ଚାଷୀଙ୍କୁ ମିଳୁନି ସରକାରୀ ବିହନ

ମହାକାଳପଡ଼ା,୨ା୬(ଡି.ଏନ୍‌.ଏ.): ମୌସୁମୀ ବାୟୁ ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଓଡ଼ିଶାରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ପରିପ୍ରେକ୍ଷୀରେ ଚାଷୀମାନେ ଜମିରେ ବିହନ ବୁଣିବା ଆରମ୍ଭ କରିଛନ୍ତି । ପୂର୍ବରୁ ଚାଷୀମାନେ ନିଜ ଉତ୍ପାଦିତ ଦେଶୀ ବିହନକୁ ଅମଳ ବେଳେ ଓଳିଆରେ ବାନ୍ଧି ସାଇତି ରଖୁଥିଲେ । କିନ୍ତୁ ଏବେ ଚାଷୀଙ୍କ ଓଳିଆରୁ ଦେଶୀ ବିହନ ଉଭାନ ହୋଇଛି । ଚାଷୀମାନେ ହାଇବ୍ରିଡ ବା ଶଙ୍କର ଜାତୀୟ ଧାନ ବିହନ ଉପରେ ନିର୍ଭର କରୁଛନ୍ତି । ଏହି ବିହନ ଚାଷ କଲେ ଚାଷୀମାନେ ଅଧିକ ଫସଲ ଅମଳ କରୁଛନ୍ତି । କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ହାଟ ବଜାରରେ ଶଙ୍କର ଜାତୀୟ ଧାନ ବିହନ ପ୍ୟାକେଟ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଏହି ବିହନ କିଲୋ ପ୍ରତି ୧ଶହରୁ ଅଧିକ ଟଙ୍କାରେ ବିକ୍ରୟ ହେଉଛି । ବିଶେଷ କରି ଶଙ୍କର ଜାତୀୟ ଧାନ ବିହନ ମଧ୍ୟରେ ସ୍ବର୍ଣ୍ଣ , କନକ ପ୍ଲସ , ମାଳି ଫୋର , ପୂଜା , ଶାରଳା , ସାଧନା , ବସୁମତୀ , ହଳଦୀ ଗୁଣ୍ଡି , ଗଙ୍ଗା , ରାଣୀ, କଳାଚମ୍ପା(ଗୋଲ୍ଡ ), ବିନ୍ଦୁ , ବିନା ସୁପର, ବିଧାନ ଆଦି ବିହନକୁ ଚାଷୀମାନେ ଚଢ଼ା ଦରରେ ଖୋଲା ବଜାରରୁ କିଣୁଛନ୍ତି । ହେଲେ ସରକାରୀ ବିହନ ମିଳୁନାହିଁ ।
ସୂଚନା ଅନୁଯାୟୀ, ଏହି ବ୍ଲକରେ ୨୮ ହଜାର ହେକ୍ଟର ଚାଷ ଜମି ରହିଛି । ସେଥିମଧ୍ୟରୁ ୨୪, ୫୦୦ ହେକ୍ଟର ଜମିରେ ଧାନ ଫସଲ ହେଉଛି । ଅବଶିଷ୍ଟ ୮୧୬୩ ହେକ୍ଟର ଜଳ ସେଚନ ଜମି ରହିଛି । ବାକି ୪ ହଜାର ହେକ୍ଟର ଜମିରେ ଅଣ ଧାନ ଫସଲ ହେଉଛି । ଅଣଧାନ ମଧ୍ୟରେ ଡାଲି, ମସଲା , ତୈଳବୀଜ, ପନିପରିବା, ନଳିତା, ଆଖୁ ଆଦି ଫସଲ କରାଯାଉଛି ବୋଲି ସହକାରୀ ବ୍ଲକ କୃଷି ଅଧିକାରୀ ପ୍ରଜ୍ଞା ପରମିତା ସୂଚନା ଦେଇଛନ୍ତି । କୃଷକମାନଙ୍କୁ ସବ୍‌ସିଡ ଋଣ ଜରିଆରେ କୃଷି ଯନ୍ତ୍ରପାତି ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri