ସରକାରଙ୍କ କଟକଣା ଯୋଗୁ ହଟହଟା ଚାଷୀ, ହୋଇପାରୁନି ଧାନ ବିକ୍ରି, ବିଳମ୍ବ ହେଉଛି ରବି ଚାଷ

ବରଗଡ଼,୮।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଏଠାରେ ସର୍ବାଧିକ ଧାନ ଉପତ୍ାଦନ ହେଉଥିବାରୁ ଜିଲାର ଏଭଳି ପରିଚୟ ରହିଛି। ମାତ୍ର ଜିଲାର ଚାଷୀଙ୍କ ସମସ୍ୟା ପିଛା ଛାଡୁନାହିଁ। କେତେବେଳେ ଅଦିନିଆ ବର୍ଷା ତ ଆଉ କେବେ ରୋଗପୋକ ଉପଦ୍ରବ ଯୋଗୁ ଫସଲ ନଷ୍ଟ ହେଉଛି। କେବଳ ସେତିକି ନୁହେଁ, ଜିଲାର ଚାଷୀଙ୍କ ପାଇଁ ଧାନ ବିକ୍ରିବଟା ସମସ୍ୟା ପାଲଟିଛି। ଧାନ ବିକ୍ରି ଲାଗି ପଞ୍ଜୀକରଣଠାରୁ ଟୋକନ ପର୍ଯ୍ୟନ୍ତ ରାଜ୍ୟ ସରକାର ନାନା କଟକଣା ଆଣୁଛନ୍ତି। ଧାନ କିଣାବିକା ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଉଦ୍ଦେଶ୍ୟରେ ଏଭଳି କଟକଣା ଅଣାଯାଉଥିବା ରାଜ୍ୟ ସରକାର କହୁଛନ୍ତି। ଅନ୍ୟପଟେ ସେଭଳି କଟକଣା ଯୋଗୁ କେବଳ ହଟହଟା ନୁହେଁ, ଅମଳ ଧାନକୁ ସେମାନେ ଠିକ୍‌ଭାବେ ବିକ୍ରି କରିପାରୁ ନ ଥିବା ବେଳେ ଚାଷକାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
ବର୍ତ୍ତମାନ ବରଗଡ଼ ଜିଲାରେ ଅନୁରୂପ ପରିସ୍ଥିତି ଉପୁଜିଛି। ରବିଚାଷ ସମୟ ଗଡ଼ିଚାଲିଛି। ହେଲେ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ଖରିଫ୍‌ ଧାନ ବିକ୍ରି କରିପାରିନାହାନ୍ତି। ଏଭଳି ସ୍ଥିତିରେ ଅନ୍ୟବର୍ଷ ତୁଳନାରେ ଏଥର ରବିଚାଷ ବିଳମ୍ବ ହୋଇଥିବା ଚାଷୀମାନେ କହିଛନ୍ତି। ରବିରେ ଜିଲାରେ ପ୍ରାୟ ୧ ଲକ୍ଷ ୩୦ ହଜାର ହେକ୍ଟର ଜମିରେ ଧାନଚାଷ ହୋଇଥାଏ। ଏଥିରୁ ଅଧିକାଂଶ ହୀରାକୁଦ ଜଳସେଚିତ ଜମି ରହିଥିବାବେଳେ କେନାଲ ପାଣି ଆସିବା ପରେ ଚାଷୀମାନେ ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି। ପ୍ରତିବର୍ଷ ଜାନୁଆରୀ ପହିଲା ସୁଦ୍ଧା କେନାଲ ପାଣି ଆସିଯାଉଥିଲା। ହେଲେ ଏଥର ଗତ ୩ ତାରିଖରୁ ହୀରାକୁଦ ଜଳଭଣ୍ଡାରରୁ ବରଗଡ଼ ମୁଖ୍ୟ କେନାଲକୁ ପାଣି ଛଡ଼ାଯାଇଛି। ମାତ୍ର ଜିଲାର ଅନେକ ତଳିଅଞ୍ଚଳର ଜମିକୁ ଏପର୍ଯ୍ୟନ୍ତ କେନାଲ ପାଣି ପହଞ୍ଚତ୍ପାରିନାହିଁ। ତେବେ କେନାଲ ପାଣି ଛଡ଼ାଯାଇଥିଲେ ସୁଦ୍ଧା ଧାନକିଣା ଅବ୍ୟବସ୍ଥା ଚାଷୀଙ୍କୁ ଚିନ୍ତାରେ ପକାଇଛି। ଖରିଫ୍‌ରେ ଅମଳ ଧାନକୁ କେବେ ବିକିବେ ଏବଂ ଆଉ କେବେ ରବିଚାଷ ଆରମ୍ଭ କରିବେ, ଏଭଳି ଦୋଛକିରେ ଜିଲାର ଚାଷୀମାନେ ରହିଛନ୍ତି।
ବିଗତବର୍ଷଗୁଡ଼ିକୁ ଅନୁଧ୍ୟାନ କଲେ ସାଧାରଣତଃ ଫେବୃଆରୀ ଶେଷସୁଦ୍ଧା ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଉଥିଲା। ଏପରିକି ଜାନୁଆରୀ ୧୫ରୁ ଜିଲାର ବିଭିନ୍ନ ଧାନ କ୍ରୟ କେନ୍ଦ୍ର(ମଣ୍ଡି)କୁ ପର୍ଯ୍ୟାୟକ୍ରମେ ବନ୍ଦ କରିଦିଆଯାଉଥିଲା। କିନ୍ତୁ ଏଥର ଅନେକ ଚାଷୀଙ୍କୁ ମିଳିଥିବା ଟୋକନରେ ବିକ୍ରି ଦିବସ ଜାନୁଆରୀ ଏବଂ ଫେବୃଆରୀ ରହିଛି। ସେହିପରି ବିକ୍ରିଯୋଗ୍ୟ ଧାନ ପରିମାଣ ମଧ୍ୟ ଅନ୍ୟ ବର୍ଷ ତୁଳନାରେ ଯଥେଷ୍ଟ ହ୍ରାସ କରାଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଧାନ ଉଠାଣରେ ମନ୍ଥରତା ଏବଂ ବିଭିନ୍ନ ସମୟରେ ନାନା ଦାବି ନେଇ ମିଲର୍ସଙ୍କ ଆନ୍ଦୋଳନ ଯୋଗୁ ଚାଷୀଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଗୋଟିଏପଟେ ଧାନ ଉଠାଣ ପ୍ରକ୍ରିୟା ତ୍ୱରାନ୍ବିତ ହେଉ ନ ଥିବାରୁ ଚାଷୀଙ୍କୁ ମିଳିଥିବା ଟୋକନ ଅବଧି ସରି ବସିଥିବାବେଳେ ଅନେକ ଚାଷୀ କମ୍‌ଦରରେ ବେପାରୀ ହାତରେ ଧାନ ଟେକିଦେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।
ବରଗଡ଼ ବ୍ଲକ ଅନ୍ତର୍ଗତ କଲାପାଣିର ଜଣେ ଚାଷୀ ସୁରେଶ ନେକାଣ୍ଟି କହିଛନ୍ତି, ଅନ୍ୟବର୍ଷ ସେ ଜାନୁଆରୀ ପହିଲାରୁ ରବିଚାଷ ପ୍ରସ୍ତୁତି ଆରମ୍ଭ କରିଦେଉଥିଲେ। ଜାନୁଆରୀ ୧୫ ସୁଦ୍ଧା ଜମିରେ ଧାନପହ୍ଲା ରୋଇବା କାମ ଆରମ୍ଭ ହେଉଥିଲେ। ମାତ୍ର ଏପର୍ଯ୍ୟନ୍ତ ତାଙ୍କ ଜମିକୁ କେନାଲ ପାଣି ମାଡ଼ିପାରି ନାହିଁ। ଫଳରେ ରବିଚାଷ ପ୍ରସ୍ତୁତି ସେ ଆରମ୍ଭ ସୁଦ୍ଧା କରି ନ ଥିବା କହିଛନ୍ତି। ସେହିପରି ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି, ଚାଷୀ ଋଣଆଣି ଖରିଫ ଚାଷ କରିଥିଲେ। ଅନେକ ଚାଷୀ ଏପର୍ଯ୍ୟନ୍ତ ଧାନ ବିକ୍ରି କରିପାରିନାହାନ୍ତି। ଫଳରେ ଋଣ ପରିଶୋଧ କରି ଏବେ ରବିଚାଷ ପାଇଁ ପୁଣି ଋଣ କରିବା ଚାଷୀମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସେହିପରି ରବିଚାଷ ପାଇଁ ଜମି ହଳ କରିବାଠାରୁ ଆରମ୍ଭ କରି ଧାନପହ୍ଲା ରୋଇବା ପର୍ଯ୍ୟନ୍ତ ଶ୍ରମିକଙ୍କୁ ପାରିଶ୍ରମିକ ଦେବା, ସାର କିଣିବା, ଜମି କାଦୁଅ କରିବା ପାଇଁ ଚାଷୀମାନଙ୍କୁ ଟଙ୍କା ଦରକାର। ଏଭଳି ସ୍ଥିତିରେ ଚାଷୀଙ୍କ ଅମଳ ଧାନ କିଣିବାରେ ଅବହେଳା ନ କରି ଧାନ ଉଠାଣକୁ ତ୍ୱରାନ୍ବିତ କରିବା ଏବଂ ବିକ୍ରିଧାନ ବାବଦକୁ ଚାଷୀମାନଙ୍କୁ ତୁରନ୍ତ ସେମାନଙ୍କ ପ୍ରାପ୍ୟରାଶି ପ୍ରଦାନ କରିବା ବର୍ତ୍ତମାନ ସ୍ଥିତିରେ ଅପରିହାର୍ଯ୍ୟ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ଧନୁଯାତ୍ରା ମହୋତ୍ସବ, ବଢ଼ିଲା ପ୍ରଦୂଷଣ ଚିନ୍ତା

ବରଗଡ଼,୯।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଗତ ୩ତାରିଖ ଶେଷ ହୋଇଛି। ଇତିମଧ୍ୟରେ ଉଦ୍‌ଯାପନୀକୁ ୪ଦିନ ବିତି ଯାଇଛି। ମହୋତ୍ସବ ସରିଛି ସତ,...

୧୩ ବର୍ଷର ରେକର୍ଡ ଭାଙ୍ଗିଲା ଶିମିଳିପାଳ, ପାରଦ -୧ ଡିଗ୍ରୀ

ବାରିପଦା,୯।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ) : ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଶୁକ୍ରବାର ତାପମାତ୍ରା ହ୍ରାସ ପାଇ ମାଇନାସ ୧...

ଝାଡ଼ଖଣ୍ଡରରେ ଚାଞ୍ଚଲ୍ୟ: ଗୋରୁ ଚୋରି ଅଭିଯୋଗରେ ମୁସଲମାନ ଯୁବକଙ୍କୁ ପିଟି ହତ୍ୟା

ରାଞ୍ଚି,୮ା୧: ଝାଡ଼ଖଣ୍ଡର ଗୋଡା ଜିଲାରେ ଗୋରୁ ଚୋରି ସନ୍ଦେହରେ ଜଣେ ୪୫ ବର୍ଷୀୟ ମୁସଲମାନ ଯୁବକଙ୍କୁ ପିଟି ହତ୍ୟା କରାଯାଇଛି। ପୋରାୟାହାଟ ଥାନା ଅନ୍ତର୍ଗତ ମାତିହାନି...

ସ୍ତ୍ରୀ, ୨ ଝିଅଙ୍କୁ ହତ୍ୟାକରି ନିଜ ଜୀବନ ହାରିଲେ ବ୍ୟବସାୟୀ

ଚଣ୍ଡିଗଡ଼,୮ା୧: ପଞ୍ଜାବର ଫିରୋଜପୁରରେ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଛି। ପରିବାରର ମୁଖ୍ୟ ଅମନଦୀପ୍‌ ସିଂ ଜଣେ ବ୍ୟବସାୟୀ। ସେ ଏକ...

ଶୀତ ମହୋତ୍ସବ:ପ୍ରଥମ ଦିନରେ କଳାହାଣ୍ଡି କଟପ୍ପାଙ୍କ ପାରମ୍ପରିକ ନୃତ୍ୟ-ଶୋଭାଯାତ୍ରାରେ ଦର୍ଶକ ମୁଗ୍ଧ

ଦାରିଙ୍ଗବାଡି, ୮।୧ (ଅରୁଣ ସାହୁ ): ବହୁ ପ୍ରତିକ୍ଷିତ ଶୀତ ମହୋତ୍ସବ -୨୦୨୬ ଗୁରୁବାର ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ, ଏହି ଦୁଇ ଜିଲା ପାଇଁ କଲେ ବଡ ଦାବି

ଭୁବନେଶ୍ୱର,୮ା୧: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଦୁଇ ଜିଲା ପାଇଁ ବଡ ଦାବି ଜଣାଇଛନ୍ତି। ଅନୁଗୋଳ ଏବଂ...

ଆନ୍ଦୋଳନରୁ ଓହରିଲେ ମିଲର୍ସ

ଜୟପୁର,୮ା୧(ପବନ ପାଣିଗ୍ରାହୀ): ମିଲର୍ସମାନେ ଆନ୍ଦୋଳନରୁ ଓହରିବା ପରେ କୋରାପୁଟ ଜିଲା ଜୟପୁର ଉପଖଣ୍ଡରେ ଧାନ କିଣା ଗୁରୁବାର ସ୍ୱାଭାବିକ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲାର ୧୦...

ଓଡ଼ିଶାର ଏହି ଜିଲାରେ ହେବ ନୂଆ ମେଗା ଷ୍ଟିଲ୍ ପ୍ଲାଣ୍ଟ, ସୃଷ୍ଟି ହେବ ୧୪ ହଜାରରୁ ଉର୍ଦ୍ଧ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୮ା୧: ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri