ସାର ପାଇଁ ଚାଷୀଙ୍କ ହୋ-ହଲ୍ଲା: ପୋଲିସ ଉପସ୍ଥିତିରେ ସାର ବଣ୍ଟନ

ଦିଗପହଣ୍ଡି,୨୯।୯(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ଗ୍ରାମ ଶ୍ରୀ ରଘୁନାଥ ମହାପ୍ରଭୁ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଭୋରରୁ ୟୁରିଆ ସାର ତୁରନ୍ତ ପ୍ରଦାନ ନିମନ୍ତେ ବି. ତୁରୁବୁଡ଼ି,ଝରିପଦର, ନରେନ୍ଦ୍ରପୁର,କାଣ୍ଡସର, ଦସିପୁର,ବିରିବାଡ଼ିଆ,ନୂଆଗାଁ ପ୍ରଭୃତି ଅନ୍ୟାନ୍ୟ ଗ୍ରାମର ୫ ଶହରୁ ଉଦ୍ଧର୍‌ବ ଚାଷୀ ହୋ-ହଲ୍ଲା କରିଥିଲେ। ସମବାୟ ସମିତି ସମ୍ପାଦିକା ଆର. ରୋଜାଲିନ ରେଡ୍ଡୀ, ନୋଡାଲ ଅଧିକାରୀ ତଥା ମହିଳା କୃଷି କର୍ମଚାରୀ ପୂର୍ଣ୍ଣଲତା ଅଧିକାରୀ ଉପସ୍ଥିତ ଚାଷୀଙ୍କ ସହ ଆଲୋଚନା କରିବା ପରେ ପୋଲିସ ଉପସ୍ଥିତିରେ ଚାଷୀଙ୍କୁ ସାର ବଣ୍ଟନ କରିଥିଲେ। ବିକ୍ରି ପାଇଁ ମହଜୁଦ ଥିବା ୪୫୦ ସାର ପ୍ୟାକେଟ ମଧ୍ୟରୁ କେବଳ ସମିତିରୁ କୃଷି ଋଣ ନେଇଥିବା ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟରେ ସାର ବିକ୍ରି କରାଯାଇଥିଲା। ଏନେଇ ସମବାୟ ସମ୍ପାଦିକାଙ୍କୁ ପଚାରିବାରୁ ସେ ଦାୟିତ୍ୱ ନେବା ପୂର୍ବରୁ ଚାଷୀଙ୍କୁ ୫ଟି ଟ୍ରକରେ ଆସିଥିବା ପ୍ରାୟ ୧୧୨୫ ବସ୍ତା ୟୁରିଆ ସାର ବିକ୍ରୀ କରାଯାଇଥିଲା। ସେ ଦାୟିତ୍ୱ ନେବା ପରେ ପ୍ରଥମ ପର୍ଯ୍ୟାୟରେ ଗତ ୩ ତାରିଖରେ ୨ ଟି ଟ୍ରକରେ ଆସିଥିବା ୪୫୦ ବସ୍ତା ସାର ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ,କୃଷି ବିଭାଗ ଅଧିକାରୀ ଏବଂ ପୋଲିସ ଉପସ୍ଥିତିରେ ବିକ୍ରୀ କରାଯାଇଥିଲା।ପଞ୍ଚାୟତର ଅନ୍ୟ ପ୍ରାଥମିକ ସେବା ସମବାୟ ସମିତିରେ ପଞ୍ଜୀକୃତ ହୋଇଥିବା ଚାଷୀମାନେ ସାର ପାଇଁ ଏଠାକୁ ଆସୁଥିବାରୁ କିଛି ସମସ୍ୟା ଉପୁଜିଛି। ଇଣ୍ଡେଣ୍ଟ ଅନୁଯାୟୀ, ଏଠାକାର ଚାଷୀଙ୍କୁ ସମୁଦାୟ ୧ ଲକ୍ଷ ୭୦ ଟନ ୟୁରିଆ ସାର ଯୋଗାଇ ଦିଆଗଲେ ସମସ୍ୟା ରହିବ ନାହିଁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri