Posted inଜାତୀୟ

କୃଷି ଆଇନ କପି ଜାଳିଲେ ଚାଷୀ

ନୂଆଦିଲ୍ଲୀ,୧୪ା୧(ପି.ଟି.): ଲୋହଡ଼ି ପର୍ବରେ ଆନ୍ଦୋଳନରତ ଚାଷୀମାନେ କେନ୍ଦ୍ରର କୃଷି ଆଇନ କପି ଜାଳିଛନ୍ତି। କେବଳ ସିଙ୍ଘୁ ସୀମାରେ ବିବାଦୀୟ ୩ କୃଷି ଆଇନର ୧ ଲକ୍ଷ କପି ପୋଡ଼ାଯାଇଥିବା ସାମ୍ମୁଖ୍ୟ କିଷାନ ମୋର୍ଚ୍ଚାର ପରମଜିତ୍‌ ସିଂ ସୂଚନା ଦେଇଛନ୍ତି। ଦିଲ୍ଲୀ-ହରିୟାଣା ସୀମାର ସବୁ ସ୍ଥାନରେ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି।
ପଞ୍ଜାବ ଓ ହରିୟାଣାରେ ରବି ଫସଲ ଅମଳ ପାଇଁ ମକର ସଂକ୍ରାନ୍ତିର ଦିନକ ପୂର୍ବରୁ ଲୋହଡ଼ି ଉତ୍ସବ ପାଳନ କରାଯାଇଥାଏ। ଏହି ପର୍ବରେ ଲୋକେ ପାରମ୍ପରିକ ଭାବେ ନିଆଁ ଜାଳି ଧାନ, ଚଣା ଓ ପପ୍‌କର୍ନ ଭଳି ଖାଦ୍ୟ ସାମଗ୍ରୀ ଫିଙ୍ଗିଥାନ୍ତି। ସବୁଠି ନାଚଗୀତର ଆସର ଜମିଥାଏ। କିନ୍ତୁ ଏଥର କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। କୃଷି ଆଇନ ପ୍ରତ୍ୟାହାର ଦାବିରେ ପ୍ରାୟ ୫୦ ଦିନ ଧରି ଆନ୍ଦୋଳନ ଚଳାଇଥିବା ଚାଷୀମାନେ ଉକ୍ତ ଆଇନର କପି ଜାଳିଛନ୍ତି। ହରିୟାଣାର କର୍ନାଲ ନିବାସୀ ୬୫ ବର୍ଷୀୟ ଚାଷୀ ଗୁର୍‌ପ୍ରୀତ ସିଂ ସାଣ୍ଢୁ କହିଛନ୍ତି, କେନ୍ଦ୍ର ସରକାର ଆମର ସମସ୍ତ ଦାବି ମାନିବା ପରେ ଆମେ ସବୁ ଉତ୍ସବ ପାଳନ କରିବୁ। ଆଉ ଜଣେ ଚାଷୀ ରାଜବୀର ସିଂ କହିଛନ୍ତି, ଆଜି ଆମେ କପି ଜାଳିଛୁ। ଏଭଳି ସ୍ଥିତି ସୃଷ୍ଟି କରିବୁ ଯେ, ଆସନ୍ତାକାଲି କେନ୍ଦ୍ର ସରକାର ଏହାକୁ ଜାଳିବେ। ଯୋଗେନ୍ଦ୍ର ଯାଦବ ଓ ଗୁର୍‌ନାମ ସିଂ ଚଦୁନିଙ୍କ ଭଳି କୃଷକ ନେତାମାନେ ମଧ୍ୟ କିଷାନ ଆନ୍ଦୋଳନ ଅଫିସ ପରିସରରେ କୃଷି ଆଇନ କପିଗୁଡ଼ିକୁ ନିଆଁକୁ ଫିଙ୍ଗି ପୋଡ଼ିଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri