ମଣ୍ଡିରୁ ଉଠୁନି ଧାନ, ରାସ୍ତା ଅବରୋଧ କଲେ ଚାଷୀ

ଭବାନୀପାଟଣା,୧୫ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ରବି ଧାନକିଣା ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଜିଲାର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଜୁନାଗଡ଼ ମଣ୍ଡିରେ ଧାନ ଉଠାଣ ପ୍ରକିୟା ମନ୍ଥରତା ଯୋଗୁ ହଜାର ହଜାର କ୍ୱିଣ୍ଟାଲ ଧାନ ବିକ୍ରି ନ ହୋଇ ପଡ଼ିରହିଛି। ତେବେ ମଣ୍ଡିରୁ ଶୀଘ୍ର ଧାନ ଉଠାଣ ଦାବିରେ ସୋମବାର ୯ଟାରୁ ସ୍ଥାନୀୟ ଚାଷୀ ଲଙ୍କେଶ୍ୱରୀ ମନ୍ଦିର ସମ୍ମୁଖ ୨୬ ନମ୍ବର ଏନ୍‌ଏଚ୍‌କୁ ଅବରୋଧ କରିଛନ୍ତି। ଯାହାଫଳରେ ଅନେକ ଯାନବାହନ ଚଳାଚଳ କରି ନ ପାରି ଏବେ ଅଟକି ରହିଛି।

Dharitri – Odisha’s No.1 Odia Daily

Share