ଚାଷୀଙ୍କୁ ଘାରିଲାଣି ବାତ୍ୟା ଭୟ

ରସୁଲପୁର,୧।୧୨(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ପରିବା ଚାଷୀଙ୍କୁ ଘାରିଲାଣି ସମ୍ଭାବ୍ୟ ବାତ୍ୟା ‘ଜଓ୍ବାଦ’ର ଭୟ। ଲଘୁଚାପ ପ୍ରଭାବରେ ହେବାକୁ ଥିବା ବାତ୍ୟା ଯୋଗୁ ଶୀତଦିନିଆ ପରିବା ଚାଷ ବିଶେଷ କ୍ଷତିଗ୍ରସ୍ତ ହେବା ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ବର୍ଷାକୁ ମୁକାବିଲା ପାଇଁ ଚାଷୀଙ୍କୁ କୃଷି ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସୂଚନା ଦିଆଗଲାଣି। ଏହି ସୂଚନା ପାଇବା ପରେ ଚାଷୀକୁଳ ମନରେ ଛନକା ପଶିଛି। ପରିବା କ୍ଷେତରୁ ବର୍ଷାପାଣି ନିଷ୍କାସନ ପାଇଁ ଚାଷୀ ବ୍ୟବସ୍ଥା କରୁଛନ୍ତି। ଏହାଛଡ଼ା ଅନ୍ୟ କିଛି ବିକଳ୍ପ ଉପାୟ ଚାଷୀଙ୍କ ପାଖରେ ନାହିଁ ବୋଲି ଅଗ୍ରଣୀ ପରିବା ଚାଷୀ ଶିଶିର ରାଉତ ମତ ରଖିଛନ୍ତି।
ଏହି ବ୍ଲକ ଅଞ୍ଚଳରେ ଅନ୍ୟୁନ ୨ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ପରିବା ଚାଷ ହୋଇଛି। ଶୀତଦିନିଆ ପରିବା ଚାଷ ଭାବେ କୋବି, କାକୁଡି, କଲରା, ଜହ୍ନି, ବିନ୍ସ, ବାଇଗଣ ଆଦି ଫସଲ କରାଯାଇଛି। ରବି ଋତୁରେ ଲତା ଜାତୀୟ ପରିବା ଚାଷ ମାଟି ଉପରେ ମାଡ଼ିଥାଏ। ତେଣୁ ଏହି ଋତୁର ଫସଲଗୁଡ଼ିକ ବର୍ଷାମାଡ଼ ସହିବାର କ୍ଷମତା ଅଧିକ ନ ଥାଏ। ଡିସେମ୍ବରରେ ବର୍ଷା ହେଲେ ଶୀତଦିନିଆ ଫସଲକୁ କ୍ଷତି ପହଞ୍ଚାଇବା ସୁନିଶ୍ଚିତ ବୋଲି କୁହାଯାଉଛି। କୋବି ଫସଲ ମୂଳଶଢ଼ା ଓ ପତ୍ରଝଡ଼ା ରୋଗରେ ଆକ୍ରାନ୍ତ ହେବ। କାକୁଡି, କଲରା, ଜହ୍ନି, ବିନ୍ସ ଆଦି ଫସଲ ପଚିଯିବ। ଦୁଇ ଦିନରୁ ଅଧିକ ସମୟ ବର୍ଷା ହେଲେ ପରିବା କ୍ଷେତରେ ଅଜଣା ରୋଗପୋକ ସଂଖ୍ୟା ବୃଦ୍ଧି ଘଟିବ। ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସତର୍କତା ସୂଚନା କେବଳ ଧାନଚାଷ ପାଇଁ ଉଦ୍ଦିଷ୍ଟ ବୋଲି ଚାଷୀଙ୍କ ମହଲରେ ଆଲୋଚନା ହେଉଛି। ହେଲେ ଏହି ବ୍ଲକରେ ସ୍ବଳ୍ପ ପରିମାଣର କ୍ଷେତରେ ଧାନଚାଷ କରାଯାଉଛି। କୃଷି କ୍ଷେତ୍ରର ଉର୍ବରତାକୁ ଦୃଷ୍ଟିକୁ ରଖି ଚାଷୀ ଧାନଚାଷ ବଦଳରେ ଅନ୍ୟ ଅର୍ଥକରୀ ଫସଲ କରୁଛନ୍ତି। ଏ ସବୁ ବୀମା ପରିସରଭୂକ୍ତ ହୋଇ ନ ଥିବାରୁ ଚାଷୀଙ୍କୁ କ୍ଷତିପୂରଣ ମିଳିବା ସମ୍ଭାବନା ନାହିଁ। ଏହାଛଡ଼ା ବାଦାମ ଚାଷ ଆରମ୍ଭ ହୋଇ ସାରିଛି। ଗଛ ଉଠି ନ ଥିବା ବାଦାମ କ୍ଷେତର ମଞ୍ଜିଗୁଡିକ ପଚିଯିବ। ପୋଟଳ କ୍ଷେତରେ ପୋତା ଯାଇଥିବା ଚେର ମାଟିତଳେ ପଚିଯିବ। ବର୍ଷା ଯୋଗୁ ଚାଷ ହେବାକୁ ବାକି ଥିବା ବାଦାମ ଚାଷ, ବିରି, କୋଳଥ ଭଳି ଡାଲି ଜାତୀୟ ଫସଲ ପଛେଇ ଯିବ। ଅଦିନିଆ ବର୍ଷାରେ ଛତୁଚାଷୀ ମଧ୍ୟ ପ୍ରଭାବିତ ହେବେ। ଧିଙ୍ଗିରୀ ଛତୁଚାଷ ଅପେକ୍ଷା ପାଳଛତୁ ଚାଷୀ ବିଶେଷ ପ୍ରଭାବିତ ହେବେ। ବର୍ଷା ସହ ପବନ ହେଲେ ଛତୁ ପଚି ଯିବା ସହ ଛତୁ ପାଇଁ ପ୍ରସ୍ତୁତ ଶଯ୍ୟା ଗୁଡିକ ଭାଙ୍ଗିଯିବ ବୋଲି ଛତୁ ଚାଷୀ ତପନ ଦଳେଇ ମତ ରଖିଛନ୍ତି। ପାନବରଜ ଚାଷୀ ବି ଭୟଭୀତ ହୋଇପଡ଼ିଛନ୍ତି। ବର୍ଷା ସହ ପବନ ବହିଲେ ପାନବରଜ ଭାଡ଼ି ଭାଙ୍ଗିଯିବ। ପାନ ଲତା ଛିଡିବା ସହ ଚାଷରେ ବିଶେଷ କ୍ଷତି ପହଞ୍ଚାଇବ ବୋଲି ଚାଷୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri