମାର୍ଦ୍ଦନ ଜଙ୍ଗଲରେ ନିଆଁ

ପାଇକମାଳ,୨୫ା୩(ବଡ଼ ଶତପଥୀ): ବରଗଡ଼ ଜିଲାର ନୃସିଂହନାଥ ଓ ବଲାଙ୍ଗୀର ଜିଲାର ହରିଶଙ୍କର ଅଞ୍ଚଳକୁ ଘେରି ରହିଥିବା ଭାରତ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ଗତ ରବିବାରରୁ ନିଅଁା ଲାଗିଛି।…

କାଳରାତ୍ରୀ ବେଶରେ ମା’: ଦର୍ଶନ ପାଇଁ ସକାଳୁ ଭକ୍ତଙ୍କ ସମାଗମ

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ସପ୍ତମ ଦିବସ ବୁଧବାର ଦେବୀ କାଳରାତ୍ରୀ ବେଶରେ ଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri