କେତେ ପ୍ରତିଶତ କ୍ଷତି ହୋଇଥିଲେ ମିଳିବ ସରକାର ସହାୟତା ? ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ

ଭୁବନେଶ୍ୱର,୭।୧: ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୬ଟି ଜିଲାରେ ହୋଇଥିବା ଅଦିନିଆ ବର୍ଷାକୁ ସରକାର ‘ପ୍ରାକୃତିକ ବିପର୍ଯ୍ୟୟ’ ଭାବେ ଗ୍ରହଣ କରିଥିବାବେଳେ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି (ଏସ୍‌ଡ଼ିଆର୍‌ଏଫ୍‌)ରୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ପ୍ରଦାନ ଆରମ୍ଭ କରାଯାଇଛି। ଯେଉଁ ଚାଷୀମାନଙ୍କର ୩୩ ପ୍ରତିଶତ ବା ଅଧିକ ଫସଲ କ୍ଷତି ହୋଇଛି, ସେହି ଚାଷୀମାନଙ୍କୁ ଏହି ସହାୟତା ଯୋଗାଇ ଦିଆଯାଇଛି।

ଏସ୍‌ଡ଼ିଆର୍‌ଏଫ୍‌ ପାଣ୍ଠିରୁ ୨୯୧ କୋଟି ୫୯ ଲକ୍ଷ ଟଙ୍କାର ଇନ୍‌ପୁଟ ସବ୍‌ସିଡି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଦାନ କରାଯାଉଛି। ଝିଅପଲମାନଙ୍କୁ ରିପୋର୍ଟ ଆଧାରରେ ୬ ଲକ୍ଷ ୬୬ ହଜାର ୭୨୦ ଜଣ ଚାଷୀଙ୍କର ୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଛି। ଏହି ଚାଷୀମାନଙ୍କୁ ସହାୟତା ପ୍ରଦାନ କାର୍ୟ୍ୟ ଆରମ୍ଭ ହୋଇଛି।

ଗତ ୨୦ ତାରିଖରୁ ଦୁଇଟି ପର୍ଯ୍ୟାୟରେ ଅଦିନିଆ ବର୍ଷା ହୋଇଥିଲା। ୩୦ ଓ ୩୧ ତାରିଖରେ ସର୍ଭେ ପରେ ସରକାର ୧ ତାରିଖରେ ରିପୋର୍ଟ ପାଇଥିଲେ। ସରକାର ସବୁବେଳେ ଚାଷୀମାନଙ୍କ ସହ ରହି ଆସିଛନ୍ତି ଓ କୃଷକଙ୍କ ମଙ୍ଗଳ ପାଇଁ ସବୁପ୍ରକାର ସାହାଯ୍ୟ କରିବାକୁ ଚେଷ୍ଟିତ ଅଛନ୍ତି।

ଅନୁଗୋଳ ଜିଲାରେ ୭୫.୬୧ ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଥିବାବେଳେ ୬ ଲକ୍ଷ ୯୯ ହଜାର ୮୦୮ ଟଙ୍କାର ସହାୟତା ପ୍ରଦାନ କରାଯାଉଛି। ସେହିପରି ଭଦ୍ରକ ଜିଲାର ଏକ ହଜାର ୪୦ ହେକ୍ଟର କ୍ଷତିଗ୍ରସ୍ତ ଫସଲ ପାଇଁ ଏକ କୋଟି ୫୬ ଲକ୍ଷ ୭୪ ହଜାର ଟଙ୍କା, କଟକ ଜିଲାର ୧୯୧୮୦.୪୨ ହେକ୍ଟର ଜମି ପାଇଁ ୨୪ କୋଟି ୩୬ ଲକ୍ଷ ୯୬ ହଜାର ୬୧୫ ଟଙ୍କା, ଢେଙ୍କାନାଳର ୧୯୬.୮୧ ହେକ୍ଟର ଜମି ପାଇଁ ୧୯ ଲକ୍ଷ ୩୦ ହଜାର ୪୩୫ ଟଙ୍କା, ଗଜପତି ଜିଲାର ୬୫୧.୫୮ ହେକ୍ଟର କ୍ଷତିଗ୍ରସ୍ତ ଜମି ପାଇଁ ୮୭ ଲକ୍ଷ ୮୪ ହଜାର ୪୦୫ ଟଙ୍କା, ଗଞ୍ଜାମ ଜିଲାର ୬୦୭୧୨.୬୧ ହେକ୍ଟର ଜମି ପାଇଁ ୮୯ କୋଟି ୭୯ ଲକ୍ଷ ୨ ହଜାର ୬୩ ଟଙ୍କା, ଜଗତସିଂହପୁର ଜିଲାର ୨୧୨୪୦ ହେକ୍ଟର ଜମି ପାଇଁ ୨୮ କୋଟି ୯୭ ଲକ୍ଷ ୫୬ ହଜାର ୫୦୦ ଟଙ୍କା, ଯାଜପୁର ଜିଲାର ୧୦୬୪୨ ହେକ୍ଟର ଜମି ପାଇଁ ୧୨ କୋଟି ୧୯ ଲକ୍ଷ ୮୩ ହଜାର ୫୦୦ ଟଙ୍କା, କଳାହାଣ୍ଡି ଜିଲାର ୭୭୫.୪୯ ହେକ୍ଟର କ୍ଷତିଗ୍ରସ୍ତ ଜମି ପାଇଁ ୯୨ ଲକ୍ଷ ୮୫ ହଜାର ୫୭୦ ଟଙ୍କା, କନ୍ଧମାଳ ଜିଲାର ୨୭୨.୮୭ ହେକ୍ଟର ଜମି ପାଇଁ ୨୪ ଲକ୍ଷ ୪୪ ହଜାର ୨୧୮ ଟଙ୍କା, କେନ୍ଦ୍ରାପଡ଼ା ଜିଲାର ୨୪୨୪୪.୧୪ ହେକ୍ଟର ଜମି ପାଇଁ ୨୪ କୋଟି ୫୨ ଲକ୍ଷ ୬୯୦ ଟଙ୍କା, ଖୋର୍ଦ୍ଧା ଜିଲାର ୧୬୪୫୫.୭୭ ହେକ୍ଟର ଜମି ପାଇଁ ୨୦ କୋଟି ୪ ଲକ୍ଷ ୨୦ ହଜାର ୪୯୭ ଟଙ୍କା, ନୟାଗଡ଼ ଜିଲାର ୨୧୪୩୪.୧୫ ହେକ୍ଟର ଜମି ପାଇଁ ୨୨ କୋଟି ୨୩ ଲକ୍ଷ ୪ ହଜାର ୩୯୩ ଟଙ୍କା, ନୂଆପଡ଼ା ଜିଲାର ୧୩.୬ ହେକ୍ଟର ଜମି ପାଇଁ ୧ ଲକ୍ଷ ୯୩ ହଜାର ୩୭୫ ଟଙ୍କା, ପୁରୀ ଜିଲାର ୪୯୧୯୩.୨୬ ହେକ୍ଟର ଜମି ପାଇଁ ୬୪ କୋଟି ୮୪ ଲକ୍ଷ ୪୦ ହଜାର ୯୪୫ ଟଙ୍କା, ରାୟଗଡ଼ା ଜିଲାର ୬୬୨.୯୫ ହେକ୍ଟର ଜମି ପାଇଁ ୭୧ ଲକ୍ଷ ୭୧ ହଜାର ୪୯୯ ଟଙ୍କାର ସହାୟତା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର, ୨୧ା୧: ଚାଳିତମାସରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ଓଡିଶା ଆସିବେ। ପ୍ରଧାନମନ୍ତ୍ରୀ ପୂର୍ବାହ୍ନ...

ଜଙ୍ଗଲରୁ ମୃତ ଶରୀର ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସୋରଡା, ୨୧ା୧ (ରଜନୀ ମହାପାତ୍ର): ସୋରଡା ବଡଗଡ ଥାନା ଇଲାକାରେ ପୁଣି ଠାରେ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି। ବଡଗଡ ଥାନା ଅନ୍ତରଗତ ଓରା...

ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ମିଳିବ ୫ଲକ୍ଷ ଟଙ୍କା…

ଭୁବନେଶ୍ୱର,୨୧।୧: ରାଜ୍ୟରେ ଚାଷୀ ଓ ଅନ୍ୟାନ୍ୟ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କୁ ସମବାୟ ମାଧ୍ୟମରେ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟରେ ପ୍ରାଥମିକ କୃଷି ସମବାୟ...

ପାଚକ,ପାଚିକା ମାନଙ୍କ ପାରିଶ୍ରମିକ ୩୦୦୦ ଟଙ୍କାକୁ ବୃଦ୍ଧି, ଉପକୃତ ହେବେ ୧.୧୨ ଲକ୍ଷ କର୍ମଚାରୀ

ଭୁବନେଶ୍ୱର, ୨୧ା୧: ପି.ଏମ ପୋଷଣ ଯୋଜନାରେ (ମଧ୍ୟାହ୍ନ ଭୋଜନ) କାମ କରୁଥିବା ଏକ ଲକ୍ଷରୁ ଅଧିକ ପାଚକ, ପାଚିକା ମାନଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ...

ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ: ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରଚେଷ୍ଟାରେ ମେଡିକାଲ ପହଞ୍ଚିଲେ

ମୋହନା, ୨୧ା୧( ମନ୍ମଥ ମିଶ୍ର): ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା...

ନବଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଲା ସାଂଘାତିକ କଥା, ନବ ଜୀବିତ ଥିଲେ…

ଭୁବନେଶ୍ୱର,୨୧।୧: ନବ ଦାସ ହତ୍ୟାକାଣ୍ଡକୁ ନେଇ ଏବେ ରାଜ୍ୟ ରାଜନୀତି ଏବେ ଜୋର ଧରିଛି। ବର୍ତ୍ତମାନ ନବଙ୍କର ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ଭିନ୍ନ ଭିନ୍ନ ମିଳିଛି।...

ଦେହ ବ୍ୟବସାୟ ଘଟଣାର ପର୍ଦ୍ଦାଫାଶ: କାମ ଦେବା ବାହାନାରେ ଦେହ ବ୍ୟବସାୟରେ ଲଗାଉଥିଲେ

କେନ୍ଦୁଝର,୨୧ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରୁ ଜଣେ ୧୬ ବର୍ଷ ବୟସ୍କା ପିତୃମାତୃହୀନ ନାବାଳିକାଙ୍କୁ ଭୁବନେଶ୍ୱର ଚାଲାଣ କରି ଦେହ ବ୍ୟବସାୟରେ ଲଗାଯାଇଥିଲା।...

ଫେବୃଆରୀ ୧୩ରୁ ବଜେଟ ଅଧିବେଶନ

ଭୁବନେଶ୍ୱର, ୨୧।୧: ଫେବୃଆରୀ ୧୩ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ୧୭ ରେ ବଜେଟ ଉପସ୍ଥାପନ ହେବ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇ ଅଧିବେଶନ ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri