ଋଣ ଶୁଝିବା ଚିନ୍ତାରେ ଚାଷୀ

ଖୋର୍ଦ୍ଧା ଅଫିସ,୨୬ା୯: ବନ୍ୟାଜଳରେ ଏକ ସପ୍ତାହ ଧରି ଜଳବନ୍ଦୀ ଜୀବନ ବିତାଇଥିବା ଗ୍ରାମବାସୀଙ୍କ ଏକର ଏକର ଖରିଫ ଧାନ ଫସଲ ନଷ୍ଟ ହୋଇଯାଇଛି। ଏଥିଯୋଗୁ ଖୋର୍ଦ୍ଧା ବ୍ଲକ ଓରବରସିଂ, ନରଣଗଡ଼ ଏବଂ ବ୍ରଜମୋହନପୁର ପଞ୍ଚାୟତର ୧୦ରୁ ଊର୍ଦ୍ଧ୍ୱ ଗ୍ରାମର ଅନେକ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଚାଷ କାର୍ଯ୍ୟ ପାଇଁ ଧାର ଓ ସମିତିରୁ ଋଣ ଆଣିଥିବା ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ଋଣ ଟଙ୍କା କିପରି ଶୁଝିବେ ସେ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି।

ସ୍ବଳ୍ପ ବର୍ଷା ଯୋଗୁ ଚାଷୀମାନେ ହତାଶ ହୋଇପଡ଼ିଥିଲେ। ଜମି ଫାଟି ଅଁା କରିଥିଲା। ମରୁଡ଼ିି ଭଳି ପରିସ୍ଥିିତି ଉପୁଜିଥିଲା। ଅଗଷ୍ଟରେ ଲଘୁଚାପ ବର୍ଷା ଆଶ୍ୱସ୍ତି ଆଣିଥିଲା। ଏହି ସମୟରେ ହୀରାକୁଦରୁ ଗେଟ୍‌ ଖୋଲାଯିବା ପରେ ମହାନଦୀର ଶାଖା ନଦୀ ରାଜୁଆ, ମଲାଗୁଣି ଏବଂ ଦୟା ନଦୀ ଫୁଲିବାକୁ ଆରମ୍ଭ କରିଥିଲା। ଜଳସ୍ତର ବଢ଼ିି ପଛୁଆ ପାଣି ଏହି ୩ ପଞ୍ଚାୟତର ହିରିମୂଳ, ଡିହଖଳା, ଦୁର୍ଗାପୁର, ରାୟପୁର, କୃଷ୍ଣପୁର, ଲେଖନପୁର, ତେନ୍ତୁଳମୁହଁ, ଧବଳପୁର, ବଳପୁର, ଓରମୀ, ହାଡ଼ପଦା, ଶରଧାପୁର ଆଦି ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଥିଲା। ଧୀରେ ଧୀରେ ବନ୍ୟାଜଳ ଗଁା, ମନ୍ଦିର, ସ୍କୁଲ, କୋଠଘର ସମେତ ଚାଷଜମି ବୁଡିଯାଇଥିଲା। ଏବେ ବନ୍ୟାଜଳ ଛାଡିବା ପରେ ଏହି ଗ୍ରାମଗୁଡିକ ସ୍ବାଭାବିକ ସ୍ଥିତିକୁ ଫେରିଛି। ଚାଷଜମିରୁ ବନ୍ୟାଜଳ ନ ଖସିବାରୁ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ାଇଛି। ଏହି ପଞ୍ଚାୟତର ଅଧିକାଂଶ ଗ୍ରାମବାସୀ କ୍ଷୁଦ୍ର ଚାଷୀ। ୩ମାସ ଧରି ଜମିରେ ଦିନରାତି ଏକ କରି ଧାନ ରୋଇଥିଲେ। ତେବେ ଶେଷ ପର୍ଯ୍ୟାୟରେ ବନ୍ୟାଜଳ ମାଡିଯିବାରୁ ନଷ୍ଟ ହୋଇଯାଇଛି। ଧାନକେଣ୍ଡା ମୂଳରୁ ନଇଁ ଭାଙ୍ଗିଯାଇଥିବା ବେଳେ ପଚିଶଢି ଯାଇଛି। ଚାଷୀମାନେ ଧାର କରିବା ସହ ବିଭିନ୍ନ ସମିତିରୁ ଋଣ ନେଇ ଚାଷ କାର୍ଯ୍ୟ କରିଥିଲେ। ଫସଲ ଭଲ ହେଲେ ଋଣ ଶୁଝିଦେବୁ। ଏପରି ସ୍ବପ୍ନ ଦେଖିଥିବା ଅନେକ ଚାଷୀଙ୍କ ଆଶା ଏବେ ଧୂଳିସାତ ହୋଇଯାଇଛି। ଧବଳପୁର ଗ୍ରାମର ପ୍ରମୋଦ ମହାନ୍ତି କହିଛନ୍ତି, ଗତବର୍ଷ ବନ୍ୟାଜଳ ମାଡି ଫସଲ ନଷ୍ଟ ହୋଇଥିଲା। କ୍ଷତିଭରଣା ହୋଇ ନ ଥିବା ବେଳେ ଚଳିତବର୍ଷ ପୁଣି ଫସଲ ସବୁ ଧୋଇଯାଇଛି। ଆଉ କିଛି ନାହିଁ, କିପରି ଚଳିବୁ ବୋଲି ସେ କହିଛନ୍ତି। ସେହିପରି ଅନ୍ୟ ଜଣେ ଚାଷୀ କହିଛନ୍ତି, ଏହି ଗ୍ରାମଗୁଡିକର ରାଜୁଆ ନଦୀ ଦୁଃଖ ପାଲଟିଛି। ପ୍ରତିବର୍ଷ ଖରିଫ ଋତୁରେ ସ୍ଥାନୀୟ ପ୍ରଶାସନଠାରୁ ଜିଲା ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଦାବିପତ୍ର ଦିଆଯାଉଛି। କେବଳ ପ୍ରତିଶ୍ରୁତି ମିଳୁଛି, କାର୍ଯ୍ୟକାରୀ ହେଉନାହିଁ। ଶରଧାପୁର, ଲେଖନପୁର ନିକଟରେ ଏକ ଆଡିବନ୍ଧ ନିର୍ମାଣ ସ୍ବପ୍ନରେ ରହିଯାଇଛି ବୋଲି ଗ୍ରାମବାସୀ କହିଛନ୍ତି। ଗ୍ରାମବାସୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ମଝି ଆକାଶରେ ଗାଏବ ହେଲା ଆମେରିକାର ୧୬୦୦ କୋଟିର ଡ୍ରୋନ! ରହସ୍ୟମୟ ଭାବରେ ହର୍ମୁଜ ଉପରେ ହୋଇଗଲା ଅଦୃଶ୍ୟ

ଓ୍ବାଶିଂଟନ୍‌,୧୦।୪: ଆଜି ହର୍ମୁଜ ପ୍ରଣାଳୀ ଉପରେ ଏକ ସ୍ବତନ୍ତ୍ର ଆମେରିକା ନୌସେନା ନିରୀକ୍ଷଣ ଡ୍ରୋନ, MQ-4C ଟ୍ରାଇଟନ ହଠାତ୍‌ ଅଦୃଶ୍ୟ ହୋଇଯାଇଛି। ଏହି ଡ୍ରୋନଟିକୁ ଆମେରିକାର ସବୁଠାରୁ…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri