କେତେ ପ୍ରତିଶତ କ୍ଷତି ହୋଇଥିଲେ ମିଳିବ ସରକାର ସହାୟତା ? ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ

ଭୁବନେଶ୍ୱର,୭।୧: ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୬ଟି ଜିଲାରେ ହୋଇଥିବା ଅଦିନିଆ ବର୍ଷାକୁ ସରକାର ‘ପ୍ରାକୃତିକ ବିପର୍ଯ୍ୟୟ’ ଭାବେ ଗ୍ରହଣ କରିଥିବାବେଳେ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି (ଏସ୍‌ଡ଼ିଆର୍‌ଏଫ୍‌)ରୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ପ୍ରଦାନ ଆରମ୍ଭ କରାଯାଇଛି। ଯେଉଁ ଚାଷୀମାନଙ୍କର ୩୩ ପ୍ରତିଶତ ବା ଅଧିକ ଫସଲ କ୍ଷତି ହୋଇଛି, ସେହି ଚାଷୀମାନଙ୍କୁ ଏହି ସହାୟତା ଯୋଗାଇ ଦିଆଯାଇଛି।

ଏସ୍‌ଡ଼ିଆର୍‌ଏଫ୍‌ ପାଣ୍ଠିରୁ ୨୯୧ କୋଟି ୫୯ ଲକ୍ଷ ଟଙ୍କାର ଇନ୍‌ପୁଟ ସବ୍‌ସିଡି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଦାନ କରାଯାଉଛି। ଝିଅପଲମାନଙ୍କୁ ରିପୋର୍ଟ ଆଧାରରେ ୬ ଲକ୍ଷ ୬୬ ହଜାର ୭୨୦ ଜଣ ଚାଷୀଙ୍କର ୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଛି। ଏହି ଚାଷୀମାନଙ୍କୁ ସହାୟତା ପ୍ରଦାନ କାର୍ୟ୍ୟ ଆରମ୍ଭ ହୋଇଛି।

ଗତ ୨୦ ତାରିଖରୁ ଦୁଇଟି ପର୍ଯ୍ୟାୟରେ ଅଦିନିଆ ବର୍ଷା ହୋଇଥିଲା। ୩୦ ଓ ୩୧ ତାରିଖରେ ସର୍ଭେ ପରେ ସରକାର ୧ ତାରିଖରେ ରିପୋର୍ଟ ପାଇଥିଲେ। ସରକାର ସବୁବେଳେ ଚାଷୀମାନଙ୍କ ସହ ରହି ଆସିଛନ୍ତି ଓ କୃଷକଙ୍କ ମଙ୍ଗଳ ପାଇଁ ସବୁପ୍ରକାର ସାହାଯ୍ୟ କରିବାକୁ ଚେଷ୍ଟିତ ଅଛନ୍ତି।

ଅନୁଗୋଳ ଜିଲାରେ ୭୫.୬୧ ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଥିବାବେଳେ ୬ ଲକ୍ଷ ୯୯ ହଜାର ୮୦୮ ଟଙ୍କାର ସହାୟତା ପ୍ରଦାନ କରାଯାଉଛି। ସେହିପରି ଭଦ୍ରକ ଜିଲାର ଏକ ହଜାର ୪୦ ହେକ୍ଟର କ୍ଷତିଗ୍ରସ୍ତ ଫସଲ ପାଇଁ ଏକ କୋଟି ୫୬ ଲକ୍ଷ ୭୪ ହଜାର ଟଙ୍କା, କଟକ ଜିଲାର ୧୯୧୮୦.୪୨ ହେକ୍ଟର ଜମି ପାଇଁ ୨୪ କୋଟି ୩୬ ଲକ୍ଷ ୯୬ ହଜାର ୬୧୫ ଟଙ୍କା, ଢେଙ୍କାନାଳର ୧୯୬.୮୧ ହେକ୍ଟର ଜମି ପାଇଁ ୧୯ ଲକ୍ଷ ୩୦ ହଜାର ୪୩୫ ଟଙ୍କା, ଗଜପତି ଜିଲାର ୬୫୧.୫୮ ହେକ୍ଟର କ୍ଷତିଗ୍ରସ୍ତ ଜମି ପାଇଁ ୮୭ ଲକ୍ଷ ୮୪ ହଜାର ୪୦୫ ଟଙ୍କା, ଗଞ୍ଜାମ ଜିଲାର ୬୦୭୧୨.୬୧ ହେକ୍ଟର ଜମି ପାଇଁ ୮୯ କୋଟି ୭୯ ଲକ୍ଷ ୨ ହଜାର ୬୩ ଟଙ୍କା, ଜଗତସିଂହପୁର ଜିଲାର ୨୧୨୪୦ ହେକ୍ଟର ଜମି ପାଇଁ ୨୮ କୋଟି ୯୭ ଲକ୍ଷ ୫୬ ହଜାର ୫୦୦ ଟଙ୍କା, ଯାଜପୁର ଜିଲାର ୧୦୬୪୨ ହେକ୍ଟର ଜମି ପାଇଁ ୧୨ କୋଟି ୧୯ ଲକ୍ଷ ୮୩ ହଜାର ୫୦୦ ଟଙ୍କା, କଳାହାଣ୍ଡି ଜିଲାର ୭୭୫.୪୯ ହେକ୍ଟର କ୍ଷତିଗ୍ରସ୍ତ ଜମି ପାଇଁ ୯୨ ଲକ୍ଷ ୮୫ ହଜାର ୫୭୦ ଟଙ୍କା, କନ୍ଧମାଳ ଜିଲାର ୨୭୨.୮୭ ହେକ୍ଟର ଜମି ପାଇଁ ୨୪ ଲକ୍ଷ ୪୪ ହଜାର ୨୧୮ ଟଙ୍କା, କେନ୍ଦ୍ରାପଡ଼ା ଜିଲାର ୨୪୨୪୪.୧୪ ହେକ୍ଟର ଜମି ପାଇଁ ୨୪ କୋଟି ୫୨ ଲକ୍ଷ ୬୯୦ ଟଙ୍କା, ଖୋର୍ଦ୍ଧା ଜିଲାର ୧୬୪୫୫.୭୭ ହେକ୍ଟର ଜମି ପାଇଁ ୨୦ କୋଟି ୪ ଲକ୍ଷ ୨୦ ହଜାର ୪୯୭ ଟଙ୍କା, ନୟାଗଡ଼ ଜିଲାର ୨୧୪୩୪.୧୫ ହେକ୍ଟର ଜମି ପାଇଁ ୨୨ କୋଟି ୨୩ ଲକ୍ଷ ୪ ହଜାର ୩୯୩ ଟଙ୍କା, ନୂଆପଡ଼ା ଜିଲାର ୧୩.୬ ହେକ୍ଟର ଜମି ପାଇଁ ୧ ଲକ୍ଷ ୯୩ ହଜାର ୩୭୫ ଟଙ୍କା, ପୁରୀ ଜିଲାର ୪୯୧୯୩.୨୬ ହେକ୍ଟର ଜମି ପାଇଁ ୬୪ କୋଟି ୮୪ ଲକ୍ଷ ୪୦ ହଜାର ୯୪୫ ଟଙ୍କା, ରାୟଗଡ଼ା ଜିଲାର ୬୬୨.୯୫ ହେକ୍ଟର ଜମି ପାଇଁ ୭୧ ଲକ୍ଷ ୭୧ ହଜାର ୪୯୯ ଟଙ୍କାର ସହାୟତା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?