ଉଠାଜଳସେଚନ ପ୍ରକଳ୍ପର ୨ ଅଧିକାରୀଙ୍କୁ ଅଟକ ରଖିଲେ ଚାଷୀ

କୋକସରା,୨୧ା୯(ଡି.ଏନ୍‌.ଏ.): ଇନ୍ଦ୍ରାବତୀ ମେଗାଲିଫ୍ଟ ପ୍ରକଳ୍ପରୁ କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ଅଞ୍ଚଳର ଚାଷଜମିକୁ ଜଳସେଚନ ପାଇଁ ବାରମ୍ବାର କୋକସରା ବ୍ଲକ କୁସୁମଖୁଣ୍ଟିଠାରେ ଥିବା ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମୂଷାପାଲି ପଞ୍ଚାୟତର ଚାଷୀମାନେ ବିଗତ କିଛିଦିନ ତଳେ ଯାଇ ଜଳସେଚନ ପାଇଁ ଅଭିଯୋଗ କରିଥିଲେ। ବୁଧବାର ଉଠା ଜଳସେଚନ ପ୍ରକଳ୍ପର ସହକାରୀ ଯନ୍ତ୍ରୀ ସନ୍ଦୀପ କୁମାର ବାଗ ଓ ଇଞ୍ଜିନିୟର ଏସ୍‌. ପଲେଇ ମୂଷାପାଲି ପଞ୍ଚାୟତ ଖପ୍ରାମାଲ ଗାଁ ନିକଟରେ ଚାଷୀଙ୍କ ଅଭିଯୋଗ ପରେ ସ୍ଥିତି ପରିଦର୍ଶନ କରିବାକୁ ଯାଇଥିବା ବେଳେ ଉତ୍ତେଜିତ ଚାଷୀମାନେ ଦୁଇ ଅଧିକାରୀଙ୍କୁ ଅଟକ ରଖିଥିଲେ।

ସୂଚନାନୁସାରେ ଧର୍ମଗଡ଼ ବ୍ଲକ ବେହେରା ଗ୍ରାମର ଦୁଇ ଚାଷୀ ପ୍ରମୋଦ ପାତ୍ର ଓ ଭରତ ଗୋପାଳଙ୍କ ଚାଷଜମିରେ ଉଠା ଜଳସେଚନ ଭୂତଳ ପଏଣ୍ଟ ପୋତି ହେବାରୁ ତଳ ଅଞ୍ଚଳରେ ଥିବା ଚାଷୀଙ୍କ ଜମିକୁ ଜଳସେଚନରେ ବାଧାପ୍ରାପ୍ତ ହେଉଥିଲା। ଏହି ପଏଣ୍ଟକୁ ମରାମତି କରିବାକୁ ହେଲେ ଦୁଇ ଚାଷୀଙ୍କ ଚାଷ ନଷ୍ଟ ହେବା ନେଇ ଦୁଇ ଚାଷୀ କ୍ଷତିପୂରଣ ଦାବି କରିଥିଲେ। ହେଲେ ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିବା ଦୁଇ ଅଧିକାରୀ ଅମଙ୍ଗ ହେବାରୁ ଖପ୍ରାମାଲ ଗ୍ରାମର ଚାଷୀ ଗଣପତି ଠାକୁର, ଧନଞ୍ଜୟ ରାଉତ, ଜୟଲାଲ ଠାକୁର, ସଦାନନ୍ଦ ରାଉତ, ଯାଦବ ନାଏକ, କ୍ଷୀର ନାଏକ, ପରମେଶ୍ବର ଛାତ୍ରୀଆ, କୌଶିକ ବାଗ ସମେତ ଅନ୍ୟ ଚାଷୀମାନେ ଦୁଇ ଅଧିକାରୀଙ୍କୁ ଅଟକ ରଖିଥିଲେ ଓ କାହିଁକି ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜଳସେଚନ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ ବୋଳି ସମାଧାନ ନ ହେବା ପର୍ଯ୍ୟନ୍ତ ଅଧିକାରୀଙ୍କୁ ଛାଡ଼ିବେ ନାହିଁ ବୋଲି ଅଡ଼ି ବସିଥିଲେ। ଘଟଣା ସମ୍ପର୍କରେ ଖବର ପାଇ କୋକସରା ତହସିଲଦାର ରାକେଶ କୁମାର ପାରୁଆ ଓ ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବାରିହା, ମୂଷାପାଲି ସରପଞ୍ଚ ଅକ୍ଷୟ ନାଏକ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରି ଭୂତଳ ପଏଣ୍ଟ ରହିଥିବା ଦୁଇ ଚାଷୀଙ୍କୁ ଚାଷ ନଷ୍ଟ ନେଇ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଦୁଇ ଅଟକ ଅଧିକାରୀଙ୍କୁ ଚାଷୀମାନେ ଛାଡ଼ିଥିବା ଜଣାପଡ଼ିଛି। ଏନେଇ ଉଠା ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ଭୋଇଙ୍କ ପ୍ରତିକ୍ରିୟା ନେବାରୁ କିଛି ସ୍ଥାନରେ ପଏଣ୍ଟ ପୋତି ହେବା କାରଣରୁ ତଳମୁଣ୍ଡକୁ ଜଳସେଚନ ହୋଇ ପାରୁନାହିଁ, ମରାମତି କରିବାକୁ କର୍ମଚାରୀ ଗଲେ ଯାହା ଚାଷଜମିରେ ପଏଣ୍ଟ ରହିଛି ସେହି ଚାଷୀମାନେ କାମ କରିବାକୁ ଦେଉନାହାନ୍ତି, ଏଣୁ ଏହିପରି ସମସ୍ୟା ଉପୁଜିଛି, ଚାଷୀମାନେ ସହଯୋଗ କଲେ ଜଳସେଚନର ସମାଧାନ ହୋଇପାରିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri