ଚାଷୀଙ୍କୁ ଘାରିଲାଣି ବାତ୍ୟା ଭୟ

ରସୁଲପୁର,୧।୧୨(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ପରିବା ଚାଷୀଙ୍କୁ ଘାରିଲାଣି ସମ୍ଭାବ୍ୟ ବାତ୍ୟା ‘ଜଓ୍ବାଦ’ର ଭୟ। ଲଘୁଚାପ ପ୍ରଭାବରେ ହେବାକୁ ଥିବା ବାତ୍ୟା ଯୋଗୁ ଶୀତଦିନିଆ ପରିବା ଚାଷ ବିଶେଷ କ୍ଷତିଗ୍ରସ୍ତ ହେବା ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ବର୍ଷାକୁ ମୁକାବିଲା ପାଇଁ ଚାଷୀଙ୍କୁ କୃଷି ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସୂଚନା ଦିଆଗଲାଣି। ଏହି ସୂଚନା ପାଇବା ପରେ ଚାଷୀକୁଳ ମନରେ ଛନକା ପଶିଛି। ପରିବା କ୍ଷେତରୁ ବର୍ଷାପାଣି ନିଷ୍କାସନ ପାଇଁ ଚାଷୀ ବ୍ୟବସ୍ଥା କରୁଛନ୍ତି। ଏହାଛଡ଼ା ଅନ୍ୟ କିଛି ବିକଳ୍ପ ଉପାୟ ଚାଷୀଙ୍କ ପାଖରେ ନାହିଁ ବୋଲି ଅଗ୍ରଣୀ ପରିବା ଚାଷୀ ଶିଶିର ରାଉତ ମତ ରଖିଛନ୍ତି।
ଏହି ବ୍ଲକ ଅଞ୍ଚଳରେ ଅନ୍ୟୁନ ୨ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ପରିବା ଚାଷ ହୋଇଛି। ଶୀତଦିନିଆ ପରିବା ଚାଷ ଭାବେ କୋବି, କାକୁଡି, କଲରା, ଜହ୍ନି, ବିନ୍ସ, ବାଇଗଣ ଆଦି ଫସଲ କରାଯାଇଛି। ରବି ଋତୁରେ ଲତା ଜାତୀୟ ପରିବା ଚାଷ ମାଟି ଉପରେ ମାଡ଼ିଥାଏ। ତେଣୁ ଏହି ଋତୁର ଫସଲଗୁଡ଼ିକ ବର୍ଷାମାଡ଼ ସହିବାର କ୍ଷମତା ଅଧିକ ନ ଥାଏ। ଡିସେମ୍ବରରେ ବର୍ଷା ହେଲେ ଶୀତଦିନିଆ ଫସଲକୁ କ୍ଷତି ପହଞ୍ଚାଇବା ସୁନିଶ୍ଚିତ ବୋଲି କୁହାଯାଉଛି। କୋବି ଫସଲ ମୂଳଶଢ଼ା ଓ ପତ୍ରଝଡ଼ା ରୋଗରେ ଆକ୍ରାନ୍ତ ହେବ। କାକୁଡି, କଲରା, ଜହ୍ନି, ବିନ୍ସ ଆଦି ଫସଲ ପଚିଯିବ। ଦୁଇ ଦିନରୁ ଅଧିକ ସମୟ ବର୍ଷା ହେଲେ ପରିବା କ୍ଷେତରେ ଅଜଣା ରୋଗପୋକ ସଂଖ୍ୟା ବୃଦ୍ଧି ଘଟିବ। ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସତର୍କତା ସୂଚନା କେବଳ ଧାନଚାଷ ପାଇଁ ଉଦ୍ଦିଷ୍ଟ ବୋଲି ଚାଷୀଙ୍କ ମହଲରେ ଆଲୋଚନା ହେଉଛି। ହେଲେ ଏହି ବ୍ଲକରେ ସ୍ବଳ୍ପ ପରିମାଣର କ୍ଷେତରେ ଧାନଚାଷ କରାଯାଉଛି। କୃଷି କ୍ଷେତ୍ରର ଉର୍ବରତାକୁ ଦୃଷ୍ଟିକୁ ରଖି ଚାଷୀ ଧାନଚାଷ ବଦଳରେ ଅନ୍ୟ ଅର୍ଥକରୀ ଫସଲ କରୁଛନ୍ତି। ଏ ସବୁ ବୀମା ପରିସରଭୂକ୍ତ ହୋଇ ନ ଥିବାରୁ ଚାଷୀଙ୍କୁ କ୍ଷତିପୂରଣ ମିଳିବା ସମ୍ଭାବନା ନାହିଁ। ଏହାଛଡ଼ା ବାଦାମ ଚାଷ ଆରମ୍ଭ ହୋଇ ସାରିଛି। ଗଛ ଉଠି ନ ଥିବା ବାଦାମ କ୍ଷେତର ମଞ୍ଜିଗୁଡିକ ପଚିଯିବ। ପୋଟଳ କ୍ଷେତରେ ପୋତା ଯାଇଥିବା ଚେର ମାଟିତଳେ ପଚିଯିବ। ବର୍ଷା ଯୋଗୁ ଚାଷ ହେବାକୁ ବାକି ଥିବା ବାଦାମ ଚାଷ, ବିରି, କୋଳଥ ଭଳି ଡାଲି ଜାତୀୟ ଫସଲ ପଛେଇ ଯିବ। ଅଦିନିଆ ବର୍ଷାରେ ଛତୁଚାଷୀ ମଧ୍ୟ ପ୍ରଭାବିତ ହେବେ। ଧିଙ୍ଗିରୀ ଛତୁଚାଷ ଅପେକ୍ଷା ପାଳଛତୁ ଚାଷୀ ବିଶେଷ ପ୍ରଭାବିତ ହେବେ। ବର୍ଷା ସହ ପବନ ହେଲେ ଛତୁ ପଚି ଯିବା ସହ ଛତୁ ପାଇଁ ପ୍ରସ୍ତୁତ ଶଯ୍ୟା ଗୁଡିକ ଭାଙ୍ଗିଯିବ ବୋଲି ଛତୁ ଚାଷୀ ତପନ ଦଳେଇ ମତ ରଖିଛନ୍ତି। ପାନବରଜ ଚାଷୀ ବି ଭୟଭୀତ ହୋଇପଡ଼ିଛନ୍ତି। ବର୍ଷା ସହ ପବନ ବହିଲେ ପାନବରଜ ଭାଡ଼ି ଭାଙ୍ଗିଯିବ। ପାନ ଲତା ଛିଡିବା ସହ ଚାଷରେ ବିଶେଷ କ୍ଷତି ପହଞ୍ଚାଇବ ବୋଲି ଚାଷୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର, ଆପଣ କିଣୁନାହାନ୍ତି ତ ?

ଭୁବନେଶ୍ବର,୧୮।୨: ରାଜ୍ୟରେ ବିକ୍ରି ହେଉଛି ନିମ୍ନ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ବୁଧବାର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…

ସରକାରଙ୍କ ବଡ ପଦକ୍ଷେପ: ରସୁଲଗଡ଼ରେ ହେବ ୫୦୦ ମିଟରର ସ୍କାଏୱାକ୍‌

ଭୁବନେଶ୍ବର,୧୮।୨: ରାଜଧାନୀର ଜାତୀୟ ରାଜପଥ-୧୬ରେ ଆଉ ରହିବନି ଦୁର୍ଘଟଣାର ଭୟ। ପଥଚାରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା NHAI। ପଳାଶୁଣିରୁ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri