ଚକଡ଼ା ରୋଗ ପୋକ ଯୋଗୁ ସର୍ବସ୍ବାନ୍ତ ହେଲେଣି ଚାଷୀ: କ୍ଷତିପୂରଣ ପାଇଁ ତହସିଲଦାର-କୃଷି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

କୋକସରା,୨୯।୧୦(ଡି.ଏନ୍‌.ଏ.): ଆଉ କିଛି ଦିନ ପରେ ଧାନ ଅମଳ କ୍ଷମ ହୋଇଥାନ୍ତା । ହେଲେ ଚାଷୀଙ୍କ ପିଛା ଛାଡୁନାହିଁ ଦୁର୍ଦ୍ଦଶା। ଧାନ ଅମଳ କ୍ଷମ ବେଳକୁ ଚାଷୀଙ୍କୁ ସର୍ବସ୍ବାନ୍ତ କରିଛି ଚକଡ଼ା ରୋଗ ପୋକ। ରାତିକ ମଧ୍ୟରେ ଆଖି ପିଛୁଳାକେ ଚରି ଯାଉଛନ୍ତି ହେକ୍ଟର ହେକ୍ଟର ଚାଷଜମି । ଚାଷୀର ବର୍ଷକର ଶସ୍ୟ କିଛି ଘଣ୍ଟା ମଧ୍ୟରେ ନଷ୍ଟ କରି ଦେଉଛି ଚକଡ଼ା ପୋକ । ଚାଷୀମାନେ ଧାର କରଜ କରି କୃଷି କର୍ମଚାରୀଙ୍କ ପରାମର୍ଶରେ କୀଟନାଶକ ପ୍ରୟୋଗ କଲେ ମଧ୍ୟ କୌଣସି ଫଳପ୍ରଦ ହେଉନାହିଁ। ଶେଷରେ ଚାଷୀ ମାନେ ନିରାଶ ହୋଇ କ୍ଷତିପୂରଣ ଦାବି କରି ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକରେ । ବ୍ଲକର ବିଭିନ୍ନ ପଞ୍ଚାୟତରେ ଏବେ ଚକଡ଼ା ରୋଗ ପୋକ ବ୍ୟାପକ ମାତ୍ରାରେ ପ୍ରାଦୁର୍ଭାବ ବିସ୍ତାର କରିଥିବା ବେଳେ ବରାଡଙ୍ଗା ପଞ୍ଚାୟତ ଶିଉନି, କେନ୍ଦୁଡଙ୍ଗରି, ବରାଡଙ୍ଗା ଗ୍ରାମର କ୍ଷତିଗ୍ରସ୍ତ ଚାଷୀ ଶନିବାର କୋକସରା ତହସିଲ କାର୍ଯ୍ୟାଳୟକୁ ଆସି କ୍ଷତିପୂରଣ ପାଇଁ ଦାବିପତ୍ର କୋକସରା ତହସିଲଦାର ଦେବବ୍ରତ କରାଟି ଓ କୃଷି ବିଭାଗ ଅଧିକାରୀ ହେମାନନ୍ଦ ମାଝୀଙ୍କୁ ପ୍ରଦାନ କରିଛନ୍ତି। ବରାଡଙ୍ଗା ପଞ୍ଚାୟତ ସମିତି ସଭ୍ୟ ଗୁପ୍ତେଶର ବାଗଙ୍କ ସହ ଚାଷୀ ସୁରେଶ ଚନ୍ଦ୍ର ପଣ୍ଡା, ଗୋବିନ୍ଦ ମାଝୀ, ଶଙ୍କର ଧଙ୍ଗଡା ମାଝୀ, ପୃଥିରାଜ ବେହେରା, ପରମେଶ୍ବର ଧଙ୍ଗଡା ମାଝୀ, ଶରତ ଧଙ୍ଗଡା ମାଝୀ, ହିମାଞ୍ଚଳ ପୁଝାରିଙ୍କ ଚାଷଜମି ସମ୍ପୂର୍ଣ୍ଣ ଭାବେ ଚକଡ଼ାରେ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିଛନ୍ତି। ଏନେଇ କୋକସରା ତହସିଲଦାରଙ୍କ ପ୍ରତିକ୍ରିୟା ନେବାରୁ ଚାଷୀମାନେ ଚାଷ କ୍ଷତି ନେଇ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ତଦନ୍ତ କରି ରିପୋର୍ଟ ଦେବା ପାଇଁ କୃଷିବିଭାଗକୁ ଆମେ ଚିଠି କରିଛୁ । ତଦନ୍ତ ରିପୋର୍ଟ ଆସିଲେ ସେ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ତେବେ କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତରେ ଚକଡ଼ା ରୋଗ ବ୍ୟାପୁଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ଜିଲା କୃଷିବିଭାଗ ଏ ଦିଗରେ ସତର୍କ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri