ମହାକାଳପଡ଼ା,୧୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାନଦୀରେ ବନ୍ୟା ଓ ବର୍ଷା ଜଳ ଖରିଫ ଋତୁରେ ଧାନ ଫସଲ ପ୍ରଭାବିତ ହୋଇଛି। ଫଳରେ ୫ ହଜାରରୁ ଅଧିକ ହେକ୍ଟର ଜମିରେ ଜଳ ପ୍ଲାବିତ ହୋଇଛି। ଜଳ ନିଷ୍କାସନ ପଥ ଅବରୋଧ ଯୋଗୁ ଚାଷୀ ଉତ୍ତ୍ୟକ୍ତ ହୋଇ ଜେସିବି ମେଶିନ ଲଗାଇ ଘାଇ କାଟି ଜଳ ନିଷ୍କାସନ ପଥ ଅବରୋଧ ହଟାଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଏହି ବ୍ଲକ ଅଧୀନ ପଲ୍ଲୀ କେନ୍ତିଆ, ରାମନଗର, ପେଟଛେଲା, କୋଚିଳା, ବିବି କଲୋନୀର ମନ୍ତ୍ରୀ ଘେରି ଅଞ୍ଚଳର ଚାଷଜମିରେ ବନ୍ୟା ଓ ବର୍ଷାଜଳ ଭରି ରହିଥିଲା। ଅପରପକ୍ଷରେ ରାମଚଣ୍ଡୀ ଗଳିଆ ନଦୀରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଥିବାରୁ ମାଟି ଓ ପଥର ବନ୍ଧରେ ଜଳ ନିଷ୍କାସିତ ହେବାରେ ବାଧକ ସାଜିଥିଲା। ଧାନ ଫସଲ ନଷ୍ଟ ହେବା ଦେଖି ଶହଶହ ଚାଷୀ ମିଳିତ ହୋଇ ଜଙ୍ଗଲ ଘେରି ଗ୍ରାମ ସେତୁ ନିକଟ ବନ୍ଧ କାଟୁଥିବା ଦେଖିବାକୁ ମିଳିଛି। ସେତୁ ନିର୍ମାଣ କରୁଥିବା ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଚାଷ ମାନେ ସମସ୍ୟା ଭୋଗ କରୁଥିବା ଅଭିଯୋଗ କରିଛନ୍ତି।