ଗଜାମରୁଡ଼ି ଆଶଙ୍କାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୧୨ା୭:ଆକାଶରେ ବାଦଲ ଅଛି, ବର୍ଷା ନାହିଁ। ମୌସୁମୀ ବର୍ଷା ଓଡ଼ିଶାକୁ ଛୁଇଁଥିବା ପାଣିପାଗ ବିଶେଷଜ୍ଞ ସୂଚନା ଦେଇଥିଲେ। ହେଲେ କେନ୍ଦ୍ରାପଡ଼ା ଜିଲାରେ ବର୍ଷା ପରିମାଣ ଖୁବ୍‌ କମ୍‌ ରହିଛି। ଗତ ୩ ମାସର ବର୍ଷା ପରିମାଣ ୨୦୨୧ ବର୍ଷଠାରୁ ୫୯୮.୪୪ ମିଲିମିଟର କମ୍‌ ରହିଛି। କ୍ଷେତ ଶୁଖିଲା ପଡ଼ିଥିବା ବେଳେ କେନାଲରେ ପାଣି ନାହିଁ। ଲଘୁଚାପ ବା ମୌସୁମୀ ବର୍ଷା ପାଇଁ ଚାଷୀ ଆକାଶକୁ ଚାହୁଁଛନ୍ତି। ଚାଷ ପାଇଁ ବିଭିନ୍ନ ସ୍ଥାନରୁ ଋଣ ଆଣି ଧାନ ବୁଣିଥିଲେ। ଏବେ ଏହା ଗଜାମରୁଡ଼ି ହେବ ବୋଲି ଚାଷୀ ଆଶଙ୍କା କରୁଛନ୍ତି। ଜଳସେଚନ ବିଭାଗର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ କେନାଲକୁ ପାଣି ଛଡାଯାଉନାହିଁ। ତୁରନ୍ତ କେନାଲରେ ପାଣି ଛାଡିବାକୁ ସ୍ଥାନୀୟ ଅଞ୍ଚଳର ଚାଷୀ ଦାବି କରିଛନ୍ତି।
କୃଷି ବିଭାଗ ତଥ୍ୟ ଅନୁଯାୟୀ, ଜିଲାର ସମୁଦାୟ ଜଳସେଚିତ ୬୫,୦୩୨ ହେକ୍ଟର ଜମି ମଧ୍ୟରୁ ୪୫,୯୧୪ ହେକ୍ଟର ଜମି କେନାଲ ମାଧ୍ୟମରେ ଜଳସେଚିତ ହୋଇଥାଏ। ମହାନଦୀ ନର୍ଥ ଡିଭିଜନ ଅନ୍ତର୍ଗତ ଡେରାବିଶ ବ୍ଲକର ୨୯୬୧ ହେକ୍ଟର, ମାର୍ଶାଘାଇର ୧୦୫୫ ହେକ୍ଟର ଓ ଗରଦପୁର ବ୍ଲକର ୧୦୪୯ ହେକ୍ଟର ଜମି କେନାଲ ମାଧ୍ୟମରେ ଜଳସେଚିତ ହୋଇଥାଏ। ସେହିପରି କେନ୍ଦ୍ରାପଡ଼ା ଡିଭିଜନ ଅନ୍ତର୍ଗତ କେନ୍ଦ୍ରାପଡାର ୧୬,୩୫୭ ହେକ୍ଟର, ଡେରାବିଶର ୭୮୪୦ ହେକ୍ଟର, ମାର୍ଶାଘାଇର ୩୪୦୯ ହେକ୍ଟର, ମହାକାଳପଡ଼ାର ୩୦୦୭ ହେକ୍ଟର ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୧୧,୦୪୯ ହେକ୍ଟର କ୍ଷେତ ଜମିକୁ କେନାଲ ମାଧ୍ୟମରେ ପାଣି ଯୋଗାଇ ଦିଆଯାଏ। ଅପରପକ୍ଷରେ ଆଳି, ରାଜନଗର ଓ ରାଜକନିକା ବ୍ଲକ ଅଞ୍ଚଳ ସହ ଅନ୍ୟ ବ୍ଲକର ଚାଷୀ ଉଠାଜଳସେଚନ ଓ ବର୍ଷା ଉପରେ ନିର୍ଭର କରିଥାନ୍ତି। ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ, ଗତ ୨୦୨୧ ମେ’ରେ ହାରାହାରି ୪୩୬.୨୨ ମି.ମି., ଜୁନରେ ୨୪୯.୧୧ ମି.ମି. ଓ ଜୁଲାଇରେ ୧୮୪ ମି.ମି ପରିମାଣର ବର୍ଷା ହୋଇଥିଲା। ଏହି ତୁଳନାରେ ଚଳିତବର୍ଷ ମେ’ରେ ହାରାହାରି ମାତ୍ର ୭୨.୧୧ ମି.ମି., ଜୁନ୍‌ରେ ୬୭ ମି.ମି ଓ ଜୁଲାଇ ୧୧ ତାରିଖ ସୁଦ୍ଧା ୧୩୨.୧୧ ମି.ମି ବର୍ଷା ହୋଇଛି। ଏହା ଚାଷ ପାଇଁ ଉପଯୁକ୍ତ ପରିମାଣର ବର୍ଷା ନୁହେଁ। କେନ୍ଦ୍ରାପଡ଼ା ବ୍ଲକ ଦେପୁରା ଗ୍ରାମର ଚାଷୀ ଜଗଦୀଶ ପତି କହିଛନ୍ତି, ରୁଆ ଧାନ ଥୁଆ କୁହାଯାଏ। କେନାଲ ପାଖାପାଖି ଜମିରେ ତଳି ପକାଯାଇ ଧାନ ତଳି ରୁଆଯାଏ। ସହଳ କିସମ ଧାନ ଗଛ ପାଇଁ ସମୟସୀମା ଅଛି। ଜୁଲାଇ ଆରମ୍ଭରୁ ଧାନତଳି ପକାଇଲେ ଶତ ପ୍ରତିଶତ ଗଛ ହେଉଥିବା ବେଳେ ମାସର ଶେଷକୁ ତଳି ପକାଇଲେ ପ୍ରାୟ ୬୦% ଗଛ ମିଳିବ। ତେବେ ଜିଲା ଜଳସମ୍ପଦ ବିଭାଗ ଏ ନେଇ ସଚେତନ ନୁହନ୍ତି। ଉପଯୁକ୍ତ ସମୟରେ କେନାଲରେ ପାଣି ଛାଡିବାକୁ ସେମାନେ ତପତ୍ରତା ଦେଖାଉନାହାନ୍ତି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ସୁଫଳ ମିଳୁନାହିଁ। ଡେରାବିଶ ବ୍ଲକ କୋଶିଦା ଗଁାର ଚାଷୀ କେଶବ ଚନ୍ଦ୍ର ସାମଲ ପ୍ରଶାସନର ଏପରି ଖାମଖିଆଲ ନୀତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଅକ୍ଷୟତୃତୀୟାଠାରୁ ଚାଷୀ ଜିଲାରେ ଖରିଫ ଧାନଚାଷ ପାଇଁ କ୍ଷେତରେ ହଳକାର୍ଯ୍ୟ ଆରମ୍ଭ କରିଥାନ୍ତି। ବର୍ଷାକୁ ଦେଖି ଧାନ ବୁଣାବୁଣି କରାଯାଏ। ଚଳିତବର୍ଷ ଆବଶ୍ୟକ ବର୍ଷା ନ ହେବାରୁ ବୁଣାଧାନ ଗଜାମରୁଡି ଅବସ୍ଥାକୁ ଆସିଯାଇଛି। ଚାଷୀ ଋଣ କରି ଚାଷ କରିଥିବା ବେଳେ ଧାନ ନ ହେଲେ ଋଣ ଶୁଝିବା କଷ୍ଟକର ହେବ। କୃଷକ ନେତା ବିଧୁଭୂଷଣ ମହାପାତ୍ର କହିଛନ୍ତି, ରାଜ୍ୟର ଦ୍ୱିତୀୟ ଜଳପଥ ଏହି ଜିଲାରେ ଅଛି। ୭ ନଦୀ, ୨୭ ଶାଖା ନଦୀ ସହ ବୃହତ୍‌ କେନାଲ ଅଛି। ଏହାସତ୍ତ୍ୱେ ଜଳ ପରିଚାଳନା କୃଷି ପାଇଁ ବାଧକ ହୋଇଛି। ଜଳସେଚନ ପାଇଁ ଚାଷକୁ ଜଳ ମିଳୁ ନ ଥିବା ବଳେ ବନ୍ୟା ଓ ଅତ୍ୟଧିକ ବର୍ଷା ସମୟରେ ଉଦ୍‌ବୃତ୍ତ ଜଳ ନିଷ୍କାସନ ସମସ୍ୟା ଅଛି। କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ ଏହି ଜିଲାରେ ୭ ନଦୀର ସଂଯୋଗୀକରଣ ସହ ବିଭିନ୍ନ ସ୍ଥାନରେ କ୍ରିକ୍‌ ବନ୍ଧ ନିର୍ମାଣର ଆବଶ୍ୟକତା ଅଛି। କେନାଲର ପୁନରୁଦ୍ଧାର ନାମରେ ଘାସ ଚାଂଛି ଅର୍ଥ ହଡପ କରାଯାଉଛି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାଉତଙ୍କୁ ପଚାରିବାରେ ଆସନ୍ତା ୧୫ ତାରିଖ ସୁଦ୍ଧା କେନାଲରେ ପାଣି ଛଡାଯିବାକୁ ପ୍ରକ୍ରିୟା ଜାରି ରହିଛି। ଧାନଚାଷ ପାଇଁ କେନାଲ ପାଣି ବାଧକକୁ ସେ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri