ଚାଷୀଙ୍କ ଫସଲ ବୀମା, ଋଣ ସବ୍‌ସିଡ୍‌ ଟଙ୍କା ଆତ୍ମସାତ୍‌ ଅଭିଯୋଗ

ଡେରାବିଶ,୧୮ା୫(ସ୍ବ.ପ୍ର.): ଡେରାବିଶ ବ୍ଲକ କାଉପଡା ପ୍ରାଥମିକ ସମବାୟ ସମିତିର ଜଣେ ସମ୍ପାଦକ ସମିତି ଅଧୀନ ବହୁ ଚାଷୀଙ୍କ ଫସଲବୀମା ଓ ଋଣସବସିଡ ଟଙ୍କା ଆତ୍ମସାତ୍‌ କରିଥିବା ବହୁ ଚାଷୀ ଅଭିଯୋଗ କରିଛନ୍ତି । ଏବାବଦରେ ଚାଷିମାନେ ରାଜ୍ୟ ସମବାୟ ନିବନ୍ଧକ,୫-ଟି ସଚିବ, ପାଟକୁରା ବିଧାୟିକାଙ୍କ ସମେତ ଜିଲାପାଳ, ଜିଲା ସମବାୟ ନିବନ୍ଧକ ଓ ଜିଲା ଯୋଗାଣ ଅଧିକାରୀଙ୍କୁ ଜଣାଇଛନ୍ତି ।
ଚାଷୀମାନେ ଦର୍ଶାଇଛନ୍ତି, ୨୦୧୯-୨୦ ଆର୍ଥକ ବର୍ଷରେ ଫସଲ କ୍ଷୟକ୍ଷତି ପାଇଁ ସମିତି ଅଧୀନ ବହୁ ଚାଷୀଙ୍କ ଜମାଖାତାରେ ଫସଲବୀମା ଟଙ୍କା ସମେତ ଋଣ ସବସିଡ ବାବଦ ଅର୍ଥ ଆସିଥିଲା। ହେଲେ ସଂପୃକ୍ତ ସମିତି ସମ୍ପାଦକ ଚାଷୀମାନଙ୍କୁ ଏବାବଦରେ ଜଣାଇ ନଥିଲେ । ତା’ ପରବର୍ଷ ଅର୍ଥାତ୍‌ ମାର୍ଚ୍ଚ ୨୦୨୧ରେ ସମ୍ପାଦକ ନିଜ ପାଖରେ ରଖୁଥିବା ଚାଷୀମାନଙ୍କ ଚେକ୍‌ ବହିରେ କୌଶଳକ୍ରମେ ଦସ୍ତଖତ କରାଇ ଚାଷୀଙ୍କ ଜମାଖାତାରୁ ସେହି ଟଙ୍କା ଉଠାଇ ନେଇଥିବା ନେଇ ଗୋପାଳଚନ୍ଦ୍ର ଲେଙ୍କା, ବଂଶୀଧର ବେହେରା, ଅରକ୍ଷିତ ବେହେରା, ଖଗେଶ୍ୱର ବେହେରା, ସନ୍ତୋଷୀ ସ୍ବାଇଁ ଓ କରୁଣାକର ମଲିକ ପ୍ରମୁଖ ଶତାଧିକ ଚାଷୀ ଅଭିଯୋଗ କରିଛନ୍ତି। ଏପରି କି ସମ୍ପାଦକ ୨୦୨୧ରେ ଉଠାଯାଇଥିବା ଟଙ୍କା ବାବଦ ରସିଦ କେତେଜଣ ଚାଷୀଙ୍କୁ ୨୦୨୨ରେ ଦେଇଥିବା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି। ଏହି ଅଭିଯୋଗ ବାବଦରେ ଜିଲା ସମବାୟ ନିବନ୍ଧକ ସନ୍ତୋଷ ଦାସଙ୍କୁ ପଚାରିବାରୁ ଏପରି କୌଣସି ଅଭିଯୋଗ ସେ ପାଇ ନ ଥିବା କହିଛନ୍ତି। ଅପରପକ୍ଷରେ ଏହି ଘଟଣା ବାବଦରେ ସଂପୃକ୍ତ ସମିତି ସମ୍ପାଦକ ଗୌରାଙ୍ଗ ପ୍ରଧାନଙ୍କୁ ପଚାରିବାରୁ ୨୦୧୮ ରେ ସମିତି ଅଧୀନ ଚାଟରାଚକଡା, କାଉପଡା, କୁରୁଜଙ୍ଗା ଓ ଗୋଲରାହାଟ ପଞ୍ଚାୟତର କେତେଜଣ ଚାଷି ଏହି ସମବାୟ ବ୍ୟାଙ୍କରୁ ଋଣ ନେଇଥିଲେ। ବୀମା ବାବଦ ଅର୍ଥ ୨୦୨୦ରେ ଆସିବା ପରେ ସମବାୟ ସମିତି ପ୍ରତି ଚାଷୀମାନଙ୍କ ଜମାଖାତାକୁ ସେମାନଙ୍କ ଟଙ୍କା ପଠାଇ ଦେଇଥିଲା। ଏବାବଦରେ ସମ୍ପୃକ୍ତ ଚାଷୀମାନଙ୍କୁ ସମିତି ପକ୍ଷରୁ ସୂଚନା ଦେବା ପରେ ବହୁ ଚାଷୀ ସେମାନଙ୍କ ଟଙ୍କାକୁ ଉଠାଇ ନେଇଥିଲେ। ଏପରି କି ଏବେ ବି ବହୁ ଚାଷୀଙ୍କ ଜମାଖାତାରେ ଉକ୍ତ ଫସଲବୀମା ଟଙ୍କା ରହିଛି। ଅପରପକ୍ଷେ ଦୀର୍ଘଦିନ ହେଲା ଋଣ ନେଇ ବିଲକୁଲ ଶୁଝିବାର ନାମ ଧରୁ ନ ଥିବା ଚାଷୀମାନଙ୍କ ଫସଲବୀମା ଅର୍ଥକୁ ତାଙ୍କ ଋଣ ମୂଳଧନ ବାବଦକୁ ପଇଠ କରାଯାଇଛି। ଏ ସଂକ୍ରାନ୍ତରେ ରସିଦ କଟାଯାଇ ସେମାନଙ୍କୁ ଜଣାଇ ଦିଆଯାଇଛି ବୋଲି ପ୍ରଧାନ କହିଛନ୍ତି। ତେବେ କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ମୋ ବିରୋଧରେ ଏହି ଅଭିଯୋଗ କରିଛନ୍ତି । ଏହି ଟଙ୍କା ବାବଦରେ ଯଦି କୌଣସି ଚାଷୀଙ୍କ ଅଭିଯୋଗ ରହିଛି ତେବେ ସେମାନେ ସମିତିକୁ ଆସି ବୁଝିପାରିବେ ବା କାଗଜପତ୍ର ତନଖି କରି ପାରିବେ ବୋଲି ସମିତି ସମ୍ପାଦକ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?