ପାହାଡ଼ କାଟି ଜମିକୁ ଜଳସେଚନ ସୁବିଧା କଲେ ଚାଷୀ

ନବରଙ୍ଗପୁର,୨୯ା୧୨(ବି.ପ୍ର.): ପ୍ରଶାସନ ଦ୍ୱାରା ଯାହା ସମ୍ଭବ ହୋଇ ପାରିଲାନି ତାହା ଚାଷୀ ନିଜ ଉଦ୍ୟମରେ ସମ୍ଭବ କରି ଦେଖାଇଛନ୍ତି। ବାରମ୍ବାର ଦାବି ପରେ ମଧ୍ୟ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଜମିକୁ ଜଳସେଚନର ସୁବିଧା ହୋଇପାରି ନ ଥିବାବେଳେ ୧୦ ଚାଷୀ ପରିବାରର ସଦସ୍ୟ ନିଜ ଖର୍ଚ୍ଚ ଏବଂ ଅକ୍ଳାନ୍ତ ପରିଶ୍ରମରେ ଜମିକୁ ଜଳଯୋଗାଣର ସୁବିଧା କରିପାରିଛନ୍ତି। ପାହାଡ଼ର ପଥର କାଟି ଓ ଜଙ୍ଗଲ ରାସ୍ତାରୁ ଲଟାବୁଦା ସଫା କରି ଝରଣା ପାଣି ୨ କି.ମି. ଦୂର ଚାଷଜମିକୁ ମଡ଼ାଇବାରେ ସଫଳ ହୋଇଛନ୍ତି। ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମାଝିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଲଦି ଓ ଟିର୍ଲିଗୁଡ଼ା ଗ୍ରାମରେ ଏଭଳି ଘଟଣା ଘଟିଛି। ଏବେ ଉକ୍ତ ଝରଣା ଜଳ ସାହାଯ୍ୟରେ ଚାଷୀ ବେଶ ଲାଭବାନ ହେଉଛନ୍ତି। ଅନ୍ୟପକ୍ଷରେ ପ୍ରଶାସନ ଏବଂ ବିଭାଗର ଅପାରଗତା ପଦାରେ ପଡ଼ିଛି।

ଜଳସେଚନର ସୁବିଧା ପାଇଁ ଚାଷୀମାନେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ସାହାଯ୍ୟ ପାଇଁ ଗୁହାରି କରି ଥକିଯିବା ପରେ ଶେଷରେ ନିଜେ ପାହାଡ଼ ପଥର କାଟି ଏବଂ ଜଙ୍ଗଲରୁ ଲଟାବୁଦା ସଫା କରି ୨୫ ଏକର ଚାଷଜମିକୁ ଝରଣା ପାଣି ଯୋଗାଇବାରେ ସଫଳ ହୋଇଛନ୍ତି। ଅନୁର୍ବର ଜମିକୁ ଶସ୍ୟଶ୍ୟାମଳା କରିଛନ୍ତି। ସୂଚନାଯୋଗ୍ୟ, ପାପଡ଼ାହାଣ୍ଡି ବ୍ଲକ ମାଝିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଲଦି ଭାଲୁଝର ଗଦଗଦା ପାହାଡ଼ କୋରଡ଼ରୁ ବର୍ଷସାରା ଝରଣା ଝରୁଛି। ସେଇ ପାଣିକୁ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଏକ ଛୋଟ ଚେକଡ୍ୟାମ୍‌ କରି ଚାଷଜମିକୁ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ଏଥିପାଇଁ ପ୍ରକଳ୍ପ କାମ ମଧ୍ୟ ଆରମ୍ଭ ହୋଇଥିଲା। ହେଲେ ଅଧା ରାସ୍ତା ପର୍ଯ୍ୟନ୍ତ ପାଣି ଆଣି ଛାଡ଼ି ଦେଇଥିଲେ। ଅନ୍ୟପଟେ ଜଙ୍ଗଲ ପାହାଡ଼ ପାଦଦେଶରେ ଥିବା ଜମିକୁ ପାଣି ଆସୁ ନ ଥିବାରୁ ଜମି ପଡ଼ିଆ ଭଳି ଶୁଖିଲା ପଡ଼ିଥିଲା। ଚାଷ ନିମନ୍ତେ ଗ୍ରାମବାସୀ ଜଳସେଚନ ପାଇଁ କୃଷି ବିଭାଗ ସହ ବିଭିନ୍ନ ବିଭାଗକୁ ଜଣାଇଥିଲେ। ବିଭାଗୀୟ କତ୍ତୃପକ୍ଷ ବୋରୱେଲ ଖୋଳିବାକୁ କହିଥିଲେ। ହେଲେ ଗୋଟିଏ ବୋରୱେଲ ପିଛା ୨୦ ହଜାର ଟଙ୍କା ଉଠା ଜଳସେଚନ ବିଭାଗରେ ଜମା କରିବାକୁ ପଡ଼ିବ ବୋଲି ଶୁଣି ଚାଷୀମାନେ ଭାଙ୍ଗି ପଡ଼ିଥିଲେ। ସେମାନେ ବୋରୱେଲ ଖୋଲିବା ପାଇଁ ଟଙ୍କା ଯୋଗାଡ଼ କରିପାରି ନ ଥିଲେ। ତେଣୁ ଗ୍ରାମର ଚାଷୀ ଏକତ୍ରିତ ହୋଇ ଗାଁ ପାଖରେ ଥିବା ପାହାଡ଼ ଉପରୁ ଝରଣା ପାଣିକୁ ଜମିକୁ ଆଣିବା ପାଇଁ ନିଷ୍ପତ୍ତି ନେଇଥିଲେ। ଉକ୍ତ ଝରଣା ଜଳକୁ ବ୍ୟବହାର ଉପଯୋଗୀ କରିବା ନିମନ୍ତେ ପାହାଡ଼ କାଟି ଏକ ପ୍ଲାଷ୍ଟିକ ପାଇପ୍‌କୁ ଝରଣା କୂଳରେ ଲଗାଇ ପ୍ରାୟ ୨ କି.ମି. ନାଳ ତିଆରି କରି ଚାଷଜମିକୁ ପାଣି ଆଣିବାରେ ସଫଳ ହୋଇଥିଲେ। ଏହି ପାଣିକୁ ସିମେଣ୍ଟ ଡ୍ରେନ୍‌, ନାଳ ଓ କିଛି ପାଇପ୍‌ ସାହାଯ୍ୟରେ ପ୍ରାୟ ୨ କି.ମି. ପର୍ଯ୍ୟନ୍ତ ଆଣି ଗ୍ରାମବାସୀ ପରିବା ଚାଷ କରୁଛନ୍ତି। ଏଥିପାଇଁ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଚାଷୀ ପ୍ରକାଶ କରିଛନ୍ତି। ପାହାଡ଼ ତଳେ ନିଜ ଜମି ଥିବାରୁ ୧୦ ଟି ଚାଷୀ ପରିବାର ପ୍ରାୟ ୨୫ ଏକର ଜମିରେ ଝରଣା ପାଣିରେ ପରିବା ଚାଷ କରି ବେଶ ଲାଭବାନ ହେଉଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନିଜସ୍ବ ଜ୍ଞାନକୌଶଳକୁ ବ୍ୟବହାର କରି ବହିଯାଉଥିବା ଜଳକୁ ବ୍ୟବହାର ଉପଯୋଗୀ କରିବାରେ ଚାଷୀ ସଫଳ ହୋଇଛନ୍ତି। ଏହା ଅନ୍ୟମାନଙ୍କୁ ମଧ୍ୟ ପ୍ରେରିତ କରିବ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ପାପଡ଼ାହାଣ୍ଡି ବ୍ଲକ ମାଝିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଗିର୍ଲିଗୁଡ଼ା ଗ୍ରାମର ତୁଳାରାମ ହରିଜନ, ଈଶ୍ୱର ଚନ୍ଦ୍ର ଟାକ୍ରି, କମଳଲୋଚନ ଗୌଡ଼, ଦୟା ଜାନି, ଶାନ୍ତିକୁମର ହରିଜନ, ଭଦର ଜାନୀ, ସମାରୁ ଗୌଡ଼, ଭୁବନ ଗୌଡ଼ ସହ ଲଦି ଗ୍ରାମର ଅଜୟ ଟାକ୍ରି, ସିଦ୍ଧି ପ୍ରକାଶ ଗରଡ଼ା ପ୍ରମୁଖ ଝରଣା ପାଣିରୁ ଲାଭବାନ ହେଉଛନ୍ତି। ଏବେ ସେମାନେ ନିଜ ଜମି ପାଖକୁ ପାଣି ଆଣି ବିଭିନ୍ନ ପରିବା ଯଥା କୋବି, ବାଇଗଣ, ମଟର, ଟମାଟ, କଞ୍ଚାଲଙ୍କା ଆଦି ଚାଷ କରି ଲାଭବାନ ହେଉଛନ୍ତି। ଏବେ ପରିବା ଦର ଭଲ ନ ଥିଲେ ମଧ୍ୟ ମାସିକ ୫ ହଜାରରୁ ୭ ହଜାର ଟଙ୍କା ଲାଭ ମିଳୁଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଆଗକୁ ଖରାଟିଆ ଚାଷ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଚାଷୀ। ପ୍ରଶାସନ ଦୃଷ୍ଟିଦେଇ ଉକ୍ତ ଗ୍ରାମ ଗୁଡ଼ିକରେ ଜଳସେଚନର ସୁବିଧା କଲେ ଚାଷୀକୂଳ ଉପକୃତ ହେବେ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri